ଦାମୀ ବ୍ୟାଗ୍‌

ଡିଜାଇନର୍‌ ତଥା ବ୍ରାଣ୍ଡେଡ୍‌ ହ୍ୟାଣ୍ଡବ୍ୟାଗ୍‌ର ସଉକ ଅଧିକାଂଶ ମହିଳାଙ୍କ ଭିତରେ ରହିଛି। କିନ୍ତୁ ଏମିତି କିଛି ହ୍ୟାଣ୍ଡବ୍ୟାଗ୍‌ ଅଛି, ଯାହାର ଦାମ୍‌ କାହାକୁ ବି କରିଦେବ ଆଶ୍ଚର୍ଯ୍ୟ ଚକିତ। ଗୋଲ୍ଡ ଓ ଡାଇମଣ୍ଡରେ ସଜେଇ ହୋଇଥିବା ଏମିତି କିଛି ହ୍ୟାଣ୍ଡବ୍ୟାଗ୍‌ ସମ୍ପର୍କରେ…
ମୌଓ୍ବାଡ ୧୦୦୧ ନାଇଟ୍‌ସ ଡାଇମଣ୍ଡ୍‌ ପର୍ସ:ଏହିି ବ୍ୟାଗ୍‌ର ଦାମ୍‌ ୩.୮ମିଲିଅନ୍‌ ଡଲାର। ଏହା ବିଶ୍ୱର ସବୁଠୁ ଦାମୀ ହ୍ୟାଣ୍ଡ୍‌ବ୍ୟାଗ୍‌। ୨୦୧୧ମସିହାରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ଏହା ସ୍ଥାନ ପାଇଛି। ହାର୍ଟ ଭଳି ଦେଖିବାକୁ ଏହି ବ୍ୟାଗ୍‌ରେ ୩୮୧.୯୨ କ୍ୟାରେଟ୍‌ର ୪, ୫୧୭ଟି ହୀରା ଖଚ୍ଚିତ ହୋଇଛି। ସେଥିରେ ୫୬ଟି ପିଙ୍କ,୧୦୫ଟି ୟେଲୋ ଓ ୪, ୩୫୬ଟି କଲର୍‌ଲେସ ଭାରିଆଣ୍ଟ ଡାଇମଣ୍ଡ ରହିଛି। ୧୦ ଜଣ କୁଶଳୀ କାରିଗର ୮,୮୦୦ ଘଣ୍ଟାରେ ଏହିି ପର୍ସକୁ ତିଆରି କରିଛନ୍ତି।
ହର୍‌ମେସ୍‌ କେଲି ରୋଜ ଗୋଲ୍ଡ: ଏହି ବ୍ୟାଗ ଉପରେ କୁମ୍ଭୀର ଚମଡାର ପ୍ୟାଚ୍‌ ଭଳି କାରୁକାର୍ଯ୍ୟ କରାଯାଇଛି। ହର୍‌ମେସ ଓ ଜୁଏଲର ପିୟର୍ସ ହାର୍ଡିଙ୍କ ମିଳିତ ଉଦ୍ୟମରେ ଏହାକୁ ତିଆରି କରାଯାଇଛି। ଏଥିରେ ୧,୧୬୦ଟି ଡାଇମଣ୍ଡ୍‌ ଖଚ୍ଚିତ ହୋଇଛି। ଏହାର ମୂଲ୍ୟ ୨ ମିଲିଅନ ଡଲାର।
ହର୍‌ମେସ ବିର୍‌କିନ ବ୍ୟାଗ୍‌: ଜାପାନିଜ୍‌ ଡିଜାଇନର୍‌ ଗିଞ୍ଜା ଟନକା ଦ୍ୱାରା ପ୍ରସ୍ତୁତ ଏହି ବ୍ୟାଗ୍‌ର ଦାମ୍‌ ୧.୯ ମିଲିଅନ ଡଲାର । ବ୍ୟାଗ୍‌ର ବଡିକୁ ୧୦୦ ପ୍ରତିଶତ ପ୍ଲାଟିନମ୍‌ରେ ତିଆରି କରାଯାଇଛି। ଏଥିରେ ୨୦୦୦ଟି ହୀରା ଖଞ୍ଜା ଯାଇଛି। ନାସ୍‌ପାତି ଆକାରର ୮ କ୍ୟାରେଟ୍‌ର ସିମରିଂ ଡାଇମଣ୍ଡ ମଧ୍ୟ ଲଗାଯାଇଛି। ଘଣ୍ଟାବ୍ୟାଣ୍ଡ୍‌ ଆକାରରେ ଖଞ୍ଜାଯାଇଥିବା ହୀରାକୁ ବ୍ରେସଲେଟ କିମ୍ବା ନେକ୍‌ଲେସ ଭାବେ ବ୍ୟବହାର କରିହେବ।
ହରମେସ ଚେନ୍‌ଡ୍‌ ଆଙ୍କର୍‌ ବ୍ୟାଗ: ଚେନ୍‌ ଗୁଡିକ ଛନ୍ଦାଛନ୍ଦି ହୋଇ ରହିଥିବା ଭଳି ଡିଜାଇନର ଏହି ବ୍ୟାଗରେ ୧,୧୬୦ଟି ଡାଇମଣ୍ଡ ଖଞ୍ଜା ହୋଇଛି। ପିରି ହାର୍ଡିଙ୍କ ଦ୍ୱାରା ଡିଜାଇନଡ୍‌ ଏହି ବ୍ୟାଗର ମାତ୍ର ତିନିଟି କଲେକସନ ରହିଛି। ଏହାର ଦାମ୍‌ ୧.୪ ମିଲିଅନ ଡଲାର।
ଲାନା ମାର୍କ୍ସ
କ୍ଲିଓପାର୍ଟା କ୍ଲଚ୍‌୍‌: ଲାନା ମାର୍କ କମ୍ପାନୀ ବର୍ଷକୁ କେବଳ ଗୋଟିଏ କ୍ଲିଓପାର୍ଟା ବ୍ୟାଗ ତିଆରି କରେ। ତାହାର ଡିଜାଇନ ଓ କଲର୍‌ ଅଲଗା ରହେ। ମେଟାଲିକ୍‌ ସିଲ୍‌ଭର୍‌ ରଙ୍ଗର କୁମ୍ଭୀର(ଆମେରିକାରେ ଦେଖାଯାନ୍ତି) ଚମଡାରେ ଏହି ବ୍ୟାଗ ତିଆରି କରାଯାଏ। ଏଥିରେ ୧୮ କ୍ୟାରେଟ୍‌ର ହ୍ବାଇଟ ଗୋଲ୍ଡରେ ୧,୫୦୦ ବ୍ଲାକ୍‌ ଓ ହ୍ବାଇଟ ଡାଇମଣ୍ଡ ଖଞ୍ଜାଯାଇଛି। ଏହି ବ୍ୟାଗ୍‌ର ମୂଲ୍ୟ ୪ ଲକ୍ଷ ଡଲାର ।
ନିଲୋଟିକସ କ୍ରୋକୋଡାଇଲ ହିମାଳୟା ବିର୍କିନ:କୁମ୍ଭୀର ଚମଡାରେ ଏହି ବ୍ୟାଗ ପ୍ରସ୍ତୁତ କରାଯାଇଛି। ଏହି ବ୍ୟାଗ୍‌ ଉପରେ ହିମାଳୟର ପର୍ବତ ଶିଖରରେ ଆଚ୍ଛାଦିତ ଧଳା ବରଫର ଛବିକୁ ଡିଜାଇନ କରାଯାଇଛି। ଏଥିରେ ୧୮ କ୍ୟାରେଟ ଗୋଲ୍ଡରେ ୨୪୦ଟି ଡାଇମଣ୍ଡ ଖଞ୍ଜାଯାଇଛି। ଦାମ୍‌ ରହିଛି ପ୍ରାୟ ୩୭୯,୦୦୦ ଡଲାର।
ଚାନେଲ ‘ଡାଇମଣ୍ଡ୍‌ ଫର୍‌ଏଭର’
ହ୍ୟାଣ୍ଡ ବ୍ୟାଗ୍‌:
ଏହି ବ୍ୟାଗ୍‌ର ଦାମ୍‌ ୨୬୧,୦୦୦ ଡଲାର। ୧୮ କ୍ୟାରେଟର ହ୍ବାଇଟ ଗୋଲ୍ଡରେ ମୋଟ୍‌ରେ ୩.୫୬ କ୍ୟାରେଟ୍‌ର ୩୩୪ଟି ହୀରା ଲଗାଯାଇଛି। ବ୍ୟାଗର ସୋଲ୍‌ଡର ଷ୍ଟ୍ରାପ ୧୮ କ୍ୟାରେଟ ହ୍ବାଇଟ୍‌ ଗୋଲ୍ଡ ଚେନରେ ତିଆରି ହୋଇଛି, ଯାହାକୁ ସହଜରେ ବାହାର କରିହେବ। ଚାନେଲର ଏଭଳି ମାତ୍ର ୧୩ଟି ବ୍ୟାଗ ରହିଛି।
ଫୁକସିଆ ଡାଇମଣ୍ଡ-ଷ୍ଟଡେଡ୍‌ ହର୍‌ମେସ ବିର୍‌କିନ ବ୍ୟାଗ୍‌: ଏହି ବ୍ୟାଗରେ ୧୮ କ୍ୟାରେଟର ହ୍ବାଇଟ୍‌ ଗୋଲ୍ଡ ଓ ଡାଇମଣ୍ଡ୍‌ର କାରୁକାର୍ଯ୍ୟ ହୋଇଛି। ଏହାର ଦାମ୍‌-୨୨୨,୦୦୦ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri