ଦାନ୍ତ ବିନ୍ଧା

ଦାନ୍ତ ବିନ୍ଧା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିରୁ ଉପଶମ ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଦରକାର। ହେଲେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହା ଦାନ୍ତ ବିନ୍ଧା ସମସ୍ୟାକୁ କେତେକାଂଶରେ ଦୂର କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
-ସମାନ ପରିମାଣର ଗୋଲମରିଚ ଏବଂ ଲୁଣ ସହ ସାମାନ୍ୟ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଯେଉଁ ଦାନ୍ତ ବିନ୍ଧୁଛି ସେହି ସ୍ଥାନରେ ଏହି ପେଷ୍ଟକୁ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ଏହାଦ୍ୱାରା ଦାନ୍ତ ବିନ୍ଧାରୁ କେତେକାଂଶରେ ଉପଶମ ମିଳିଥାଏ।
-ଦାନ୍ତ ବିନ୍ଧାରୁ ଉପଶମ ପାଇବା ଲାଗି ରସୁଣ ପେଷ୍ଟ ବ୍ୟବହାର କରିପାରନ୍ତି। ରସୁଣ ପେଷ୍ଟରେ ସାମାନ୍ୟ ଲୁଣ ମିଶାଇ ବିନ୍ଧୁଥିବା ଦାନ୍ତରେ ଲଗାନ୍ତୁ। ଏହାଦ୍ୱାରା ଦାନ୍ତ ବିନ୍ଧାରୁ କେତେକାଂଶରେ ଆରାମ ମିଳିଥାଏ।
-ଲବଙ୍ଗରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। ଏହା ଜୀବାଣୁକୁ ନଷ୍ଟ କରିବା ସହ ପୀଡାକୁ ଉପଶମ ଦେଇଥାଏ। ଅଳ୍ପ ଲବଙ୍ଗକୁ ଗ୍ରାଇଣ୍ଡିଂ କରି ସେଥିରେ ଅଳ୍ପ ଅଲିଭ ଅଏଲ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ ବିନ୍ଧୁଥିବା ଦାନ୍ତ ଜାଗାରେ ଲଗାଇଲେ ସେଥିରୁ ଉପଶମ ମିଳିଥାଏ।
-ବିନ୍ଧୁଥିବା ଦାନ୍ତମୂଳରେ ଛୋଟ କଟା ପିଆଜ ରଖିଲେ କେତେକାଂଶରେ ଉପଶମ ମିଳିଥାଏ।
-ଉଷୁମ ପାଣିରେ ଅଳ୍ପ ଲୁଣ ମିଶାଇ କୁଳୁକୁଞ୍ଚା କରନ୍ତୁ। ଏହାଦ୍ୱାରା ଦାନ୍ତ ବିନ୍ଧାରୁ ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି …

ଲେମ୍ବୁ,ଭିଟାମିନ ‘ସି’ରେ ଭରପୂର। ନିୟମିତ ଲେମ୍ବୁ ଖାଇଲେ ଏହା ବହୁ ରୋଗରୁ ଦୂରେଇ ରଖେ। ସକାଳେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁରସ ମହୁ ମିଶାଇ...

ବିକାଶଶୀଳ ଦେଶରେ ଅଧିକ ହାର୍ଟ ରୋଗୀ

ହୃଦ୍‌ ଜନିତ ସମସ୍ୟା ଯୋଗୁ ୧୯୯୦ରେ ୧୨.୩ ନିୟୁତ ଏବଂ ୨୦୧୩ରେ ୧୭.୩ ନିୟୁତ ଲୋକଙ୍କର ଜୀବନ ଯାଇଛି । ୧୯୭୦ ପରେ ହାର୍ଟ ରୋଗୀଙ୍କ...

ଏସବୁ ରୋଗ ଦୂର କରେ କିସ୍‌ମିସ୍‌

କିସ୍‌ମିସ୍‌ ଖାଇବାକୁ ଯେତିକି ସ୍ବାଦିଷ୍ଟ ସେତିକି ଉପକାରୀ ମଧ୍ୟ। ଏହାର ଖଟାମିଟା ସ୍ବାଦ ଖାଦ୍ୟକୁ ସ୍ବତନ୍ତ୍ର କରିଦିଏ। ବିଶେଷକରି ଏହାକୁ ଖିରିରେ ପକାଇଲେ ସ୍ବାଦ ବହୁଗୁଣ...

ଏହାକୁ ଖାଇଲେ ବଦଳିଯାଏ ଜୀବନ

ଜୀବନରେ ପ୍ରାୟ ସମସ୍ତେ ଖୁସିରେ ରହିବାକୁ ଚାହିଁଥା’ନ୍ତି। ଏଥିପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। କାରଣ ଖୁସିର ସମ୍ବନ୍ଧ ସିଧା ହର୍ମୋନ ସହିତ...

ଏସବୁ ସମସ୍ୟା ଦୂର କରେ ସର୍ବାଙ୍ଗାସନ

ଯୋଗ ସ୍ବାସ୍ଥ୍ୟ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ। କାରଣ ଏହାଦ୍ୱାରା ଇମିନ୍ୟୁ ସିଷ୍ଟମ ମଜଭୁତ ହେବା ସହ ଯେକୌଣସି ବ୍ୟାକ୍ଟେରିଆଲ ଇନ୍‌ଫେକ୍ସନ ଦୂର ହୁଏ। ବିଶେଷକରି ଶୀତଦିନରେ...

ବିବାହ ପୂର୍ବରୁ…

ବୋହୂ ବେଶରେ ପ୍ରତିଟି ଝିଅ ଖୁବ୍‌ ସୁନ୍ଦର ଦିଶିବାକୁ ଚାହେଁ। ଆଉ ଏଥିପାଇଁ ବିବାହର ଅନେକ ଦିନ ପୂର୍ବରୁ ଭାବୀ ବୋହୂଟିଏ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ...

ଟ୍ରେଣ୍ଡି ଓ୍ବିଣ୍ଟର ଫ୍ୟାଶନ

ଶୀତଦିନେ କେଉଁଭଳି ନିଜକୁ ସଜାଇଲେ ଶୀତରୁ ରକ୍ଷା  ପାଇବା ସହ ଷ୍ଟାଇଲିଶ୍‌ ଲାଗିବେ, ସେ ନେଇ ଅନେକଙ୍କର ଚିନ୍ତା ବଢିଯାଇଥାଏ। ହେଲେ ଏବେ ତ ମାର୍କେଟ୍‌କୁ...

ସପ୍ତରଙ୍ଗୀ ଇନ୍ଦ୍ରଧନୁ ଓ ଗ୍ୟାସ୍‌ର ନୀଳଶିଖା

ଋଙ୍ଗିନ ଆଲୁଅ ଓ ଛାଇର ସମାହାର ହେଉଛି ଇନ୍ଦ୍ରଧନୁ । ସକାଳେ କିମ୍ବା ଉପରଓଳି ଝିପିଝିପି ବର୍ଷା ହେଉଥିବା ସମୟରେ ଖରା ପଡ଼ିଲେ ନାଲି-ନେଳି-ସବୁଜ ରଙ୍ଗର...

Play 250+ Trending Games
Archives

Model This Week

Why Dharitri