ଦିଲ୍ଲୀ ପ୍ରଦୂଷଣ ଓ ପ୍ରତିକାର

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା
କ୍ଷେତରେ ନଡ଼ା ନ ପୋଡ଼ିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବା କିଲୋପ୍ରତି ୧ ଟଙ୍କା ପ୍ରୋତ୍ସାହନ ରାଶି କୃଷକମାନଙ୍କୁ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହା ନିଶ୍ଚିତଭାବେ ସ୍ବାଗତଯୋଗ୍ୟ। ଅତୀତରେ ନଡ଼ା ପୋଡିିବା ଦ୍ୱାରା ଦିଲ୍ଲୀର ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥିତ୍ଲା ଓ ଏବେ ବି ବୃଦ୍ଧିପାଉଛି ବୋଲି କୁହାଯାଉଛି। କିନ୍ତୁ ଏହା ମୁଖ୍ୟ କାରଣ ନୁହେଁ। ବିଶ୍ୱର ସବୁଠାରୁ ପ୍ରଦୂଷିତ ୧୦ଟି ସହର ମଧ୍ୟରେ ରହିଛି ଦିଲ୍ଲୀ ଓ କୋଲକାତା। କିନ୍ତୁ ଦିଲ୍ଲୀ ଭଳି କୋଲକାତା ନଡ଼ାପୋଡ଼ା ଯୋଗୁ ଉପୁଜୁଥିବା ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହେଉନାହିଁ। ଯେଉଁ ସମୟରେ ନଡ଼ା ପୋଡାଯାଉ ନାହିଁ ସେତେବେଳେ ବି ଦିଲ୍ଲୀର ବାୟୁ ଭଲ ରହୁ ନ ଥିବା ଲକ୍ଷ୍ୟ କରାଯାଉଛି। ତେଣୁ ନଡ଼ା ପୋଡାଯିବା ସମୟରେ ବାୟୁ ପ୍ରଦୂଷଣ ବେଶି ରହିବା ସ୍ବାଭାବିକ।
ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ଟ୍ରାଫିକ୍‌, ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ ନଡ଼ା ପୋଡିବା ଏହି ତିନୋଟି କାରଣ ହିଁ ଦାୟୀ। ଟ୍ରାଫିକ୍‌ ଯୋଗୁ ହେଉଥିବା ପ୍ରଦୂଷଣକୁ ରୋକିବା ଲାଗି ଅନେକ ଉପାୟ ରହିଛି। ପ୍ରଥମେ ନିର୍ଗମନ ମାନକକୁ କଡାକଡି କରାଯିବା ଉଚିତ। ଘରୋଇ କାର ବ୍ୟବହାର ମଧ୍ୟ କମାଇବା ଦରକାର। ଏହା କରିବାକୁ ହେଲେ ସର୍ବସାଧାରଣ ଯାତାୟାତରେ ଯଥେଷ୍ଟ ପୁଞ୍ଜି ଖଟାଇବାକୁ ପଡିବ। ଅଧିକ ବସ୍‌ ଚଳାଚଳ ଉପରେ ଗୁରୁତ୍ୱ ଦେଇ ଏହାକୁ ଅଧିକ କ୍ରିୟାଶୀଳ କରାଯିବା ଆବଶ୍ୟକ। ମେଟ୍ରୋ ଏ ଦିଗରେ ଖୁବ୍‌ ଭଲ କାମ କରିଛି ଓ ଏଥିପାଇଁ ଆହୁରି ଅନେକ ନୂଆ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇପାରେ। ଆମେରିକାର ଜାତୀୟ ରାଜପଥରେ ସ୍ବତନ୍ତ୍ର ଭାବେ ‘ହାଇ ଅକୁପାନ୍ସି ଭେହିକିଲ’ ଲେନ୍‌ ରହିଛି ଯେଉଁଠି କମ୍‌ ଭିଡ଼ ରହେ। ଅତିକମ୍‌ରେ କେବଳ ତିନିଜଣ ବ୍ୟକ୍ତିଙ୍କୁ ନେଉଥିବା କାର୍‌ ଏହି ଲେନ୍‌ରେ ଯାଇପାରିବ। ଠିକ୍‌ ଏହି ସିଷ୍ଟମ୍‌ରେ ଦିଲ୍ଲୀ ରାସ୍ତାରେ ଅତି କମ୍‌ରେ ତିନିଜଣଙ୍କୁ ନେଉଥିବା କାର୍‌କୁ ଚାଲିବା ଲାଗି ଅନୁମତି ଦେବା ଉଚିତ। ଦିଲ୍ଲୀ ଚାରି ପାଖରେ ଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ର ଯୋଗୁ ବି ବାୟୁ ପ୍ରଦୂଷଣ ବଢୁଛି। ନିକଟରେ ସରକାର ତାପଜ ବିଦ୍ୟୁତ୍‌ କେନ୍ଦ୍ର ପାଇଁ ରହିଥିବା ପ୍ରଦୂଷଣ ନିୟମକୁ କୋହଳ କରିଦେବା ଦ୍ୱାରା ଏହା ବୃଦ୍ଧି ପାଉଛି। ଏହି ନିୟମକୁ କଡାକଡି କରାଯିବା ଉଚିତ। ସରକାର ମଧ୍ୟ ତାପଜ ବିଦ୍ୟୁତ୍‌ କେନ୍ଦ୍ର ସମ୍ପର୍କରେ ସରକାରଙ୍କ ଦୃଷ୍ଟିକୋଣ ଉପରେ ପୁନର୍ବିଚାର କରିବା ଦରକାର। ବିଦ୍ୟୁତ୍‌ ଶକ୍ତି ପାଇଁ କୋଇଲା ଆଧାରିତ ତାପଜ ବିଦ୍ୟୁତ୍‌, ଜଳ ବିଦ୍ୟୁତ୍‌, ଆଣବିକ ଏବଂ ସୌରଶକ୍ତି ଭଳି ଉତ୍ସ ରହିଛି। ଏହି ଚାରିଟି ମଧ୍ୟରୁ ତାପଜ ବିଦ୍ୟୁତ୍‌ ସବୁଠୁ ଅଧିକ ବାୟୁ ପ୍ରଦୂଷଣକାରୀ। ଏହା ବାୟୁ ପ୍ରଦୂଷଣ କରିବା ସହ ବିଶ୍ୱତାପମାତ୍ରା ବୃଦ୍ଧି ମଧ୍ୟ କରୁଛି, ଯାହା ମାନବ ସମାଜ ଲାଗି ବିପଦର କାରଣ ହେଉଛି। ଏହା ଜଳ ବିଦ୍ୟୁତ୍‌ଠାରୁ ସାମାନ୍ୟ କ୍ଷତିକାରକ। ଜଳଭଣ୍ଡାରକୁ ଗଛପତ୍ର ତଥା ଜୀବ ଅଂଶ ବିଶେଷ ଭାସି ଆସି ଏହାର ପୃଷ୍ଠରେ ଜମି ରହେ। ପରେ ଜଳଭଣ୍ଡାରର ନିମ୍ନାଂଶରେ ଥିବା ଅମ୍ଳଜାନକୁ ଏହା ଶେଷିବାରେ ଲାଗେ ଓ ବିଘଟନ ପ୍ରକ୍ରିୟାରେ ପଚିଶଢିଯାଏ। ସେଥିରୁ ମିଥେନ ଗ୍ୟାସ୍‌ ନିର୍ଗତ ହୁଏ। ଏହି ଗ୍ୟାସ୍‌ ଅଙ୍ଗାରକାମ୍ଳଠାରୁ ୨୦ ଗୁଣ କ୍ଷତିକାରକ। ଏହା ତୁଳନାରେ ଜନବସତିଠାରୁ ଦୂରରେ ତଥା ଜଳ ନିର୍ବହନ ରହିତ ଆଣବିକ ଶକ୍ତିକେନ୍ଦ୍ର ପରିବେଶ ପାଇଁ ଭଲ। ସୌରଶକ୍ତି ପରିବେଶ ପାଇଁ ସବୁଠାରୁ ଭଲ। ଏଣୁ ସବୁ ତାପଜ ଓ ଜଳ ବିଦ୍ୟୁତ୍‌ କେନ୍ଦ୍ର ବନ୍ଦ କରି ସୌର ଓ ଆଣବିକ ପ୍ଲାଣ୍ଟ ଆଡକୁ ମୁହଁାଇବା ଆବଶ୍ୟକ।
ଏହାପରେ ନଡ଼ା ପୋଡିବା ପ୍ରଦୂଷଣର ତୃତୀୟ କାରଣ। ଏହା ବର୍ଷରେ ଥରେ ପ୍ରାୟ ଦଶଦିନ ପାଇଁ ହୋଇଥାଏ। ନଡା ଭାରି ଦରକାରୀ। ଏହା କାଗଜ ତିଆରିରେ ଲାଗିଥାଏ। ଏହାକୁ ବିଦ୍ୟୁତ୍‌ ଶକ୍ତି ପାଇଁ ଇନ୍ଧନ ଭାବେ ବି ବ୍ୟବହାର କରାଯାଇପାରିବ। ଏଥିରୁ ଖତ ମଧ୍ୟ ମିଳିବ। ସମସ୍ୟା ହେଉଛି ଏହାର ପରିମାଣ। ନଡ଼ାକୁ ଠୁଳ କରି ବିଡା ବାନ୍ଧିବା ଓ ପରିବହନ ଖର୍ଚ୍ଚ ଅଧିକ। ଏହାକୁ କାଗଜକଳ ଗେଟ୍‌ ପାଖରେ ପହଞ୍ଚାଇବା ପାଇଁ ମୂଲ୍ୟ ୫ରୁ ୧୦ ଟଙ୍କା ରହୁଛି। ଏହି ଦରରେ ଚାଷୀ ଏହାକୁ କାରଖାନା ପାଖରେ ପହଞ୍ଚାଇ ପାରିବେ ନାହିଁ। ଏଣୁ ସେମାନେ ତାହାକୁ ପୋଡି ଦେଉଛନ୍ତି। ଅନ୍ୟପକ୍ଷରେ ଶୀତଦିନିଆ ଚାଷ ପାଇଁ ଏହାକୁ ଜମିରୁ ତରବରିଆ ଭାବେ ସଫା କରିବା ଦରକାର ପଡୁଛି। ଉଚ୍ଚତମ ନ୍ୟାୟାଳୟ ନଡ଼ାକୁ ନ ପୋଡିବା ଲାଗି କୃଷକମାନଙ୍କୁ କିଲୋ ପ୍ରତି ୧ ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଡା ବାନ୍ଧି ଠୁଳ କରିବା ପାଇଁ ବି ଏତିକି ଅର୍ଥ ଯଥେଷ୍ଟ ନୁହେଁ। ଯେହେତୁ ବୁଣାବୁଣି ଜୋରସୋରରେ ଚାଲିଥାଏ ସେଥିପାଇଁ କୃଷକଙ୍କ ପାଖରେ ଏହିି କାମ କରିବା ପାଇଁ ସମୟ, ଶ୍ରମ ଓ ଶ୍ରମିକଙ୍କର ଅଭାବ ଥାଏ। ସରକାରଙ୍କ ପାଖରେ ଏହି ସମସ୍ୟାର ସମାଧାନ ପାଇଁ ଏକ ବିକଳ୍ପ ରହିଛି। ସରକାର ନଡ଼ା ବିଡ଼ା କିଣି ତାହାକୁ ପେପର ଫ୍ୟାକ୍ଟ୍ରିକୁ ନିଲାମ କରିପାରିବେ। ଏହାଦ୍ୱାରା ବ୍ୟବସାୟୀମାନେ ଯେମିତି ଗାଁ ଗାଁ ବୁଲି ଶସ୍ୟ କିଣୁଛନ୍ତି ଠିକ୍‌ ସେମିତି ଠିକାଦାରମାନେ ଦେଶର ସବୁଆଡୁ ଶ୍ରମିକ ଯୋଗାଡ଼କରି ନଡ଼ା ବିଡ଼ା ସଂଗ୍ରହ କରିପାରିବେ। ଏହି ଉପାୟରେ ବାୟୁ ପ୍ରଦୂଷଣ ରୋକାଯିବା ସହ ପ୍ରାକୃତିକ ବାୟୋମାସ୍‌ ସଂରକ୍ଷଣ ମଧ୍ୟ ହୋଇପାରିବ। ମୁଁ ନିଶ୍ଚିତ ଯେ, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବାର ଲାଭ ଉପରସୂଚିତ ଗୋଟି ଗୋଟି କରି ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପର ମୂଲ୍ୟଠାରୁ ଯଥେଷ୍ଟ ଅଧିକ। ଯଦି ସରକାର ଏହା କରିବାକୁ ରାଜି ତେବେ ଆମର ସବୁ ସହରର ବାୟୁ ପ୍ରଦୂଷଣମୁକ୍ତ ହୋଇପାରିବ।
Email: bharatjj@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri