ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଲଜ୍ଜା: ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଜଣେ ଗିରଫ

ଦାରିଙ୍ଗବାଡି,୫।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଗତ କିଛିମାସ ତଳେ ତାଙ୍କୁ ବଳାତ୍କାର କରିଥିବା ମଙ୍ଗଳବାର ସନ୍ଧ୍ୟାରେ ଥାନାରେ ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଦାରିଙ୍ଗବାଡ଼ି ପୋଲିସ ନଂ.୫୪/୧୯ରେ ମାମଲା ରୁଜୁକରି ତଦନ୍ତ କରିବା ସହ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ଉକ୍ତ ଥାନା ଅଞ୍ଚଳ ଡଡଡ଼ମାହା ଗ୍ରାମର ଜିରିମୟ ପ୍ରଧାନ ବୋଲି ପୋଲିସ କହିଛି।
ପ୍ରକାଶ ଯେ, ଗତ ୮ମାସ ତଳେ ନାବାଳିକା ଜଣକ ଏକୁଟିଆ ବିଦ୍ୟାଳୟକୁ ଯାଉଥିବା ବେଳେ ଜିରିମୟ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ବଳାତ୍କାର କରିଥିଲେ। ଏନେଇ କାହାକୁ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ନାବାଳିକା ଜଣକ ଘଟଣା ସମ୍ପର୍କରେ କାହାରିକୁ ନ କହି ଚୁପ୍‌ ରହିଥିଲେ। କିଛିଦିନ ପରେ ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରିବାର ଲୋକ ଏନେଇ ନାବାଳିକାଙ୍କୁ ପଚାରିବାରୁ ସେ ସମସ୍ତ ଘଟଣା କହିଥିଲେ। ଏନେଇ ଗ୍ରାମରେ ଏକ ବୈଠକ କରି ଘଟଣା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଗିରଫ ହୋଇଥିବା ଜିରିମୟଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରିମାଇନା କରିବା ପରେ କୋର୍ଟ ଚାଲାଣ କରିଛି। ନାବାଳିକାଙ୍କୁ ଫୁଲବାଣୀ ମେଡିକାଲରେ ଡାକ୍ତରିମାଇନା କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ର ସମୀକ୍ଷା କଲେ ମନ୍ତ୍ରୀ: ସଫଳତା ପାଇଁ ସହଯୋଗର ଆହ୍ବାନ

ପୁରୀ ଅଫିସ/କୋଣାର୍କ(ଡି.ଏନ୍‌.ଏ.) ୨୧।୧୧: କୋଣାର୍କକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ...

ଚୈତ୍ରପର୍ବ, ବାରୁଣୀ ସ୍ନାନରେ କଟକଣା

ଆସିକା,୧୭ା୩(ଡି.ଏନ୍‌.ଏ.) କରୋନା ମୁକାବିଲା ନେଇ ସୋମବାର ଆସିକା ବ୍ଲକ ସଭା ଗୃହରେ ପଞ୍ଚାୟତ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ା ବ୍ଲକ ଅଧ୍ୟକ୍ଷ...

୮୪ ଲକ୍ଷ ଟଙ୍କା ଠକେଇ ଘଟଣା: ଜେଲ ଗଲେ ହନିକମ୍ବ ଏମ୍‌ଡି

ବ୍ରହ୍ମପୁର ଅଫିସ,୧୩ା୧୧-ଅଧିକ ସୁଧ ଦେବା ନାଁରେ ସୋନପୁର ଜିଲା ବିନିକା ଅଞ୍ଚଳର ୫୦ରୁ ଉର୍ଦ୍ଧ୍ୱ ଜମାକାରୀଙ୍କ ୮୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ବୈଦ୍ୟନାଥପୁର...

ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରି ଦିଅର ଗିରଫ

ବ୍ରଜରାଜନଗର,୧୩।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଲଜକୁରା ଫାଟକପଡ଼ାର ଜଣେ ଯୁବକ ସମ୍ପର୍କୀୟ ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଘଟଣା ପ୍ରଘଟ କଲେ ମହିଳାଙ୍କୁ...

ମନ୍ତ୍ରୀଙ୍କୁ ଗୃହକୁ ପୂରାଇ ଦେବୁନି: କଂଗ୍ରେସ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ପହିଲାରୁ ଆରମ୍ଭ ହେବ। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୨୬ କାର୍ଯ୍ୟଦିବସ ରହିଛି।...

ଅଡୁଆରେ ଏମ୍‌ପି ଭର୍ତ୍ତୃହରି: ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ନାଁରେ ବୋହୂ ସାକ୍ଷୀ ମଧ୍ୟପ୍ରଦେଶର ଭୋପାଳ ମହିଳା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସ୍ବାମୀ ଲୋକରଞ୍ଜନ, ଶାଶୁ ଏବଂ...

ସରକାରୀ କର୍ମଚାରୀଙ୍କୁ ମିଡିଆ କଟକଣା: ମତାମତ ଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ସରକାରୀ ଅଧିକାରୀ ଓ କର୍ମଚାରୀ ସରକାରଙ୍କ ବିନା ଅନୁମତିରେ କୌଣସି ପ୍ରକାର ମନ୍ତବ୍ୟ, ଲେଖା କିମ୍ବା ବିବୃତି ଗଣମାଧ୍ୟମକୁ ଦେଇପାରିବେ ନାହିଁ। ଏହା ଓଡ଼ିଶା...

ସ୍ବତନ୍ତ୍ର ଶିକ୍ଷକ ପଦବୀ ପୂରଣ କର

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଦେଶରେ ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ କରୁଥିବା ପିଲାଙ୍କ ପାଇଁ ନିୟମିତ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଜରୁରୀ ହୋଇପଡ଼ିଛି। ତେଣୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ...

Advertisement
Archives

Model This Week