ଦିଲ୍ଲୀରେ ଓଡ଼ିଆ ସମାଜ ପକ୍ଷରୁ ରାଶନ ସାମଗ୍ରୀ ବଣ୍ଟନ

ରୂପ୍‌ସା, ୨୭।୪(ଡି.ଏନ.ଏ.): ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନ୍‌ରେ ରହିଛି। ସମସ୍ତେ ସରକାରଙ୍କ ନିୟମ ମାନି ନିଜ ନିଜ ଘରେ ରହୁଛନ୍ତି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା ଦିଗରେ ରାତିଦିନ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ପାଇଁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପ୍ରଶାସନିକ ଅଧିକାରୀ ଓ ସମାଜସେବୀ ପ୍ରମୁଖ ଆଗେଇ ଆସିଛନ୍ତି। ଅସହାୟ, ନିରାଶ୍ରୟ ଓ ବେରୋଜଗାରୀମାନଙ୍କୁ ବିଭିନ୍ନ ଖାଦ୍ୟ ଓ ରାଶନ ସାମଗ୍ରୀ ଯୋଗାଣ ହେଉଛି। ଏଭଳି ବିପତ୍ତି ସମୟରେ ଦିଲ୍ଲୀରେ ଓଡ଼ିଆ ସମାଜ ପକ୍ଷରୁ ବହୁ ଓଡ଼ିଆ ଶ୍ରମିକଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରାଯାଇଛି। ହରିୟାଣାର ବାହାଦୂରଗଡ଼ ଜଗନ୍ନାଥ ପରିସରରେ ଶ୍ରୀ ଶ୍ରୀ ଜଗନ୍ନାଥ ସେବା ସଂସ୍ଥାର କର୍ମକର୍ତ୍ତା ଭୂପତି ପରିଡ଼ା, ରମେଶ ଦାସ, ଅମର ବେହୁରିଆ, ଅଜୟ ବେହେରା, ପ୍ରଦୀପ ମଲିକ ଓ କିଶୋର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ିଆ ଶ୍ରମିକଙ୍କୁ ୧୬୩ଟି ରାଶନ ସାମଗ୍ରୀ ପ୍ୟାକେଟ୍‌ ବଣ୍ଟନ କରାଯାଇଛି। ଏହି ଅବସରରେ ପ୍ରବାସୀ ଓଡ଼ିଆମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଆ ସମାଜର ହିରଣ୍ୟ ମହାନ୍ତି, ସୁନ୍ଦର ଓଡ଼ିଶାର ସଂସ୍ଥାପକ ସଂଗ୍ରାମ ଧର, ଦେବରାଜ ମହାନ୍ତି, ରମେଶ ଲେଙ୍କା ଓ ଶ୍ରୀମନ୍ତ ବିଶ୍ୱାଳଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୩୧୬ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ୩୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୧,୭୭୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

୫୦୦ ଟଙ୍କା ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବିଏସ୍‌ଏସ୍‌ଓ, ଧରିଲା ଭିଜିଲାନ୍ସ

ବେଗୁନିଆପଡ଼ା,୧୭ା୫(ଡି.ଏନ୍‌.ଏ.): ୫୦୦ ଟଙ୍କା ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବିଏସ୍‌ଏସ୍‌ଓ। ବାର୍ଦ୍ଧକ୍ୟ ଭତ୍ତା କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ...

କିଣିଲେନି କେହି, ମାଗଣାରେ ବାଣ୍ଟିଲେ ଟମାଟୋ

କୁଆଁରମୁଣ୍ଡା,୧୭।୩: ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁର ପୌରାଞ୍ଚଳର ବୁଧବାର ସାପ୍ତାହିକ ବଜାରରେ ଟମାଟୋ କେହି ନ କିଣିବାରୁ ଚାଷୀମାନେ ଶେଷରେ ମାଗଣା ବାଣ୍ଟିଥିବା ଦେଖିବାକୁ ମିଳିଛି। ଚାଷୀମାନେ...

ଘନକୁହୁଡ଼ି ବୋଟ୍‌କୁ କଲା ଦିଗହରା

ଚାନ୍ଦବାଲି, ୧୮।୧(ଡି.ଏନ.ଏ.)-ଘନକୁହୁଡ଼ି କାରଣରୁ ଶୁକ୍ରବାର ସକାଳେ କେନ୍ଦ୍ରାପଡ଼ା ଜିଲାର ତାଳଚୁଆରୁ ଭଦ୍ରକ ଜିଲା ଚାନ୍ଦବାଲିକୁ ଆସୁଥିବା ଏକ ସରକାରୀ ବୋଟ୍‌ ଧାମରା ମୁହାଣ ନିକଟରେ ଦିଗହରା...

ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ ଅଫିସ, ୧୮।୫: ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଠିକ୍‌ ଏହି ସମୟରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଅମ୍ଫନ’। ଏହି ଦୁଇଟିକୁ ନେଇ...

କଳାହାଣ୍ଡି ଜିଲା କୋର୍ଟ ପରିସରରେ ସ୍ପେଶାଲ କୋର୍ଟ ‘ପୋକ୍ସୋ’ ଉଦ୍‌ଘାଟିତ

ଭବାନୀପାଟଣା,୨୮।୨ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋର୍ଟ ପରିସରରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ପେଶାଲ କୋର୍ଟ ‘ପୋକ୍ସୋ’ ଉଦ୍‌ଘାଟନ ହୋଇଯାଇଛି। ସୁପ୍ରିମ କୋର୍ଟ ଓ...

୨ ଅଣଓଡ଼ିଆ ମହିଳା ଗିରଫ, ଗହଣା ଜବତ

ଦିଗପହଣ୍ଡି,୧୨ା୩(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମସ୍ଥିତ ମା’ ବାଙ୍କେଶ୍ୱରୀଙ୍କ ଯାତ୍ରାରେ ସୋମବାର ସିଦ୍ଧେଶ୍ୱର ଗଣିଆ ନାଳ ଛକରେ ରହୁଥିବା ସୂର୍ଯ୍ୟମଣି ସାହୁ ନାମ୍ନୀ ମହିଳାଙ୍କ ବେକରୁ ପ୍ରାୟ...

ଆଇଟିଡିଏ ଜେଇଙ୍କୁ ପଦୋନ୍ନତି ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ,୪ା୯-ରାଜ୍ୟ ସରକାର ଲୋକଙ୍କୁ ସୁଶାସନ ଦେବା ପାଇଁ ଏବେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି। କିଛି ଦିନ ହେବ ଏହି ମର୍ମରେ କେତେଜଣ ସରକାରୀ...

Advertisement
Archives

Model This Week