Posted inରାଜ୍ୟ

ଦସ୍ତାବିଜ ଦେବ ନାଗରିକତ୍ୱର ପ୍ରମାଣ

ଭୁବନେଶ୍ୱର, ୫।୯ (ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଆସାମର ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ତାଲିକା ୩୧ ଅଗଷ୍ଟ ୨୦୧୯ରେ ପ୍ରକାଶ ପାଇଛି। ଏଥିରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ସାମିଲ ହୋଇଛନ୍ତି। ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏଥିରୁ ବାଦ୍‌ ପଡ଼ିବା ପରେ ଆସାମ ସମେତ ଦେଶବ୍ୟାପୀ ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଥିଲା ଆସାମକୁ ବେଆଇନ ଭାବେ ଅନୁପ୍ରବେଶ କରିଥିବା ବାଂଲାଦେଶୀ ମୁସଲମାନଙ୍କୁ ତଡ଼ିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। କିନ୍ତୁ ୧୯୬୦ ପୂର୍ବରୁ ପୂର୍ବ ପାକିସ୍ତାନରୁ ଆସିଥିବା ହିନ୍ଦୁମାନେ ମଧ୍ୟ ତାଲିକାରୁ ବାଦ୍‌ ପଡ଼ିଯାଇଛନ୍ତି। ଏନ୍‌ଆର୍‌ସି ଏବେ ଆସାମରେ ବିଭେଦର ରେଖା ଟାଣିଥିବା ବେଳେ ଓଡ଼ିଶା ସମେତ ଅନ୍ୟାନ୍ୟ କେତେକ ରାଜ୍ୟରେ ସମାନ ବ୍ୟବସ୍ଥା ଲାଗୁ କରାଗଲେ ଅନୁପ୍ରବେଶକାରୀମାନଙ୍କୁ ଠାବ କରାଯାଇପାରିବ ବୋଲି କଥା ଉଠିଲାଣି। ଏଭଳି ସ୍ଥଳେ କେଉଁମାନେ ନାଗରିକତ୍ୱ ପାଇବା ପାଇଁ ହକ୍‌ଦାର ଓ ଏଥିଲାଗି ରହିଥିବା ସର୍ତ୍ତ ପୂରଣ କିଭଳି ହୋଇପାରିବ ତାହା ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ଆସାମରେ ଏନ୍‌ଆର୍‌ସି ଚିଠା ତାଲିକାରୁ ପ୍ରଥମେ ଯେଉଁମାନେ ବାଦ୍‌ ପଡିଥିଲେ, ସେମାନଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟ ବର୍ଷକ ତଳେ (୫ ସେପ୍ଟେମ୍ବର ୨୦୧୮) ୧୦ଟି ଦଲିଲର ପ୍ରମାଣ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ଅନ୍ୟ ପକ୍ଷମାନଙ୍କ ମତାମତ ଲୋଡ଼ିଥିଲେ। ଏନେଇ ଅଦାଲତ ଆସାମ ପବ୍ଲିକ୍‌ ଓ୍ବାର୍କସ, ଆସାମ ସମ୍ମିଳିତ ମହାସଂଘ, ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଅଫ୍‌ ବୋଦୋଲାଣ୍ଡ (ପ୍ରୋଗ୍ରେସିଭ୍‌), ଇଣ୍ଡିଜେନିଅସ୍‌ ଟ୍ରାଇବାଲ ପିପୁଲ୍ସ ଫେଡେରେଶନ, ଅଲ୍‌ ଆସାମ ଭୋଜପୁରୀ ପରିଷଦ, ବଙ୍ଗାଳୀ ଶରଣାର୍ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି, ଅଲ୍‌ ଆସାମ ମାଇନରିଟି ଷ୍ଟୁଡେଣ୍ଟସ୍‌ ୟୁନିୟନ ଏବଂ ଜାମିଆତ ଉଲେମା-ଇ-ହିନ୍ଦ୍‌ ସଂଗଠନକୁ ମଧ୍ୟ ଜବାବ ମାଗିଥିଲେ। ତେବେ ନାଗରିକତ୍ୱ ହାସଲ ସକାଶେ ୧୦ଟି ପରିଚୟ ଦସ୍ତାବିଜ୍‌ ପ୍ରାମାଣିକ ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ ରୋହିଣ୍ଟନ ଫଲି ନରିମାନ କହିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇରେ ଆସାମରେ ଏନ୍‌ଆରସି ଚିଠା ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ୨ କୋଟି ୮୯ ଲକ୍ଷ ୮୩ ହଜାର ୬୭୭ ଜଣ ସାମିଲ ହୋଇଥିଲେ। ୩ କୋଟି ୨୯ ଲକ୍ଷ ୯୧ ହଜାର ୩୮୪ ଜଣ ଆବେଦନ କରିଥିବାବେଳେ ୪୦ ଲକ୍ଷ ୭ ହଜାର ୭୦୭ ଜଣ ତାଲିକାରୁ ବାଦ୍‌ ପଡିଥିଲେ। ସେମାନଙ୍କ ମଧ୍ୟରୁ ପ୍ରକୃତ ଯୋଗ୍ୟଙ୍କୁ ଏନ୍‌ଆର୍‌ସିରେ ସାମିଲ କରିବା ପାଇଁ ଏହାର ଆସାମ ଆବାହକ ପ୍ରତୀକ ହାଜେଲା ଦେଇଥିବା ପରିଚୟ ଦସ୍ତାବିଜ୍‌ ପ୍ରସ୍ତାବ ମଧ୍ୟରୁ ଜଷ୍ଟିସ ରଞ୍ଜନ ଗୋଗୋଇ ଓ ନରିମାନଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୦ଟିକୁ ଚୟନ କରିଥିଲା। ସେଗୁଡ଼ିକ ହେଲା-ଜମି ପଟ୍ଟା, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଏଲ୍‌ଆଇସି ପଲିସି, ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ପାଇଥିବା ଲାଇସେନ୍ସ ଅଥବା ପ୍ରମାଣପତ୍ର, ସରକାରୀ କିମ୍ବା ରାଷ୍ଟ୍ରାୟତ୍ତ କମ୍ପାନୀରେ ନିଯୁକ୍ତି ସମ୍ପର୍କିତ ଦସ୍ତାବିଜ୍‌, ବ୍ୟାଙ୍କ କିମ୍ବା ପୋଷ୍ଟଅଫିସ୍‌ ଆକାଉଣ୍ଟ, ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇସ୍ୟୁ ହୋଇଥିବା ଜନ୍ମ ପ୍ରମାଣପତ୍ର, ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟ ଦେଇଥିବା ଶିକ୍ଷାଗତ ପ୍ରମାଣପତ୍ର, ବିଚାର ବିଭାଗୀୟ ରେକର୍ଡ ଏବଂ ରାଜସ୍ବ ଅଦାଲତର ରେକର୍ଡ। ଏହିସବୁ ଦସ୍ତାବିଜ ୧୯୭୧ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ରହିଥିବା ଆବଶ୍ୟକ ବୋଲି ଏନ୍‌ଆର୍‌ସିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?