ଦାରିଙ୍ଗବାଡ଼ିରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ୧୫ ଶ୍ରମିକ

ଦାରିଙ୍ଗବାଡ଼ି,୨୭।୩(ଡି.ଏନ୍‌.ଏ.)- ପଶ୍ଚିମବଙ୍ଗରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସି ବିଭିନ୍ନ ଲଜ୍‌, ବିଲ୍ଡିଂରେ କାର୍ଯ୍ୟ କରୁଥିବା ୧୫ଜଣ ରାଜମିସ୍ତ୍ରୀ ଓ ଶ୍ରମିକ ଦାରିଙ୍ଗବାଡ଼ିରେ ଫସି ରହିଛନ୍ତି। କାମ ବନ୍ଦ ଯୋଗୁ ସେମାନଙ୍କ ନିକଟରେ ଟଙ୍କା ସରିଗଲାଣି। କେତେକ ମାଲିକ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିଲେ ସୁଦ୍ଧା ତାହା ନିଅଣ୍ଟ ପଡୁଛି। ସେପଟେ ବଜାରକୁ କୌଣସି ଜରୁରୀ କାର୍ଯ୍ୟରେ ବାହାରିଲେ ପୋଲିସ ଘଉଡାଉଛି। ଅନ୍ୟ ରାଜ୍ୟର ଲୋକ ହୋଇଥିବାରୁ ସେମାନେ ଭୟରେ ରହୁଛନ୍ତି।
ପ୍ରକାଶ ଯେ, ସମସ୍ତ ୧୫ ଶ୍ରମିକ ପଶ୍ଚିମବଙ୍ଗର ଡାଣ୍ଟାନ ଜିଲା ମେଦିନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କ ସହ ବାଲେଶ୍ୱର ଜିଲା ଜଳେଶ୍ୱର ମଧ୍ୟ ୨ଜଣ ଯୁବ ଶ୍ରମିକ ଫସି ରହିଛନ୍ତି। ସେମାନେ କହିଛନ୍ତି ଯେ, ଗତବର୍ଷଠାରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସି ନିର୍ମାଣ କରିବାକୁ ଆସିଥିଲେ। ମଝୀରେ ନିଜ ଗାଁକୁ ଯାଇ ପୁଣି ଫେବୃଆରୀ ମାସରେ ଦାରିଙ୍ଗବାଡ଼ି ଆସି କାର୍ଯ୍ୟକରୁଥିଲେ। କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ତାଙ୍କୁ ଏବଂ ତାଙ୍କ ସହ ରହିଥିବା ଅନ୍ୟ ଶ୍ରମିକମାନଙ୍କୁ ସମସ୍ତ ମଜୁରୀ ମିଳି ନ ଥିବାବେଳେ ସେମାନେ ଲକ୍‌ଡାଉନ ଯୋଗୁ ଗାଡିମୋଟର ବନ୍ଦ ଯୋଗୁ ଘରକୁ ଫେରିପାରୁନାହାନ୍ତି। ସେମାନଙ୍କୁ ଖାଇବା ପଇଁ ଆବଶ୍ୟକ ରାଶନ ଯୋଗାଇଦେବା ସହ କିଛି ଅର୍ଥଦେଲେ ସେମାନଙ୍କ ଚଳିବା ସହଜ ହେବ ବୋଲି କହିଛନ୍ତି। ଏନେଇ ବିଡିଓ ଡ. ଜଗଦୀଶ ଷଡଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି, ଖୁବ୍‌ଶୀଘ୍ର ସେମାନଙ୍କୁ ଖାଇବା ସହ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ୧୦ ଡାକ୍ତରଙ୍କୁ ଗଞ୍ଜାମ ବଦଳି: ଏଭଳି ଚେତାବନୀ ଦେଲା ଜିଲା କଂଗ୍ରେସ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ପ୍ରଭାବିତ ଜିଲାରେ ଗଞ୍ଜାମକୁ ଗଣାଯାଉଛି। ଫଳରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଅଭାବ...

ବନ୍ଦ ହେବାକୁ ଯାଉଛି ୧୮୯୦ରୁ ସେବା ଯୋଗାଉଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ

ସମ୍ବଲପୁର,୧୦ା୩(ବ୍ୟୁରୋ): ଦେଶ ସ୍ବାଧୀନ ପୂର୍ବରୁ ଅର୍ଥାତ୍‌ ୧୮୯୦ରେ ନିର୍ମାଣ ହୋଇଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ ବନ୍ଦ ହେବ। ଏ ନେଇ ରେଳ ସଦନ ଭୁବନେଶ୍ୱରର ପ୍ରିନ୍ସିପାଲ...

ଗଛକଟାକୁ ନେଇ ମାଡ଼ ଖାଇବାରୁ ଲଜ୍ଜାରେ ଫାଶୀ ଦେଲେ ଯୁବକ

ଖଇରା,୨୧।୩(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ଥାନା ଗଗନଧୂଳି ପଞ୍ଚାୟତ ଅଧୀନ ତେନ୍ତୁଳିଆପଡ଼ା ଗ୍ରାମରେ ଗଛ କଟାକୁ ନେଇ କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ...

ମଣ୍ଡିରେ ନକଲି ଭାଗଚାଷୀ ଧାନ ବିକିବା ଘଟଣା: ଜିଲା ପ୍ରଶାସନ ତତ୍ପର; ବନ୍ଧା ହେବେ ନକଲି ଭାଗଚାଷୀ, ବିଭାଗୀୟ କର୍ମଚାରୀ

ମାଲକାନଗିରି,୧୦ା୧୨ (ଡି.ଏନ୍‌.ଏ.)- ମଙ୍ଗଳବାର ଧରିତ୍ରୀରେ ମଣ୍ଡିରେ ନକଲି ଭାଗଚାଷୀ ଧାନ ବିକୁଥିବା ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲା ପ୍ରଶାସନ...

୬ ଆନ୍ତଃଜିଲା ଡକାୟତ ଗିରଫ

ବାଲିଗୁଡା,୧୦ା୧୦.(ଡି.ଏନ.ଏ.) – କନ୍ଧମାଳ ଜିଲା ବାଲିଗୁଡା ଥାନା କଞ୍ଜାଲଗୁ ଘାଟିରେ ବାଲିଗୁଡା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ୬ମାସ ଧରି...

ବାଲେଶ୍ୱରରେ କାଳବୈଶାଖୀ : ଘର ସହ ଭାଙ୍ଗିଲା ମୋବାଇଲ୍‌ ଟାଓ୍ବାର

ବାଲେଶ୍ୱର ଅଫିସ୍‌, ୨୪।୪-ବାଲେଶ୍ୱର ଜିଲାରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହୋଇଛି। ବର୍ଷା ପାଇଁ ଗରମରୁ ଆଶ୍ୱସ୍ତି ମିଳିଛି।...

ଖୋର୍ଦ୍ଧାରେ ଘରୋଇ ନର୍ସିଂହୋମ ମାନୁ ନାହାନ୍ତି କୋଭିଡ ଗାଇଡଲାଇନ୍‌: ଚାଲିଛି ଚଢ଼ାଉ

ଖୋର୍ଦ୍ଧା ଅଫିସ,୧୪।୭ : ଖୋର୍ଦ୍ଧା ଜିଲାରେ ବଡ଼ିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଘରୋଇ ନର୍ସିଂହୋମଗୁଡ଼ିକ କୋଭିଡ ଗାଇଡ ଲାଇନକୁ ପାଳନ କରୁ ନ ଥିବା ଅଭିଯୋଗ...

୩୧ରେ ଗୋପାଳପୁର ବେଳାଭୂମି ମନା

ଛତ୍ରପୁର,୨୮ା୧୨(ଡି.ଏନ୍‌.ଏ.): ଚଳିତବର୍ଷର ଶେଷଦିନ ଅର୍ଥାତ୍‌ ୩୧ତାରିଖ (ଗୁରୁବାର) ଗୋପାଳପୁର ବେଳାଭୂମିକୁ ଯିବା ମନା ହୋଇଛି। କାହାରିକୁ ସେଠାକୁ ଛଡ଼ାଯିବନି ବୋଲି ରବିବାର ଗଞ୍ଜାମ ଜିଲାପାଳ ବିଜୟ...

Advertisement


Archives

Model This Week

Why Dharitri