ଦାଦା ବଟିକୁ ନେଇ ମଦ ଦୋକାନ ପରିଚାଳକଙ୍କୁ ହତ୍ୟା ମାମଲା ୬ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଜଗତ୍‌ସିଂହପୁର ଅଫିସ, ୧୧ା୧୨: ଜଗତ୍‌ସିଂହପୁର ଜିଲା କୁଜଙ୍ଗସ୍ଥିତ ଏକ ବିଦେଶୀ ମଦ ଦୋକାନରେ ପରିଚାଳକଭାବେ କାର୍ଯ୍ୟ କରୁଥିବା କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମର ପ୍ରଶାନ୍ତ ନାରାୟଣ ଦାସ ଓରଫ ପସିଆ (୩୬)ଙ୍କୁ ୨୦୧୪ରେ ଗୁଳି କରି ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଥିଲା। ଦାଦା ବଟିକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ଘଟିଥିଲା। ମଙ୍ଗଳବାର ଏହି ମାମଲାର ରାୟ ପ୍ରକାଶ ପାଇଛି। କୁଜଙ୍ଗ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପ୍ରଣବ କୁମାର ରାଉତରାୟ ମାମଲାର ବିଚାର କରି ସମସ୍ତ ୬ ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ କୁଜଙ୍ଗ ଥାନା କୋଠିଆସାହିର ମଣ୍ଟୁ ପାତ୍ର (୩୭), ଅପୁ ଓରଫ ଅଜିତ ଦାସ (୩୭), ଚଦିଆର ରିଙ୍କୁ ଓରଫ ଲିଙ୍କନ୍‌ ଓରଫ ଶୁଭ୍ରାଂଶୁ ଶେଖର ଶୁକ୍ଳା (୨୩), ଷଣ୍ଢକୁଦର ଟୁକୁନା ଓରଫ ଜିମୁତ ଦାସ (୫୨), କଟକ ଜିଲା ଗତିରାଉତପାଟଣାର ଦୋରା ଓରଫ ରଞ୍ଜିତ ରାଉତ(୩୫) ଓ ରାଜା ଓରଫ ରାଜେଶ ରାଉତ(୪୦)। ଏଥିସହ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଏହି ରାଶି ଅନାଦାୟ ହେଲେ ପ୍ରତ୍ୟେକ ଅଧିକ ୧ ବର୍ଷ ଲେଖାଏ ଜେଲ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରାଯାଇଛି।
ଏ ସମ୍ପର୍କରେ କୁଜଙ୍ଗ କୋର୍ଟ ଅତିରିକ୍ତ ପ୍ରବ୍ଲିକ ପ୍ରସିକ୍ୟୁଟର ଦେବାଶିଷ କଣ୍ଠ କହିଛନ୍ତି, ୧୧ା୭ା୧୪ ରାତି ପ୍ରାୟ ୯ଟା ବେଳେ ପସିଆ ତାଙ୍କ ବାଇକ୍‌ ଯୋଗେ ମଦ ଦୋକାନରୁ ଘରକୁ ଯାଉଥିଲେ। କିନ୍ତୁ କୌଣସି କାରଣବଶତଃ ସେ କୁଜଙ୍ଗ ବ୍ଲକ ପଡ଼ିଆ ପରିସରରେ ବାଇକ୍‌ ରଖି ଛିଡ଼ା ହୋଇଥିଲେ। ଏହି ସମୟରେ ଉପରୋକ୍ତ ଅଭିଯୁକ୍ତମାନେ ବାଇକ୍‌ ଯୋଗେ ଆସି ତାଙ୍କୁ ୨ ରାଉଣ୍ଡ ଗୁଳି କରିଥିଲେ। ଗୋଟିଏ ରାଉଣ୍ଡ ଗୁଳି ପସିଆଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ସେଠାରେ ସେ ଟଳି ପଡ଼ିଥିଲେ। ଖବର ପାଇ ପରିବାର ସଦସ୍ୟ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି କୁଜଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହିଦିନ ପସିଆଙ୍କ ଭାଇ ବିକ୍ରମ ନାରାୟଣ ଦାସ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଦଫା ୧୪୭/୧୪୮/୩୮୫/୧୪୯/୩୦୨/୧୪୯ ଆଇପିସି ଏବଂ ଦଫା ୨୫(ଆଇବି)(ଏ)/୨୭ ଆର୍ମସ୍‌ ଆକ୍ଟରେ ମାମଲା ସଂଖ୍ୟା ୧୭୭/୧୪ ରୁଜୁ କରି ତଦନ୍ତ କରିଥିଲା। ଉପରୋକ୍ତ ୬ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ରାଜେଶ ଏ ପର୍ଯ୍ୟନ୍ତ ଜେଲରେ ଅଛନ୍ତି। ଅନ୍ୟ ୫ ଅଭିଯୁକ୍ତ ଜାମିନରେ ଆସିଥିଲେ। ମାମଲାରେ ୧୦ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଦଫା ୩୦୨/୧୪୯ ଆଇପିସିରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହି ୬ ଅଭିଯୁକ୍ତଙ୍କ ନାମରେ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଆପରାଧିକ ମାମଲା ରହିଛି। ରାଜେଶ ଓ ରଞ୍ଜିତଙ୍କ ନାମରେ କେବଳ ଜିଲା ନୁହେଁ ବାହାରେ ଅର୍ଥାତ୍‌ ଅବିଭକ୍ତ କଟକ ଜିଲାରେ ଏକାଧିକ ମାମଲା ବିଚାରାଧୀନ ଅଛି। ରାୟ ପ୍ରକାଶ ପରେ ରାଜେଶଙ୍କୁ ଝାରପଡ଼ା ଜେଲ ଓ ଅନ୍ୟ ୫ ଜଣଙ୍କୁ କୁଜଙ୍ଗ ସମାଗୋଳ ଉପକାରାଗାର ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri