ଦିବ୍ୟାଙ୍ଗ ହୋଇ ବି ହାର ମାନି ନାହାନ୍ତି ମୋନିକା

ବନ୍ତ,୨୮।୮(ଡି.ଏନ୍‌.ଏ.)- ଦିବ୍ୟାଙ୍ଗ ହୋଇ ବି ନିଜ ପାଖରେ ହାର୍‌ ମାନିନାହାନ୍ତି ମୋନିକା ା ଉଚ୍ଚ ଶିକ୍ଷାଲାଭ କରିବା ସହ ସେ ନୃତ୍ୟକଳାରେ ପାରଦର୍ଶିତା ହାସଲ କରିଛନ୍ତି ା ଜନ୍ମରୁ ଶ୍ରବଣ ଶକ୍ତି କମ୍‌ ଥିଲେ ମଧ୍ୟ ଦୃଢ ମନୋବଳ ତାଙ୍କୁ ଆଗକୁ ନେବାରେ ସହାୟକ ହୋଇଛି।
ମୋନିକାଙ୍କ ଜନ୍ମ ସ୍ଥାନ ବରଗଡ ଜିଲା ଅତାବିରା ଥାନା ଅଧୀନ ଗୋଡଭଗା ଗ୍ରାମରେ । ତାଙ୍କ ମାତା ସଞ୍ଜୁକ୍ତା ଦାଶ ଓ ବାପା କିଶୋର ଚନ୍ଦ୍ର ମହାପାତ୍ର । ଉଚ୍ଚଶିକ୍ଷା ଲାଭ ପରେ ସେ ସେ ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମର ବିକାଶ ରଞ୍ଜନ ଦେବତାଙ୍କୁ ବିବାହ କରିଛନ୍ତି। ତାଙ୍କୁ ବୟସ ଏବେ ୨୮ ା ମୋନିକା କହନ୍ତି, ସେ ୮ମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ମାତା ପିତା ବରଗଡସ୍ଥିତ ସଂଗୀତ ନୃତ୍ୟ ବିଦ୍ୟାଳୟରେ ଡିପ୍ଲୋମା(ଓଡ଼ିଶୀ)ରେ ନାମ ଲେଖାଇଥିଲେ ା ୨ ବର୍ଷ ନୃତ୍ୟ ଶିକ୍ଷା କରିବା ସମୟରେ ସେ ମାଟ୍ରିକ ପାସ୍‌ କରିଥିଲେ ା ମାଟ୍ରିକ ପରୀକ୍ଷାରେ ସେ କୃତିତ୍ୱର ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ ା ପରେ ୨୦୧୦ ମସିହାରେ ରାଉରକେଲାସ୍ଥିତ ଏସ୍‌କେଡିଏଭି ପଲିଟେକନିକ୍ସରେ ଡିପ୍ଲୋମା(ଆଇଟି) ପାସ୍‌ କରିଥିଲେ। ୨୦୧୧ରେ ସେ ଆଇଇଭି ସରକାରୀ ଚାକିରି କରିଥିଲେ । କିନ୍ତୁ ଅସୁସ୍ଥତା ଦୃଷ୍ଟିରୁ ୨ ବର୍ଷ ପରେ ସେ ଚାକିରି ଛାଡି ଦେଇଥିଲେ ା ପରେ ସେ ବଙ୍ଗୀୟ ସଙ୍ଗୀତ ପରିଷଦ, ପଶ୍ଚିମବଙ୍ଗ ଆନୁକୂଲ୍ୟରେ ବରଗଡସ୍ଥିତ କଳାକଳ୍ପନା ଅନୁଷ୍ଠାନରୁ ଅଙ୍କନ ରତ୍ନ, ଓଡ଼ିଶା ଲଳିତ କଳା ଏକାଡେମୀ, ଭୁବନେଶ୍ୱରରୁ ନୃତ୍ୟ ଶିକ୍ଷା ଲାଭ କରିଥିଲେ ା ବର୍ତ୍ତମାନ ସେ ନୃତ୍ୟକଳାରେ ସ୍ନାତକୋତ୍ତୋର ଶିକ୍ଷା ଲାଭ କରୁଛନ୍ତି ା ଏବେ ସେ ଗୃହିଣୀ ଜୀବନ ଅତିବାହିତ କରିବା ସହ ବନ୍ତସ୍ଥିତ ଏକ ପବ୍ଲିକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କୁନି କୁନି ପିଲାଙ୍କୁ ନୃତ୍ୟ ଶିକ୍ଷା ଦେଉଛନ୍ତି ା ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିଲେ ବି ତାଙ୍କୁ କୌଣସି ସରକାରୀ ସହାୟତା ମିଳି ନାହିଁ ା ପାଠ ପଢିବା ସମୟରେ ହାଇସ୍କୁଲ ଓ କଲେଜରେ ଅନୁଷ୍ଠିତ ବିଭିନ୍ନ ଉତ୍ସବରେ ସେ ଓଡିଶୀ ନୃତ୍ୟ ପରିବେଷଣ କରି ବହୁ ପ୍ରମାଣପତ୍ର ହାସଲ କରିଛନ୍ତି ା ନୃତ୍ୟ ସାଙ୍ଗକୁ ଖେଳକୁଦ୍‌ରେ ମଧ୍ୟ ସେ ବେଶ ପାରଙ୍ଗମ ା ବହୁମୁଖୀ ପ୍ରତିଭାର ଅଧିକାରୀ ମୋନିକା ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେବା ବିଡମ୍ବନା ବୋଲି ତାଙ୍କ ଶ୍ୱଶୁର ସୁରେଶ ଚନ୍ଦ୍ର ଦେବତା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri