ଦାଉ ସାଧିଲା ଅଦିନିଆ ବର୍ଷା: ଲକ୍ଷାଧିକ ହେକ୍ଟର ଫସଲ ନଷ୍ଟ ଆଶଙ୍କା

ଜଗତ୍‌ସିଂହପୁର ଅଫିସ୍‌, ୪।୧: ଚଳିତ ଖରିଫ ଋତୁରେ ଜଗତ୍‌ସିଂହପୁର ଜିଲାରେ ପ୍ରାୟ ୩,୪୪,୮୦୦ ମେଟ୍ରିକ୍‌ ଟନ୍‌ ଧାନ ଅମଳ ଲକ୍ଷ୍ୟ ରଖାଯାଇଥିବା ବେଳେ ଦାଉ ସାଧିଛି ଅଦିନିଆ ବର୍ଷା। ଶୁକ୍ରବାର ବର୍ଷା ଯୋଗୁ ସହସ୍ରାଧିକ ହେକ୍ଟର ଜମିରେ ଧାନ ଚକଡ଼ା ଓଦା ହୋଇ ପଡିରହିଛି। କେତେକ ସ୍ଥାନରେ ଧାନ କଟା ହୋଇ ନ ଥିବା ବେଳେ ବିଲରେ ପାଣି ଜମି ରହିଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ବର୍ଷକର ପରିଶ୍ରମ ସାଙ୍ଗକୁ ଋଣ ଚିନ୍ତା ଏବେ ଚାଷୀଙ୍କ ନିଦ ହଜାଇ ଦେଇଛି।
ଚଳିତ ଖରିଫ ଋତୁରେ ଜିଲାରେ ଚାଷୀମାନେ ୧୦୧୮, ସାରଳା, ପୂଜା ଓ ସ୍ବର୍ଣ୍ଣ ଚମ୍ପା ଆଦି ଅଧିକ ଅମଳକ୍ଷମ ଧାନ ଚାଷ କରିଛନ୍ତି। ଏହିସବୁ ଧାନ ୧୫୦ରୁ ୧୬୦ ଦିନ ଭିତରେ ଅମଳ ହେବାକଥା। ଗତ ଡିସେମ୍ବର ଶେଷରୁ ଧାନ କଟା ଆରମ୍ଭ ହୋଇଥିବା ବେଳେ ଚାଷୀମାନେ ଖୁବ୍‌ କମ୍‌ ପରିମାଣର ଧାନ ଖଳାକୁ ଆଣିଛନ୍ତି। ଅଧିକାଂଶ ବିଲରେ ଧାନ କଟା ହୋଇ ପଡ଼ି ରହିଥିବା ବେଳେ କେତେକ ସ୍ଥାନରେ ଧାନ ଗଛ ଛିଡା ହୋଇରହିଛି। ଗତ ୧ ତାରିଖ ରାତିରେ ଜିଲାରେ ସାମାନ୍ୟ ବର୍ଷା ହୋଇଥିଲା। ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଗୁରୁବାର କେତେକ ଚାଷୀ ତରବରିଆ ଭାବେ କଟା ଅବସ୍ଥାରେ ବିଲରେ ପଡିଥିବା ଧାନ ଉଠାଇ ଖଳାକୁ ନେଇ ଆସିଥିଲେ। ହେଲେ ଶୁକ୍ରବାର ସକାଳୁ ଜିଲାରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ବିଲରେ ପଡି ରହିଥିବା ଧାନ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।
ଏ ସମ୍ପର୍କରେ ନାଉଗାଁ ବ୍ଲକ ଗଳଧାରୀ ପଞ୍ଚାୟତ ଅଧୀନ ଏରଡ଼ା ଗ୍ରାମର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ରାଜୀବ ନାୟକ, ସିରିଆ ଦାସ, ଅନାଦି ଗୋଛାୟତଙ୍କ ସମେତ ଜିଲାର ଅନେକ ଚାଷୀ କହିଛନ୍ତି, ବର୍ଷା ଯୋଗୁ ବର୍ଷକର ପରିଶ୍ରମ ବୃଥା ହେବାର ଭୟ ଦେଖାଦେଇଛି। ବିଲ ହଳ କରିବାଠାରୁ ଆରମ୍ଭ କରି ସାର, ଔଷଧ ଆଦିରେ ବହୁ ଖର୍ଚ୍ଚ ହୋଇଛି। ଏପରି କି ଅନେକ ଚାଷୀ ଋଣ କରି ଚାଷ କରିଛନ୍ତି। କିନ୍ତୁ ଏବେ ଏହି ଧାନ ବିଲରେ ଗଜା ହେବା ପରିସ୍ଥିତି ଉପୁଜିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ବର୍ଷା ଯୋଗୁ ବିଲ କାଦୁଅ ହୋଇଯାଇଥିବାରୁ କଟା ଧାନ ବୋହିବା କଷ୍ଟକର ହୋଇପଡ଼ିଛି। ସେହିପରି ମେଶିନ୍‌ ମିଳୁ ନ ଥିବାରୁ ଯେଉଁ ବଳକା ଧାନ କିପରି କଟା ହେବ ସେ ନେଇ ଚିନ୍ତା ବଢ଼ିଯାଇଛି। ବର୍ଷା ଲାଗି ରହିଲେ ବିଲରେ ଧାନ ଗଜା ହୋଇଯିବ। ଅନ୍ୟପଟେ ଗୋରୁ ଖାଇବା ପାଇଁ ଅଗମଳା, ନଡା ସଂଗ୍ରହ କରିବା କଷ୍ଟକର ହୋଇପଡିଲାଣି। ଚଳିତବର୍ଷ ଭଲ ଧାନ ହୋଇଥିବାରୁ ହେକ୍ଟର ପିଛା ୪୦ କୁଇଣ୍ଟାଲ ଅମଳ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏବେ ସବୁ ଆଶା ମଉଳିବାକୁ ବସିଲାଣି। ବାତ୍ୟା ଫନୀ ଓ ବୁଲବୁଲରେ ଚାଷୀ ପ୍ରଭୂତ କ୍ଷତି ସହିଥିଲେ। ଏବେ ପୁଣି ଅଦିନିଆ ବର୍ଷା ଚାଷୀକୂଳର ମେରୁଦଣ୍ଡ ଦୋହଲାଇ ଦେଇଥିବା ଚାଷୀମାନେ କହିଛନ୍ତି। ତେବେ ଏ ପରିସ୍ଥିତିରେ ସରକାର ବିଶେଷ ଧ୍ୟାନ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri