Posted inଖେଳ

ଦିନିକିଆ ସିରିଜ: ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

ହାମିଲଟନ,୪।୨(ପି.ଟି.)- ନ୍ୟୁଜିଲାଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ। ସ୍ଥାନୀୟ ସେଡନ ପାର୍କରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଆଘାତ ସମସ୍ୟା ଜର୍ଜରିତ ଭାରତ ଏହି ମ୍ୟାଚ୍‌ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଟି୨୦ ସିରିଜରେ ଭାରତ ୫-୦ରେ କ୍ଲିନ୍‌ ସୁଇପ୍‌ କରି ଆତ୍ମ ବିଶ୍ୱାସ ଦୃଢ଼ କରିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଟି୨୦ ସିରିଜର ତ୍ରୁଟି ସୁଧାରି ଦିନିକିଆରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି।

ଆଘାତ ସମସ୍ୟାରୁ ମୁକୁଳିଥିବା ଯୁବ ଓପନର ପୃଥ୍ବୀ ଶ ଓ ମୟଙ୍କ ଅଗ୍ରଓ୍ବାଲ ଇନିଂସ ଓପନ କରିବେ ବୋଲି ଅଧିନାୟକ ବିରାଟ କୋହଲି ସୂଚନା ଦେଇଛନ୍ତି। ରୋହିତ ଶର୍ମା, ଶିଖର ଧାଓ୍ବନ ଆହତ ହୋଇଥିବାରୁ ମୟଙ୍କ ଓ ପୃଥ୍ବୀଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଗତବର୍ଷ ଅନୁଷ୍ଠିତ ହୋଇଥିବା ଦିନିକିଆ ବିଶ୍ୱକପ୍‌ ପରେ ଭାରତ ତୃତୀୟ ଦିନିକିଆ ସିରିଜ ଖେଳିବାକୁ ଯାଉଛି। ଏହାପୂର୍ବରୁ ଭାରତ ବିଦେଶରେ ଓ୍ବେଷ୍ଟଇଣ୍ଡିଜ ଓ ଘରୋଇ ପରିବେଶରେ ଅଷ୍ଟ୍ରେଲିଆକୁ ଭେଟିଥିଲା। ଅନ୍ୟପଟେ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ଫାଇନାଲ ବିପର୍ଯୟ ପରେ ପ୍ରଥମଥର ପାଇଁ ଦିନିକିଆ ସିରିଜ ଖେଳିବାକୁ ଯାଉଛି। ଶେଷଥର ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ମାଞ୍ଚେଷ୍ଟରରେ ବିଶ୍ୱକପ୍‌ ସେମିଫାଇନାଲରେ ପରସ୍ପରକୁ ଭେଟିଥିଲେ। ଏଥିରେ ନ୍ୟୁଜିଲାଣ୍ଡ ୧୮ ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା।
ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଉଭୟ ଦଳ ପ୍ରସ୍ତୁତି ଚାଲୁ ରଖିଛନ୍ତି। ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ଦିନିକିଆ ଓ ଆଗାମୀ ଟେଷ୍ଟ ସିରିଜ ଉଭୟ ଦଳ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। ଏହି ମ୍ୟାଚ୍‌ରେ ଇଞ୍ଜୁରି କାରଣରୁ ଦୁଇ ଦଳ ସେମାନଙ୍କ ଶ୍ରେଷ୍ଠ ଦଳ ଖେଳାଇବ ନାହିଁ। ରୋହିତ ଶର୍ମା ଅନ୍ତିମ ଟି୨୦ରେ ଆହତ ହୋଇଥିଲେ। କାଫ୍‌ ଇଞ୍ଜୁରି ପାଇଁ ସେ ସିରିଜୁ ବାଦ୍‌ ପଡିଛନ୍ତି। ପୂର୍ବରୁ ଶିଖର ଧାଓ୍ବନ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଦୀପକ ଚହର ଇଞ୍ଜୁରି କାରଣରୁ ଦଳରୁ ବାଦ୍‌ ପଡିଛନ୍ତି। ସେହିପରି ନୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଆହତ ହୋଇଛନ୍ତି।

ରୋହିତଙ୍କ ବଦଳ ଖେଳାଳି ଭାବେ ମୟଙ୍କ ଅଗ୍ରଓ୍ବାଲ ଦଳରେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ରାଜକୋଟ ଦିନିକିଆରେ ଯେଉଁ ରଣନୀତି ଅବଲମ୍ବନ କରାଯାଇଥିଲା ତାହାକୁ ଅନୁସରଣ କରାଯିବ ବୋଲି କୋହଲି କହିଛନ୍ତି। ତେଣୁ ଲୋକେଶ ରାହୁଲ ଉଇକେଟକିପିଂ କରିବେ ଓ ୫ ନମ୍ବରରେ ବ୍ୟାଟିଂ କରିବା ନିଶ୍ଚିତ ମନେ ହେଉଛି। ପୃଥ୍ବୀ ଓ ମୟଙ୍କ ଦିନିକିଆରେ ଓପନର ଭାବେ ଡେବ୍ୟୁ କରିବା ମଧ୍ୟ ସ୍ପଷ୍ଟ ହୋଇଛି। ଶେଷଥର ପାଇଁ ୨୦୧୬ରେ ଏହି ଭଲି ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଜିମ୍ବାଓ୍ବେ ଗସ୍ତରେ ରାହୁଲ ଓ କରୁନ ନାୟାର ଭାରତ ପାଇଁ ଇନିସଂ ଓପନ କରିବା ସହ ଦିନିକିଆ ପଦାର୍ପଣ ମଧ୍ୟ କରିଥିଲେ। ସେହିପରି ୧୯୭୪ରେ ସୁନୀଲ ଗାଭାସ୍କର ଓ ସୁଧୀର ନାୟକ ଇଂଲଣ୍ଡ ବିପକ୍ଷରେ, ୧୯୭୬ରେ ପାର୍ଥସାରଥି ଶର୍ମା ଓ ଦିଲୀପ ଭେଙ୍କସରକାର ନ୍ୟୁଜିଲାଣ୍ଡ ବିପକ୍ଷରେ ଓପନ୍‌ କରିବା ସହ ଦିନିକିଆ ପଦାର୍ପଣ କରିଥିଲେ। କୋହଲି ପୂର୍ବପରି ୩ ନମ୍ବରରେ ଓ ଶ୍ରେୟାସ ଆୟାର ୪ ନମ୍ବରରେ ବ୍ୟାଟିଂ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri