Posted inଖେଳ

ଦିନଥିଲା ଗୁପ୍‌ଚୁପ୍‌ ବିକୁଥିଲେ, ଏବେ ୧୭ ବର୍ଷ ବୟସରେ ଧୂଆଁଧାର ବ୍ୟାଟିଂ କରି ଦଳକୁ ଜିତାଇଲେ

ବେଙ୍ଗାଲୁରୁ,୯।୧୦:ଆଲୁର ଷ୍ଟାଡିୟମରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଗ୍ରୁପ୍‌ ଏର ଏକ ମ୍ୟାଚ୍‌ରେ ମୁମ୍ବାଇ ୧୩୦ ରନରେ ଗୋଆକୁ ପରାସ୍ତ କରିଛନ୍ତି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ଉଇକେଟ ହରାଇ ୩୬୨ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ଗୋଆ ୪୮.୧ ଓଭରରେ ୨୩୨ ରନରେ ଅଲଆଉଟ୍‌ ହୋଇଯାଇଥିଲା। ମୁମ୍ବାଇ ପକ୍ଷରୁ ଧୂଆଁଧାର ବ୍ୟାଟିଂ କରିଥିଲେ ୧୭ବର୍ଷୀୟ ଯଶସ୍ବୀ ଯଶଓ୍ବାଲ। ସେ ୧୧୩ ରନର ପାଳି ଖେଳିଥିଲେ। ମୁମ୍ବାଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯଶସ୍ବୀଙ୍କ କାହାଣୀ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ଖୁବ୍‌ କମ୍‌ ବୟସରୁ କ୍ରିକେଟ ଖେଳିବାର ସ୍ବପ୍ନ ନେଇ ଘର ଛାଡି ଉତ୍ତର ପ୍ରଦେଶରୁ ମୁମ୍ବାଇ ଚାଲିଆସିଥିଲେ। ଏଠାରେ ଦାଦାଙ୍କ ଭଡା ଘରେ ରହି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ମାସକୁ ମାସ ତାଙ୍କ ବାପା କିଛି ଟଙ୍କା ପଠାନ୍ତି। କିନ୍ତୁ ସେଥିରେ ଟ୍ରେନିଂ ନେବା ସମ୍ଭବ ନ ଥିଲା। ଆଜାଦ୍‌ ମୈଦାନରେ ରାମଲୀଳା ଚାଲିଥିବାବେଳେ ସେଠାରେ ଗୁପ୍‌ଚୁପ୍‌ ବିକ୍ରି କରୁଥିଲେ ଯଶସ୍ବୀ। ଏଥିରେ ଯାହା କିଛି ଲାଭ ମିଳୁଥିଲା ସେଥିରେ କ୍ରିକେଟ ଟ୍ରେନିଂ ନେବା ଆରମ୍ଭ କଲେ। ସେଠାରେ  କୋଚ୍‌ ଜ୍ୱାଲା ସିଂଙ୍କ ସହ ଭେଟ ହୋଇଥିଲା। ଏହାପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଥିଲା। କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଚାଲିଲେ। ଯଶସ୍ବୀଙ୍କର ଭାରତୀୟ ଅଣ୍ଡର-୧୯ ଦଳ ପାଇଁ ଚୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବସ୍ତିକ, ସତ୍ୟେନ୍ଦ୍ର, ଅନନ୍ତଙ୍କୁ ସରୋଜ ମହାସୁଆର ପୁରସ୍କାର

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି)-ଯୁବ କ୍ରିକେଟର ସ୍ବସ୍ତିକ ସାମଲ ଏବଂ ରାଜ୍ୟର ଦୁଇ ଜଣାଶୁଣା ଅମ୍ପାୟର ସତ୍ୟେନ୍ଦ୍ର ମୋହନ ମହାନ୍ତି ଓ ଅନନ୍ତ ବାସୁଦେବ ମିଶ୍ର ଚଳିତ...

ଦଳରେ ଦୁଇ ଖେଳାଳିଙ୍କୁ ନେବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୫ା୨(ପି.ଟି.): ଇରାନରେ ହେବାକୁଥିବା ବିଶ୍ୱ ଜୁନିୟର କବାଡ଼ି ଚାମ୍ପିୟନଶିପ୍‌ (ବାଳକ)ରେ ଭାରତ ତରଫରୁ ଅଂଶଗ୍ରହଣ କରିବା ଲାଗି ଦୁଇଜଣ ସ୍ବଳ୍ପ ବୟସ୍କ ଖେଳାଳିଙ୍କୁ ଅନୁମତି...

ଫେଲ୍‌ ମାରିଲା ଏକ୍ସପେରିମେଣ୍ଟ

ଅହମ୍ମଦାବାଦ,୯।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବଡ଼ ଏକ୍ସପେରିମେଣ୍ଟ କରିଥିଲା ଭାରତୀୟ ଦଳ। ଆମନ୍ତ୍ରଣ ପାଇ...

ଓଡ଼ିଶାରେ ଗ୍ରାଣ୍ଡମାଷ୍ଟର କୋଚିଂ କ୍ୟାମ୍ପ

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟର ଖେଳାଳି ଓ କୋଚ୍‌ଙ୍କ ପାଇଁ ଏକ କୋଚିଂ କ୍ୟାମ୍ପ ଚଳିତମାସ ୧୮ରୁ ୨୫...

ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ରୋହିତ

ଦୁବାଇ, ୧୫।୧- ଭାରତୀୟ ଦଳର ବିସ୍ଫୋରକ ଓପନର ରୋହିତ ଶର୍ମା ବୁଧବାର ଆଇସିସି ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ୨୦୧୯ରେ ଦିନିକିଆ...

ଆଜି ଓସିଏ ନିର୍ବାଚନ

କଟକ ଅଫିସ,୨୭ା୯- ଅନେକ ବାଦ, ବିବାଦ, ଅଭିଯୋଗର ପୂର୍ଣ୍ଣଚ୍ଛେଦ ପଡ଼ି ଶେଷରେ ଶୁକ୍ରବାର ହେବାକୁ ଯାଉଛି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ବହୁ ପ୍ରତୀକ୍ଷିତ କର୍ମକର୍ତ୍ତା ନିର୍ବାଚନ।...

ସୟଦ ମୋଦି ଇଣ୍ଟରନ୍ୟାଶନାଲ: ସୌରଭ ରନର୍ସଅପ୍‌

ଲକ୍ଷ୍ନୌ, ୨।୧୨(ପି.ଟି.)- ଏଠାରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସରେ ଭାରତର ସୌରଭ ବର୍ମା ରନର୍ସଅପ୍‌ ହୋଇଛନ୍ତି। ସେମିଫାଇନାଲ ପର୍ଯ୍ୟନ୍ତ ଦମ୍‌ଦାର...

ଫର୍ମୁଲାଓ୍ବାନ୍‌ କ୍ୟାଲେଣ୍ଡର ୨୦୨୧ରୁ ଭିଏତ୍‌ନାମ ବାଦ୍‌

ଇସ୍ତାନବୁଲ୍‌, ୧୧ା୧୧ (ଏପି)- ଆସନ୍ତାବର୍ଷ ୨୦୨୧ରେ ରେକର୍ଡ ୨୩ଟି ରେସ୍‌ ଆୟୋଜନ ଲାଗି ଫର୍ମୁଲା ଓ୍ବାନ୍‌ ଯୋଜନା ରଖିଛି। ଏପ୍ରିଲ୍‌ରେ ଭିଏତ୍‌ନାମରେ ଏହାର ଉଦ୍‌ଘାଟନୀ ରେସ୍‌...

Advertisement
Archives

Model This Week