ଦାନ୍ତ ଖୁଣ୍ଟୁଖୁଣ୍ଟୁ ପେଟରେ ପହଞ୍ଚତ୍ଲା ୭ ସିଏମ୍‌ର ଛୁଞ୍ଚି : ବିନା ଅସ୍ତ୍ରୋପଚାରରେ ବାହାର କରାଗଲା

କଟକ ଅଫିସ, ୨୨।୫: ବିନା ଅସ୍ତ୍ରୋପଚାରରେ ଜଣେ ଯୁବକଙ୍କ ପେଟ ଭିତରୁ ବାହାର କରାଯାଇଛି ୭ସେଣ୍ଟିମିଟର ଲମ୍ବର ଏକ ଛୁଞ୍ଚି । ଏସ୍‌ସିବି ମେଡିକାଲର ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗରେ ଏହି ସଫଳ ଚିକିତ୍ସା କରାଯାଇଛି। ବିଭାଗୀୟ ଡାକ୍ତର କୈବଲ୍ୟ ରଞ୍ଜନ ଦାଶଙ୍କ ଏହି ଉଦ୍ୟମ ଏସ୍‌ସିବିକୁ ମଧ୍ୟ ଏକ ସଫଳତା ଦେଇଛି। ସୂଚନାଥାଉ କି, ବାଖରାବାଦ ବଜାର ଅଞ୍ଚଳର ଶ୍ୟାମ ଯୋଶୀ(୨୪) ନାମକ ଜଣେ ବ୍ୟକ୍ତି ନିଜ କଳଦାନ୍ତକୁ ଏକ ଛୁଞ୍ଚିରେ ଖୁଣ୍ଟୁଥିଲେ। ଛୁଞ୍ଚି ଦାନ୍ତ ଅତିକ୍ରମ କରି ତଣ୍ଟି ବାଟ ଦେଇ ପାକସ୍ତଳୀକୁ ଡେଇଁ ସିଧାସଳଖ ଅନ୍ତଃନଳୀରେ ପହଞ୍ଚତ୍ଥିଲା। ଏହା ପରେ ଶ୍ୟାମ ଏସ୍‌ସିବି ମେଡିକାଲକୁ ଆସିଥିଲେ। ମେଡିକାଲର ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗକୁ ଯିବା ପରେ ଡାକ୍ତର କୈବଲ୍ୟ ଶ୍ୟାମଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ପ୍ରଥମେ ଶ୍ୟାମଙ୍କର ଇଣ୍ଡୋସ୍କୋପିକ୍‌ କରାଯାଇଥିଲା। ମାତ୍ର ଇଣ୍ଡୋସ୍କୋପିକ୍‌ରେ ଛୁଞ୍ଚି ଦୃଶ୍ୟମାନ ହୋଇ ନ ଥିଲା। ଏହା ପରେ ଡାକ୍ତର କୈବଲ୍ୟ ପୁସ୍‌ ଏଣ୍ଟେରୋସ୍କୋପି ଚିକିତ୍ସା ପଦ୍ଧତି ପ୍ରୟୋଗ କରିଥିଲେ। ଏଥିରେ ସେ ସଫଳ ହୋଇଥିଲେ। ଶ୍ୟାମଙ୍କ ଅନ୍ତଃନଳୀରୁ ଛୁଞ୍ଚି କଢାଯାଇଥିଲା। ଏଥିପାଇଁ ଡାକ୍ତର କୈବଲ୍ୟଙ୍କୁ ୪୫ ମିନିଟ୍‌ ସମୟ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସଙ୍ଗଠକଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ

ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତରେ ପୁଣି ରାଜନୈତିକ ହିଂସା ଘଟିଛି। ଭାଜପାର ସଙ୍ଗଠକ ଟୁନା ପ୍ରଧାନଙ୍କୁ ୩ ଜଣ ଯୁବକ ଆକ୍ରମଣ କରିଛନ୍ତି। ଚାଷଜମିରେ କାମ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୦ ଆକ୍ରାନ୍ତ

ଭୁବନେଶ୍ୱର, ୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪ ଜଣ ରହିଛନ୍ତି। ସେହିପରି ଗଞ୍ଜାମରୁ ୨୨ଜଣ...

ଭୁବନେଶ୍ୱରରୁ ବଢ଼ିବ ଘରୋଇ ବିମାନ ସେବା, ବଦଳିଲା ଏୟାର ଏସିଆ ସମୟ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରରୁ ବାଙ୍ଗାଲୋରକୁ ଦୁଇଟି ଏୟାର ଏସିଆ ବିମାନ ଉଡିବ। ସେହିଭଳି ହ୍ରାଇଦ୍ରାବାଦ ଏବଂ କୋଲକାତାକୁ ଗୋଟିଏ ଲେଖାଏ ନୂଆ ବିମାନ...

ନିର୍ବାଚନୀ ହିଂସା: ବିଜେଡିକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୬।୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ଶେଷ ହୋଇଛି। ମତଦାନବେଳେ କିଛି ସ୍ଥାନରେ ହିଂସାକାଣ୍ଡ ଘଟିଛି। ଏହାକୁ ନେଇ...

ଘୋଷଣା ହେଲା ସମୀରଙ୍କ ନୂଆ ଟିମ୍: ୯ଜଣ ସମ୍ପାଦକ, ୧୦ଜଣ ହେଲେ ରାଜ୍ୟ ଉପସଭାପତି

ଭୁବନେଶ୍ୱର,୧୧।୬(ବ୍ୟୁରୋ)-ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁମୋଦନକ୍ରମେ ଗୁରୁବାର ଓଡିଶା ପ୍ରଦେଶର ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ପ୍ରକାଶ କରାଯାଇଛି। କରୋନା ଯୋଗୁ ବିଳମ୍ବ...

କର୍ମଚାରୀଙ୍କୁ ନିଶାଦ୍ରବ୍ୟ ମନା

କଟକ ଅଫିସ,୨୪ା୨: ଏସ୍‌ସିବି ମେଡିକାଲରେ କାମ କରୁଥିବା କୌଣସି କର୍ମଚାରୀ ନିଶାଦ୍ରବ୍ୟ ସେବନ କରିପାରିବେ ନାହିଁ। ମେଡିକାଲରେ ଡ୍ୟୁଟିରେ ଥିବା ବେଳେ ଯଦି କେହି କର୍ମଚାରୀ...

ଲୋକ ସଭାରେ ଉଠିଲା ଓଡ଼ିଶା ପିଏମ୍‌ଏଓ୍ବାଇ ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଦୁର୍ନୀତି ହୋଇଥିବା ନେଇ ଲୋକ ସଭାରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ଅପରାଜିତା ନିଜ ନିର୍ବାଚନମଣ୍ଡଳୀ...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଉ ୪ ଦିନ: ଭୋଟରଙ୍କୁ ମନାଇବାକୁ ଜୋରଦାର କସରତ

ଅନୁଗୋଳ ଅଫିସ, ୧୮।୪- ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ତେଣୁ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୪...

Advertisement
Archives

Model This Week