ଦାବିପତ୍ର ଦେଲେ ଡାକ୍ତର, କର୍ମଚାରୀ

ତାଳଚେର,୧୫ା୮(ନି.ପ୍ର.) ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଓ ନର୍ସଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବା, ଡାକ୍ତରଖାନା ପରିସରରେ ପୋଲିସ ଆଉଟପୋଷ୍ଟ ଖୋଲାଯିବା ଦାବିରେ ବୁଧବାର ତାଳଚେର ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀମାନେ ଉପଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି ଯେ, ଗତ ୫ ତାରିଖ ମଧ୍ୟରାତ୍ରିରେ ତାଳଚେର ବ୍ଲକ ସନ୍ଥପଡା ଗ୍ରାମର ସୂର୍ଯ୍ୟକାନ୍ତ ଦେହୁରୀ ଜଣେ ଡାକ୍ତର ଏବଂ ନର୍ସଙ୍କୁ ମାଡ ମାରିବା ସହ ଅଶାଳୀନ ବ୍ୟବହାର କରିଥଲେ। ଏ ସମ୍ପର୍କରେ ଡାକ୍ତର ଶଙ୍କର ଗାହାଣଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୧୯୧/୧୯ରେ ଏକ ମାମଲା ରୁଜୁ କରିଥିଲେ ବି ଏଯାଏ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ। ଫଳରେ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଗତ ୧୦ ତାରିଖ ଠାରୁ ଡାକ୍ତର ଓ କର୍ମଚାରୀମାନେ କଳାବ୍ୟାଜ ପରିଧାନ କରି ଡ୍ୟୁଟି କରୁଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆଗାମୀ ୧୬ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦରଖାସ୍ତଗତ ତ୍ରୁଟି: ଓସିଏସ୍‌ ପରୀକ୍ଷାରୁ ୭୦୩୯ ବଞ୍ଚିତ

କଟକ ଅଫିସ, ୧୪ା୭: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌(ଓସିଏସ୍‌) ପରୀକ୍ଷା ବହୁ ଆଶାୟୀ ବଞ୍ଚିତ ହେବେ। ଏକକାଳୀନ ୭୦୩୯...

ବିରୋଧୀଙ୍କ ପାଇଁ ସୁଯୋଗ ଆଣିପାରେ ଦୁର୍ନୀତି; ଭୋଟରଙ୍କ ମତ ବଦଳୁଛି

ଯାଜପୁର ଅଫିସ,୩୦।୧: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ମାତ୍ର ୩ ସପ୍ତାହ ବାକି ଅଛି। ଏହି ପରିପ୍ରେକ୍ଷୀରେ ବିଞ୍ଝାରପୁର ବ୍ଲକରେ ରାଜନୈତିକ ତପତ୍ରତା ସରଗରମ ହୋଇଛି।...

ଭିନ୍ନକ୍ଷମଙ୍କ ପାଇଁ ଟେଲି ଥଇଥାନ ସେବା ଉଦ୍‌ଘାଟିତ

ସୋନପୁର,୧୧।୧୧(ନି.ପ୍ର.): ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାଶଙ୍କ ଦ୍ୱାରା ସୋନପୁରଠାରେ ଭିନ୍ନକ୍ଷମଙ୍କ ପାଇଁ ଟେଲି ଥଇଥାନ ସେବା ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଭିନ୍ନକ୍ଷମ ଆୟୁକ୍ତ ଦାଶ...

ବାଲେଶ୍ୱରରେ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଲା, ୨୨ ସୁସ୍ଥ

ବାଲେଶ୍ୱର ଅଫିସ,୧୭ା୫: ବାଲେଶ୍ୱର ଜିଲାରେ ରବିବାର ୧୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ...

ସତ୍ତା ହରାଇବାକୁ ବସିଲାଣି ସୁନାନଦୀ-ଜଳ ପ୍ରଦୂଷଣ କରୁଛି ଖଣିର ବର୍ଜ୍ୟବସ୍ତୁ, ଆବର୍ଜନା

ଯୋଡ଼ା,୧୨।୮(ମାନସ ରଞ୍ଜନ ମହାନ୍ତି)- କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳରେ ଥିବା ବିଭିନ୍ନ ଖଣି ଦ୍ୱାରା ନଦୀନାଳ ପ୍ରଭାବିତ ହେଉଛି। ଯୋଡା ଅଞ୍ଚଳର ଜୀବନରେଖା କୁହାଯାଉଥିବା ସୁନା...

୩ ମାସ ହେଲା ୪୦ ପରିବାର ଜଳବନ୍ଦୀ

ବାହାନଗା, ୧୦ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ୨ଟି ୱାର୍ଡର ଦୁଃଖ କହିଲେ ନ ସରେ। ୟାସ୍‌ ବାତ୍ୟାକୁ ୩ମାସ ବିତିଯାଇଥିଲେ ମଧ୍ୟ ଖପରପଦା...

ପ୍ରଶାସନିକ ଅବହେଳା, ଅଧାରେ ପଡ଼ିଛି ଆବାସ

କୁନ୍ଦୁରା,୨୨ା୨(ଡି.ଏନ୍‌.ଏ.) କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ପ୍ରଶାସନିକ ଅବହେଳା ଯୋଗୁ ୨୦୧୮-୧୯ରେ...

ମାଓବାଦୀଙ୍କ ବର୍ବର କାଣ୍ଡ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ହତ୍ୟା

ମାଲକାନଗିରି,୧୯।୪(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୋମବାର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମାନବିକତାକୁ ଳାଳି ଦେଇ ଦୁଇ ଛାତ୍ରଙ୍କୁ...

Advertisement
Archives

Model This Week