ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ: ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ

ଦାରିଙ୍ଗବାଡ଼ି,୧୩।୧୧(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତ ଅନୁଭୂତ ହୋଇଛି। ମଙ୍ଗଳବାର ଅପରାହ୍ନରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରହିଥିବାବେଳେ ବୁଧବାର ସକାଳ ୮ଟା ସୁଦ୍ଧା ଏହା ହ୍ରାସ ପାଇ ୧୦ ଡିଗ୍ରୀରେ ପହଞ୍ଚିଛି। ଗତ କିଛିଦିନ ହେଲା ପାଗ ମେଘୁଆ ରହିବା ସହ ଦିନରେ ହାଲକା ଭାବେ କୋହଲା ପବନ ମଧ୍ୟ ବୋହୁଛି। ଫଳରେ ଦିନ ରାତି ପାଖାପାଖି ସମାନ ତାପମାତ୍ରା ରହୁଛି। ସେହିପରି ସକାଳୁଆ କୁହୁଡ଼ି ମଧ୍ୟ ଅବ୍ୟାହତ ରହିଛି। ଶୀତର ମଜା ନେବାକୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ ମାନେ ଗତ କିଛିଦିନ ହେଲା ନିରାଶ ହୋଇଥିବାବେଳେ ପୁଣି ଶୀତ ଆସିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଫେରିଛି । ଶୀତର ମଜା ନେବାକୁ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭିଡ଼ ଜମାଇଛନ୍ତିା ବିଶେଷ କରି ସକାଳୁ ହିଲଭିୟୁ ପାର୍କର ୱାଚ ଟାୱାର ଉପରେ ଠିଆ ହୋଇ ସୂର୍ଯ୍ୟ ଉଦୟ ଏବଂ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଦେଖିବାକୁ ଶାନ୍ତି ଉପତ୍ୟକାରେ ଭିଡ଼ ଜମିଛି। ସେହିପରି ଶୀତ ଦାଉରୁ ରକ୍ଷା ପାଇଁ ସନ୍ଧ୍ୟା ସକାଳେ ଲୋକେ ନିଆଁ ପୁଉଁଥିବା ଦେଖିବାକୁୂ ମିଳିଛି। ଚଳିତବର୍ଷ ଶୀତ ବିଳମ୍ବରେ ପହଞ୍ଚିଥିବାରୁ ପାଣିପାଗର ଅନିୟମିତତା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…

ଅତିରିକ୍ତ ଜିଲାପାଳ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

ବନ୍ତରୁ ଉଦ୍ଧାର ହେଲା ଅତି ବିରଳ ସାପ: ଚିକିତ୍ସା ପାଇଁ ଯିବ ନନ୍ଦନକାନନ

ବନ୍ତ,୧୮।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ହରିଜନ ସାହିରୁ ଏକ ଅତି ବିରଳ ରଙ୍ଗର ସାପକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ହଳଦିଆ…

ମାଙ୍କଡ଼ ଆତଙ୍କ: ସିଧା ଆସି ଧରିଲା ଅଣ୍ଟାକୁ …

ବନ୍ତ,୧୮।୦୪(କିଶୋର କୁମାର ସେଠୀ): ମାଙ୍କଡ଼ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତିଜଣକ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ତାଳପଦା ଗ୍ରାମର ଦାମୋଦର ବାରିକ…

ପଥରରେ ଛେଚି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ: ଥାନାରେ ପହଞ୍ଚି ସତ ବଖାଣିଲେ ପୁଅ

ସୁନ୍ଦରଗଡ,୧୮।୪(ଜୟ ନାରାୟଣ ମେଣ୍ଡୁଳି): ପାରିବାରିକ କଳହକୁ କେନ୍ଦ୍ର କରି ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲେ ସ୍ବାମୀ। ଏପରି ଏକ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା…

ହୋଟେଲ ଉପରେ ଅତର୍କିତ ଚଢ଼ାଉ: ମୁଖ୍ୟ ସଡ଼କରୁ ଜବରଦଖଲ ଉଚ୍ଛେଦ

ଭଞ୍ଜନଗର,୧୮।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଛି। ଯାତ୍ରା ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ଏବଂ ହୋଟେଲ ଗୁଡିକରେ…

ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା: ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ, କଂଗ୍ରେସର ସମର୍ଥନ

ବାରିପଦା,୧୮।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ୍ୟୁ ଓ ୧୪୬ରୁ ଅଧିକ ଅସୁସ୍ଥ ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri