ଦାଉଦ୍‌ର ଅପରାଧ ସାମ୍ରାଜ୍ୟ ଏବେ ଆତଙ୍କବାଦୀ ନେଟଓ୍ବର୍କ : ଜାତିସଂଘରେ ଆଶଙ୍କା ବ୍ୟକ୍ତ କଲା ଭାରତ

ଜାତିସଂଘ,୧୧ା୭(ପି.ଟି.): ପାକିସ୍ତାନରେ ରହୁଥିବା ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ଅପରାଧ ସାମ୍ରାଜ୍ୟ ଏବେ ଆତଙ୍କବାଦୀ ନେଟଓ୍ବର୍କରେ ପରିଣତ ହୋଇଛି। ଡି-କମ୍ପାନୀ, ଜୈଶ-ଇ-ମହମ୍ମଦ(ଜେଇଏମ୍‌) ଏବଂ ଲଶ୍କର-ଇ-ତୋଇବା ଭାରତ ପାଇଁ ପ୍ରକୃତ ବିପଦ ବୋଲି ନୂଆଦିଲ୍ଲୀ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ଅଭିଯୋଗ କରିଛି। ଦାଉଦ୍‌ର ଅପରାଧ ସାମ୍ରାଜ୍ୟ ଉପରେ ନଜର ରଖିବା ଲାଗି ଭାରତ ୟୁଏନ୍‌ଏସ୍‌ସିକୁ ଅନୁରୋଧ କରିଛି।
ପାଣ୍ଠି ଯୋଗାଡ ଲାଗି ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡିକ ପ୍ରାକୃତିକ ସମ୍ପଦର ବ୍ୟବସାୟ, ମାନବ ଚାଲାଣ ଭଳି ଲାଭପ୍ରଦ ଅପରାଧ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ହେଉଛନ୍ତି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟେଦ ଆକବରୁଦ୍ଦିନ କହିଛନ୍ତି। ସେ କହିଛନ୍ତି ଅପରାଧ ସଂଗଠନଗୁଡିକ ଆତଙ୍କବାଦୀଙ୍କ ସହ ହାତମିଳାଇ ସେମାନଙ୍କୁ ଜାଲିଆତି, ବେଆଇନ ପାଣ୍ଠି ଯୋଗାଣ, ଅସ୍ତ୍ରଶସ୍ତ୍ର ବ୍ୟବସାୟ, ନିଶାଦ୍ରବ୍ୟ ଚୋରାଚାଲାଣ ଏବଂ ସୀମାପାର ଚୋରାବେପାରରେ ସହାୟତା କରୁଛନ୍ତି ବୋଲି ‘ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ: ଅନ୍ତର୍ଜାତୀୟ ଆତଙ୍କବାଦ ଓ ସଂଗଠିତ ଅପରାଧ ମଧ୍ୟରେ ସମ୍ପର୍କ’ ଶୀର୍ଷକ ଆଲୋଚନାରେ ଭାଗନେଇ ଆକବରୁଦ୍ଦିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମହିଳାଙ୍କ ଆଖିରୁ ଲୁହ ବଦଳରେ ବାହାରୁଛି କ୍ରିଷ୍ଟାଲ

ୟେରେଭାନ୍‌,୨୪।୯:ଆର୍ମେନିଆର ସ୍ପେଣ୍ଡରିଆନରେ ବାସ କରୁଥିବା ଜଣେ ମହିଳାଙ୍କ ଆଖିରୁ ପ୍ରତିଦିନ ଲୁହ ବଦଳରେ ୫୦ଟି କ୍ରିଷ୍ଟାଲ(ସ୍ପଟିକ) ବାହାରୁଛି। ଡାକ୍ତର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେଟନିକ୍‌...

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୦।୪: ୟୁଏଇର ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ବାମୀନାରାୟଣ ସଂସ୍ଥାର ମହନ୍ତ ସ୍ବାମୀ...

କରୋନା ସଂକ୍ରମଣ: ବ୍ରିଟେନରେ ଭାରତୀୟ ଡାକ୍ତରଙ୍କ ମୃତ୍ୟୁ

ଲଣ୍ଡନ,୭।୪: ବ୍ରିଟେନରେ କାର୍ଯ୍ୟରତ ଜଣେ ଭାରତୀୟ ଡାକ୍ତର ଜିତେନ୍ଦ୍ର କୁମାର ରାଥୋଡଙ୍କର କରୋନା ସଂକ୍ରମଣରେ ସୋମବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡାକ୍ତର ରାଥୋଡ ୧୯୭୭ରେ...

ଗର୍ଭବତୀଙ୍କୁ ଭିଜା ପ୍ରଦାନରେ ଆମେରିକାର କଟକଣା

ଓ୍ବାଶିଂଟନ,୨୪ା୧:‘ପ୍ରଜନନ ପର୍ଯ୍ୟଟନ’ ଉପରେ କଟକଣା ଲଗାଇବାକୁ ଯାଉଛନ୍ତି ଆମେରିକା ସରକାର। ଅନେକ ମହିଳା ପିଲା ଜନ୍ମ କରିବାକୁ ଆମେରିକା ଆସୁଛନ୍ତି, ଯେପରି ସେମାନଙ୍କ ପିଲା ସେଠାର...

ସାଜିଦ୍‌ ଜାଭିଦ୍‌ ହେବେ ବ୍ରିଟେନ୍‌ ଅର୍ଥମନ୍ତ୍ରୀ

ଲଣ୍ଡନ,୨୫ା୭(ପି.ଟି.): ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପୂର୍ବତନ ଗୃହମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ଙ୍କୁ ଦେଶର ଅର୍ଥମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି। ଫିଲିପ୍‌ ହାମୋଣ୍ଡ୍‌ଙ୍କ ସ୍ଥାନରେ ଜାଭିଦ୍‌ଙ୍କୁ ଏହି...

ତାଲିବାନର ବର୍ବରତା, ସାଧାରଣ ଲୋକଙ୍କୁ ହତ୍ୟା-ଟାର୍ଗେଟ୍‌ରେ ସରକାରୀ କର୍ମଚାରୀ…

କାବୁଲ,୩।୮: ଆଫଗାନିସ୍ତାନରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ତାଲିବାନର ବର୍ବରତା ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ ମାନବିକ ଆଇନ ଉଲ୍ଲଂଘନ କରି ତାଲିବାନ ସଦସ୍ୟମାନେ ସାଧାରଣ...

‘ଏଚ୍‌ସିକ୍ୟୁ ଅସୁରକ୍ଷିତ’ ଦାବିରୁୁ ଓହରିଲେ ଅଧ୍ୟୟନକାରୀ

ଓ୍ବାଶିଂଟନ,୬ା୬: କରୋନା ରୋଗୀଙ୍କୁ ଦିଆଯାଉଥିବା ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ (ଏଚ୍‌ସିକ୍ୟୁ) ବିରୋଧରେ ଏକପ୍ରକାର ଷଡ଼ଯନ୍ତ୍ର କରାଯାଇଥିବା ମନେହେଉଛି। କାରଣ ଏହି ଔଷଧ କରୋନା ରୋଗୀଙ୍କ...

ବେଜିଂ ଯିବା ମନା!

ବେଜିଂ,୯ ।୮: ଚାଇନାରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ସେଠାକାର ସରକାର ବିଭିନ୍ନ ଅଞ୍ଚଳରେ ଲକ ଡାଉନ...

Advertisement


Archives

Model This Week