ଦିବ୍ୟାଙ୍ଗ ଦୁର୍ଜନକୁଁ ଥଇଥାନ କଲା ପରଶାସନ

ଗଣ୍ଡତୁରୁମ, ୧୩।୧୨ (ଡି.ଏନ.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକର ଭିନେ ଭିନେ ଗଁାରେ ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଥିବାର ପରିଚଏହୀନ ଦିବ୍ୟାଙ୍ଗ ଦୁର୍ଜନକୁଁ ଥଇଥାନ ଲାଗି ଗୁରୁବାର ପରଶାସନ ହାତ୍‌ ବଢ଼େଇଛେ। ଇ ବାବ୍‌ଦେ ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ପରିଚଏ ବଲି କିଛି ନାଇଁ, ବିଦେଶୀ ପାଲଟିଛନ୍‌ ଦିବ୍ୟାଙ୍ଗ ଦୁର୍ଜନ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ପରଶାସନ ଦୁର୍ଜନକୁଁ ସାହାଯ୍‌ର ହାତ୍‌ ବଢ଼େଇଥିବାର ଜନାଯାଇଛେ।
ପୂରବର ସୂଚନା ହିସାବେ, ଭେଡେନ ବ୍ଲକ ଚିିଚିଣ୍ଡା ଗଁାର ଦୁର୍ଜନ ନାଇକ(୭୫)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆନ୍‌। ଛୁଆଦିନୁ ମାପ୍‌କେ ହରେଇ ବହେନ୍‌ ମିଞ୍ଜୋ ସଂଗେ ଗଁାଗଁା ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଥିଲେ। ବହେନ୍‌ ମିଞ୍ଜୋ ବି ଦିବ୍ୟାଙ୍ଗ ହେଇଥିବାର ଲାଗି ଦୁଇ ଭାଇବହେନ୍‌ ବିହାଚୁରା ନାଇଁ ହେଇ। ଭେଡ଼େନ ବ୍ଲକ ଚିଚିଣ୍ଡା ଦୁର୍ଜନକଁର ଜନମ୍‌ ମାଏଟ୍‌ ହେଇଥିଲେ ବି ଗଁାରେ ଜମିବାଡ଼ି, ସଁପତି ବଲି କିଛି ନାଇଁ। ଏନ୍‌ତା କି ସେ ସବୁପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଥିଲେ। ଗଲା ବଛର ବହେନ୍‌ ମିଞ୍ଜୋକେ ହରେଇ ସେ ଏକ୍‌ଲା ହେଇଯାଇଥିଲେ। ଦିନାକେତେ ହେଲା ସେ ସାଲଣା ହରିଜନପଡ଼ାର କମ୍ୟୁନିଟି ସେଣ୍ଟର ବାରନ୍‌ଡାରେ ମୁଡ଼ ଗୁଁଜିଥିଲେ। ତାକର ଦୁରଦଶା ବାବ୍‌ଦେ ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଖବର ପଢ଼ି ବରଗଡ଼ ଜିଲାପାଲ ଜ୍ୟୋତିରଞ୍ଜନ ପ୍ରଧାନ ଦୁଖ୍‌ ପରକାଶ କରବାର ସଂଗେ ଦୁର୍ଜନକଁର ଥଇଥାନ ଲାଗି ଜିଲା ସାମାଜିକ ସୁରକ୍ଷା ଅଧ୍‌କାରୀ ନବକୃଷ୍ଣ ଦାଶକୁଁ ନିର୍‌ଦେଶ ଦେଇଥିଲେ। ଜିଲାପାଳକଁର ନିରଦେଶରେ ଡିଏସ୍‌ଏସ୍‌ଓ ଆର ଉନିଆ କରମ୍‌ଚାରୀମାନେ ବେଲବୁଡ଼େ ସାଲଣା ଗଁାରେ ପୁହୁଁଚି ଦିବ୍ୟାଙ୍ଗ ବୁରୁଧ ଦୁର୍ଜନକୁଁ ଭେଟିଥିଲେ। ହେଲେ ଦୁର୍ଜନକଁର କାନ୍‌ ନାଇଁ ଶୁଭୁଥିଲାବେଲେ ସେ ଭଏରେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକୁଁ ଖେଦି ଦେଇଥିଲେ। ପଛେ ଦେଶଭଟିଲି ସରପଁଚ୍‌ ଶର୍ମିଷ୍ଠା ସାହୁ ଆର ପଁଚେତ୍‌ କରମ୍‌ଚାରୀ ପୁହୁଁଚି ତାହାକୁ ବୁଝାସୁଝା କଲା ଉତାରୁ ସେ କଥାରେ ରାଜି ହେଇଥିଲେ। ଦୁର୍ଜନକୁଁ ଭେଡ଼େନ ବ୍ଳକ ପଦାନଟିକ୍ରାରେ ଥିବାର ବୃଦ୍ଧାଶ୍ରମ ‘ସେଭ’ରେ ଥଇଥାନ କରାଯାଇଛେ। ଧରିତ୍ରୀ ଖବର କାଗଜରେ ପରକାଶିତ ଖବରକେ ଆଧାର କରି ଆଏଜ୍‌ ପରଶାସନ ଦିବ୍ୟାଙ୍ଗ ବୁରୁଧ୍‌ ଦୁର୍ଜନକୁଁ ଥଇଥାନ କରିପାରିଛେ ବଲି ଡିଏସ୍‌ଏସ୍‌ଓ ସାହୁ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ କବିତା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?