ଏଠି ବୁଣିପଡ଼େ ପରମ୍ପରା ଓ ସଂସ୍କୃତିର ଭିନ୍ନ ମହକ: ବୁଢ଼ା, ଟୋକା ଓ ପିଲା ରୂପରେ ପୂଜା ପାଆନ୍ତି ବିଦ୍ୟାଦାତା

ଭଦ୍ରକ ଅଫିସ,୨୮।୮-ଐତିହ୍ୟ ଓ ଭାଇଚାରାର ସହର ଭଦ୍ରକରେ ଅଗ୍ରପୂଜ୍ୟ ବିଦ୍ୟାଦାତା ଗଣେଶଙ୍କ ପୂଜାର ସାଂସ୍କୃତିକ ମହତ୍ତ୍ୱ ନିଆରା। ଏଠି ବୁଢ଼ା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, ପେଟୁଆ ଗଣେଶ, ଛୁଆ ଗଣେଶ, କାଞ୍ଚନ ଗଣେଶ ଆଦି ନାମରେ ବିଦ୍ୟାଦାତା ପୂଜା ପାଇଥାନ୍ତି। ଏହି ପୂଜା ପରମ୍ପରା ସହରର ଏକ ଭିନ୍ନ ସାଂସ୍କୃତିକ ଭିତ୍ତିଭୂମି ସୃଷ୍ଟି କରିଛି। ଏଥର ଗଣେଶ ପୂଜା ପାଖେଇ ଆସୁଥିବାରୁ ମଣ୍ଡପ ଓ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ପ୍ରସ୍ତୁତି କାର୍ଯ୍ୟ ଯୋଗୁ ସବୁଠି ପରିବେଶ ଚଳଚଞ୍ଚଳ ହୋଇ ଉଠିଛି। ବିଭିନ୍ନ ବିଦ୍ୟାଳୟରେ ଗଣେଶ ପୂଜାଲାଗି ମଧ୍ୟ ଅନୁରୂପ ପ୍ରସ୍ତୁତି କରାଯାଉଥିବା ସୂଚନା ମିଳିଛି।
ଉଲ୍ଲେଖନୀୟ ଯେ,ଭଦ୍ରକରେ ଦୀର୍ଘ ଏକମାସ ବ୍ୟାପୀ ବୁଢା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, ଛୁଆ ଗଣେଶ, କୁନି ଗଣେଶଙ୍କୁ ପୂଜା କରାଯାଇଥାଏ ା ଏଥିମଧ୍ୟରେ ଭଦ୍ରକ ପୁରୁଣା ବଜାରରେ ବୁଢା ଓ ଟୋକା ଗଣେଶ ପୂଜା ପାଇଥାନ୍ତି। କୁଆଁସରେ ପିଲା ଗଣେଶ ଏବଂ ଅସ୍ଥଳରେ ପୂଜା ପାଆନ୍ତି ପେଟୁଆ ଗଣେଶ ା କୁଆଁସରେ ପିଲା ଗଣେଶ ନିର୍ମାଣ କାମ ୫୦ ପ୍ରତିଶତ ସରିଲାଣି ା କୁଆଁସ ପୋଲ ଉପରେ ରଙ୍ଗ ବେରଙ୍ଗ ପତାକା ଲଗାଯିବା ପାଇଁ ବାଉଁଶ ବନ୍ଧାସରିଲାଣି ା ମୂର୍ତ୍ତି କାମ ସରି ଆସିଲାଣି। କେବଳ ପୁଟି ମାରି ରଙ୍ଗ ଦିଆଯିବା ବାକି ଅଛି। ପୁରୁଣାବଜାର ଟୋକା ଗଣେଶ ପୂଜା ଅନ୍ୟ ପୂଜା କମିଟିଠାରୁ ଟିକେ ନିଆରା ା ଚାନ୍ଦିମେଢ ଏହି ପୂଜାର ବିଶେଷତ୍ୱ ା ଏହି ଅବସରରେ ବନ୍ଧୁମିଳନ ଉସତ୍ବ ଆୟୋଜନ ଓ ଭିନ୍ନ ଭସାଣି ପର୍ବ କରାଯିବା ଏହାକୁ ସ୍ବତନ୍ତ୍ର କରିଛି। ପୂଜା କମିଟିର କର୍ମକର୍ତ୍ତା କହନ୍ତି, ୧୯୭୦ରେ ଅଳ୍ପ କିଛି ଲୋକଙ୍କୁ ନେଇ ଏହି ପୂଜା ଆରମ୍ଭ ହୋଇଥିଲା। ବର୍ତ୍ତମାନ ପୂଜା କମିଟି କର୍ମକର୍ତ୍ତାଙ୍କ ସଂଖ୍ୟା ଶହେ ଟପିଲାଣି ା ମୂର୍ତ୍ତି କାମ ପ୍ରାୟ ୪୦ ଭାଗ ସରିଗଲାଣି। କାରିଗର ଓ କର୍ମକର୍ତ୍ତାମାନେ ଦିନରାତି ଏକ କରି କାମରେ ଲାଗି ପଡ଼ିଛନ୍ତି ା
ପୁରୁଣାବଜାରର ବହୁ ପୁରାତନ ବୁଢା ଗଣେଶଙ୍କୁ ନେଇ ଏଠାରେ ଅନେକ ଲୋକକଥା ଓ କିମ୍ବଦନ୍ତୀ ରହିଛି ା ମୋଗଲ ସମୟରୁ ବୁଢା ଗଣେଶ ପୂଜାପାଇ ଆସୁଛନ୍ତି। ବଂଶୀ ବଲ୍ଲଭ ଗୋସ୍ବାମୀଙ୍କ ମୋଗଲ ତାମ୍‌ସା ବନ୍ଦନାରେ ବୁଢା ଗଣେଶଙ୍କ ବର୍ଣ୍ଣନା ଏହାକୁ ପ୍ରମାଣତ କରୁଛି ା ଏହି ଗଣେଶପୂଜାର ବିଶେଷତ୍ୱ ଯେ ଏଠାରେ ଗଣେଶ ଚତୁର୍ଥୀଠାରୁ ମାସେ ଯାଏଁ ମୂର୍ତ୍ତି ପୂଜା ପାଇଥାନ୍ତି। ବର୍ଷର ଅନ୍ୟ ସମୟରେ ସ୍ଥାୟୀ ପୂଜା ମଣ୍ଡପରେ କେବଳ ଫଟୋ ପୂଜା କରାଯାଇଥାଏ। ା ଏହି ପୂଜା ମଣ୍ଡପଗୁଡ଼ିକରେ ସାଜସଜ୍ଜା ପ୍ରତିବର୍ଷ ଭିନ୍ନ ଭିନ୍ନ ହୋଇଥାଏ । ଗଣେଶଙ୍କ ଭିନ୍ନ ଭିନ୍ନ ବୟସକୁ ନେଇ ଏଠି ମୂର୍ତ୍ତି ତିଆରି କରି ପୂଜା କରାଯିବା ପରମ୍ପରା ନିଆରା ଆକର୍ଷଣ ହୋଇ ରହିଛି। କାରିଗରମାନେ ବୟସକୁ ଦୃଷ୍ଟିରେ ରଖି ବୁଢା ଗଣେଶ ପ୍ରତିମୂର୍ତ୍ତିକୁ ବୁଢାଭଳି ତିଆରି କରିଥାନ୍ତି। ଦୁଇପାର୍ଶ୍ୱରେ ରହିଥାନ୍ତି ଲକ୍ଷ୍ମୀ ଓ ସରସ୍ବତୀ ା ଆଶୀର୍ବାଦ ମୁଦ୍ରାରେ ମହାଦେବଙ୍କ ମୂର୍ତ୍ତିର ଦୁଇ ପାର୍ଶ୍ୱରେ ରହନ୍ତି ନନ୍ଦୀ ଭୃଙ୍ଗୀ ା ହିନ୍ଦୁ, ମୁସଲମାନ ସମେତ ସବୁ ସମ୍ପ୍ରଦାୟର ଶ୍ରଦ୍ଧାଳୁଙ୍କ ପୂର୍ଣ୍ଣ ସହଯୋଗରେ ବୁଢା ଗଣେଶଙ୍କ ପୂଜା ଧୁମ୍‌ଧାମରେ ହୋଇଥାଏ। ମାସକ ପରେ ବୁଢା, ଟୋକା ଓ ପିଲା ଗଣେଶଙ୍କ ଭସାଣି ଉତ୍ସବ ପୂର୍ବରୁ ପୃଥକ ପୃଥକ ଭାବେ ଅନୁଷ୍ଠିତ ହୋଇଆସୁଥିଲା। ଗତ ୨ ବର୍ଷ ଧରି ପ୍ରଶାସନିକ କଟକଣା କାରଣରୁ ଶୋଭାଯାତ୍ରାକୁ ବାଦ୍‌ ଦିଆଯାଇ କେବଳ ବାଦ୍ୟଯନ୍ତ୍ରରେ ଭସାଣି କରାଯାଉଛି। ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଏଯାଏ ଗଣେଶପୂଜା ଲାଗି ସମନ୍ବୟ କମିଟି ବୈଠକ ବସି ନାହିଁ। ଏଣୁ ଭସାଣିକୁ ନେଇ କୌଣସି ସ୍ପଷ୍ଟଚିତ୍ର ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri