ଦାଗୀ ବାବୁଙ୍କୁ ଅଙ୍କୁଶ

ଦୁର୍ନୀତିଗ୍ରସ୍ତ ସମସ୍ତ ସେବା ଅଧିକାରୀଙ୍କୁ ସରକାରକୁ ନ ଫେରାଇବା ଲାଗି କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତିି। ଯଦି ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀମାନେ କୋର୍ଟ ଦ୍ୱାରା ଦୁର୍ନୀତି କିମ୍ବା ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବେ ତେବେ ସେମାନଙ୍କ ନିଲମ୍ବନ ଆଦେଶର ସମୀକ୍ଷା କରାଯିବା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ନିଶ୍ଚିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌(ଇଣ୍ଡିଆନ ଫରେଷ୍ଟ୍‌ ସର୍ଭିସ) ପାଇଁ ପ୍ରଯୁଜ୍ୟ ସର୍ବ ଭାରତୀୟ ସେବା( ଅନୁଶାସନ ଓ ଆବେଦନ) ନିୟମ, ୧୯୬୯ରେ ସଂଶୋଧନ କରିବା ନିମନ୍ତେ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଆଇପିଏସ୍‌ କ୍ୟାଡରକୁ ନିୟନ୍ତ୍ରଣ କରୁଥିବା ଗୃହବିଭାଗ, ଆଇଏଫ୍‌ଏସ୍‌ର କ୍ୟାଡରକୁ ନିୟନ୍ତ୍ରଣ କରୁଥିବା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସମେତ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଏ ସଂକ୍ରାନ୍ତରେ ଡିଓପିଟି ଚିଠି ଲେଖିତ୍ଛି। ନିୟମରେ ପ୍ରସ୍ତାବିତ ପରିବର୍ତ୍ତନ ପାଇଁ ସେମାନଙ୍କ ମତାମତ ଲୋଡ଼ାଯାଇଛି। ପ୍ରସ୍ତାବ ମୁତାବକ, ଯଦି ଅଧିକାରୀମାନେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବେ ତେବେ ରିଭ୍ୟୁ କମିଟି( ସମୀକ୍ଷା ସମିତି)ରେ ଏହି ଦୁର୍ନୀତିଗ୍ରସ୍ତ ବା ଭ୍ରଷ୍ଟାଚାରୀ ଅଧିକାରୀମାନଙ୍କ ମମଲାର କୌଣସି ସମୀକ୍ଷା କରାଯିବ ନାହିଁ। ଅର୍ଥାତ୍‌ ଉପର କୋର୍ଟ କୌଣସି ନିର୍ଦ୍ଦେଶ ନ ଦେବା ଯାଏ ଏହି ବାବୁମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ହୋଇ ରହିବେ।
ବିବାଦରେ ଇସ୍ତଫା
ଆଇଏଏସ୍‌ ଅଧିକାରୀ କାନନ/ କନ୍ନନ ଗୋପୀନାଥନ ଗତ ବର୍ଷ ଏକ ବିବାଦୀୟ ପରିିସ୍ଥିତିରେ ଜମ୍ମୁ କଶ୍ମୀରରେ ଲାଗୁ କରାଯାଇଥିବା କଟକଣାକୁ ବିରୋଧ କରି ଇସ୍ତଫା ଦେଇଥିଲେ। ଏବେ କରୋନା ମହାମାରୀ ସମୟରେ କାର୍ଯ୍ୟରେ ଯୋଗଦେବା ଲାଗି ସରକାର ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ କାର୍ଯ୍ୟରେ ଯୋଗ ନ ଦେବାରୁ ତାଙ୍କ ବିରୋଧରେ ଏକ ଏଫ୍‌ଆଇଆର୍‌ ଦାୟର ହୋଇଛି। ହୁଏତ ଗତବର୍ଷ ଗୋପୀନାଥନ୍‌ ତାଙ୍କ କାଗଜପତ୍ର ଦାଖଲ କରିଥାଇପାରନ୍ତି, କିନ୍ତୁ ସରକାର ତାହାକୁ ୮ ମାସ ପରେ ବି ଗ୍ରହଣ କରିନାହାନ୍ତି। ଏଣୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଏକ ଶାସକୀୟ ଚିଠି ଜାରି କରି ତାଙ୍କୁ ଚାକିରିରେ ପୁଣି ଯୋଗଦେବା ଲାଗି କହିଥିଲେ। ଯେତେବେଳେ ସେ ଇସ୍ତଫା ଦେଇଥିଲେ ସେତେବେଳେ ୨୦୧୨ ବ୍ୟାଚ୍‌ର କେରଳର ଏହି ଆଇଏଏସ୍‌ ଅଧିକାରୀ ଦାଦ୍ରା ନଗର ହାଭେଲିରେ ଶକ୍ତି ଓ ଅଣପାରମ୍ପରିକ ଉର୍ଜା ସଚିବ ଭାବେ ନିଯୁକ୍ତି ପାଇଥିଲେ। ଡାମନ, ଡିଉ ଓ ଦାଦ୍ରାନଗର ହାଭେଲି ପ୍ରଶାସନର ନିର୍ଦ୍ଦେଶକ୍ରମେ ଏହି ଚିିଠି ପଠାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ,ତାଙ୍କ ଇସ୍ତଫା ଗ୍ରହଣ କରାଯିବା ପରେ ହିଁ ତାହା କାର୍ଯ୍ୟକାରୀ ହେବ ଏବଂ ସରକାରୀ ଚାକିରିଆ ତାଙ୍କ କାର୍ଯ୍ୟରୁ ମୁକ୍ତ ହେବେ। ଗୋପିନାଥନ୍‌ ସରକାରଙ୍କ ଏଭଳି ପଦକ୍ଷେପକୁ ଏକ ନିର୍ଯାତନା ବୋଲି କହିଛନ୍ତି। ସ୍ପଷ୍ଟଭାବେ ଜଣାପଡୁଛି, ସେ ଯେଉଁଭଳି ଭାବେ ଚାକିରିରୁ ଇସ୍ତଫା ଦେଇ ଦୂରେଇ ରହିଛନ୍ତି ତାହା ଦୀର୍ଘ ଦିନ ଧରି ଏକ ଗୋଳମାଳିଆ ଘଟଣା ହୋଇ ରହିବାର ସମ୍ଭାବନା ଦେଖାଦେଇଛି।
ପିଏମ୍‌ଓରେ ନୂଆ ଢାଞ୍ଚା
କେନ୍ଦ୍ର ସରକାର ଏକ ବଡ଼ ଧରଣର ଅଦଳବଦଳ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ତରୁଣ ବଜାଜ ଓ ଏ. କେ. ଶର୍ମାଙ୍କୁ ହଟାଇ ନେଇ ଅନ୍ୟ ଦାୟିତ୍ୱ ଦେବା ପରେ ପିଏମ୍‌ଓରେ ଶୀଘ୍ର ଆଉ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ପଦକ୍ଷେପ ନିଆଯାଇଛି। ୬ ଜଣ ଯୁଗ୍ମ ସଚିବଙ୍କୁ ୬ଟି ଭର୍ଟିକାଲ ସହ ଯୋଗାଯୋଗ ରଖି ପ୍ରମୁଖ ସଚିବ ପି.କେ.ମିଶ୍ର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ, ପ୍ରମୁଖ ପରାମର୍ଶଦାତା ପି. କେ. ସିହ୍ନା ଏବଂ ପରାମର୍ଶଦାତା ଭାସ୍କର କୁଲବେ ଓ ଅମରଜିତ ସହ୍ନାଙ୍କୁ ରିପୋର୍ଟ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅର୍ଥବ୍ୟବସ୍ଥା, ବିତ୍ତ,ଭିତ୍ତିଭୂମି, ମାନବ ସମ୍ବଳ, ଶାସନ,ବିଦେଶ ଏବଂ ସୁରକ୍ଷା, କୃଷି, ଗ୍ରାମାଞ୍ଚଳ, ସାମାଜିକ, ପ୍ରଶାସନ ଏବଂ ନିରୀକ୍ଷଣ ଆଦି ଭର୍ଟିକାଲ ରହିଛି । ପିଏମ୍‌ଓକୁ ଅଧିକ ସଂଗଠିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଯେଉଁ ୬ ଜଣ ଯୁଗ୍ମ ସଚିବଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ସେମାନେ ହେଲେ ଗୋପାଲ ବାଗଲେ, ରୁଦ୍ର ଗୌରବ ଶ୍ରେଷ୍ଠ, ଅରବିନ୍ଦ ଶ୍ରୀବାସ୍ତବ, ଶ୍ରୀକର ପରଦେଶୀ, ହିରେନ ଜୋଷୀ ଏବଂ ରୋହିତ ଯାଦବ। ସେମାନଙ୍କ ଉପରେ ବି ବିଭିନ୍ନ ରାଜ୍ୟର ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପଦାନୁକ୍ରମ ମୁତାବକ,ନିର୍ଦ୍ଦେଶକ ସ୍ତରର ଅଧିକାରୀମାନେ ଯୁଗ୍ମ ସଚିବଙ୍କୁ ରିର୍ପୋଟ କରିବାକୁ ପଡେ। ଏହା ବଦଳରେ ସେମାନେ ବରିଷ୍ଠ ଅଧିକାରୀ ଯଥା ପ୍ରମୁଖ ସଚିବ,ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ପିଏମ୍‌ଓରେ ଥିବା ଅନ୍ୟ ପରାମର୍ଶଦାତାଙ୍କୁ ରିପୋର୍ଟ କରିଥାନ୍ତି। ଏବେ ପିଏମ୍‌ଓରେ ଥିବା ୬ ଜଣ ଯୁଗ୍ମ ସଚିବଙ୍କ ମଧ୍ୟରେ ରହିଛନ୍ତି ଦୁଇଜଣ ଆଇଏଫ୍‌ଏସ୍‌ ଅଧିକାରୀ ଓ ୪ ଜଣ ଆଇଏଏସ୍‌ ଅଧିକାରୀ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri