ଦଶ ବର୍ଷ ସାନ ନିକ୍‌ଙ୍କୁ ବିବାହ କରିବା ପରେ ସମାଲୋଚିତ ହେଉଛନ୍ତି ପିସି: କହିଲେ ତାଙ୍କୁ ଫରକ ପଡ଼େନାହିଁ

ମୁମ୍ବାଇ: ଆମେରିକୀୟ ଗାୟକ ନିକ୍‌ ଜୋନାସ୍‌ଙ୍କୁ ବିବାହ କରିବା ପରଠାରୁ ଚର୍ଚ୍ଚାରେ ରହୁଛନ୍ତି ପ୍ରିୟଙ୍କା ଚୋପ୍ରା ଓରଫ ପିସି। ନିକ୍‌ ପ୍ରିୟଙ୍କାଙ୍କଠାରୁ ବୟସରେ ସାନ ହୋଇଥିବା ହେତୁ ପିସିଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରାଯାଇଛି। ହେଲେ ଏଥିପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ ସେ। ନିକଟରେ ଏକ ସାକ୍ଷାତ୍‌କାର ସମୟରେ ପିସିଙ୍କୁ ଏହାକୁ ନେଇ ପ୍ରଶ୍ନ କରାଯାଇଥିଲା। ନିକ୍‌ ଓ ତାଙ୍କ ଭିତରେ ଥିବା ୧୦ ବର୍ଷ ବ୍ୟବଧାନକୁ ନେଇ ବିବାହ ପୂର୍ବରୁ ଓ ପରେ ଲୋକମାନେ ଅନେକ କଥା କୁହନ୍ତି। ଏସବୁକୁ ଶୁଣିବାକୁ ପଡ଼େ। ଯଦି ଗୋଟିଏ ଝିଅଠାରୁ ପୁଅର ବୟସ ବଡ଼, ତାହାହେଲେ କୌଣସି ଫରକ ପଡ଼େନାହିଁ, ହେଲେ ଯଦି ଝିଅର ବୟସ ବଡ଼ ହୋଇଯାଏ, ତେବେ ଲୋକଙ୍କ ସମାଲୋଚନାର ପରିସରକୁ ଆସିଯାଏ ବୋଲି ପ୍ରିୟଙ୍କା କହିଛନ୍ତି। ତେବେ ଯେବେ ବି ଉଭୟଙ୍କୁ ନେଇ କୌଣସି ଚର୍ଚ୍ଚା ହୁଏ, ସେତେବେଳେ ନିକ୍‌ ତାଙ୍କ ସାଙ୍ଗରେ ଛିଡ଼ା ହୁଅନ୍ତି ବୋଲି ସେ କହିଛନ୍ତି। ସେ ନିଜ ବିବାହକୁ ନେଇ ବେଶ ଗର୍ବ କରନ୍ତି ବୋଲି ମଧ୍ୟ କହିଛନ୍ତି।
ନିକ୍‌-ପ୍ରିୟଙ୍କା ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ଧର୍ମାନୁଯାୟୀ ବିବାହ କରିଥିଲେ। ସେବେଠାରୁ ଉଭୟ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। କେହି କେହି ନିକ୍‌ଙ୍କୁ ଭିଣୋଇ ବୋଲି ସମ୍ବୋଧନ କରୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ) – ସିନେ ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଧମାକା କରିବେ ସନ୍ନି: ଦର୍ଶକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ। ‘ବର୍ଡର’ ସହିତ ବକ୍ସ ଅଫିସରେ ସୁପରହିଟ୍‌ ହେବା ପରେ ସନ୍ନିଙ୍କ କ୍ରେଜ୍‌ ଆହୁରି ବଢିଯାଇଛି। ଦର୍ଶକ ତାଙ୍କୁ…

ମା’ ହେବାକୁ ଯାଉଛନ୍ତି ଦୀପିକା, ନୂଆ ଘରେ ରଣବୀରଙ୍କ ସହ ଆସିଲେ ନଜର

ମୁମ୍ବାଇ: ସୋମବାର ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କୁ ମୁମ୍ବାଇର ପଶ ବାନ୍ଦ୍ରା ଅଞ୍ଚଳରେ ଥିବା ସେମାନଙ୍କ ନୂଆ ଘରେ ଦେଖିବାକୁ ମିଳିଥିଲା। ଏବେ ଏହି ଦମ୍ପତିଙ୍କ…

୭ବର୍ଷ ପରେ ଏକାଠି ହେଲେ ଦୁଇ ତାରକା

ମୁମ୍ବାଇ,୭।୬: ପୁଣି ଚର୍ଚ୍ଚାରେ ବଲିଉଡର ‘ଧକ-ଧକ ଗାର୍ଲ’ ମାଧୁରୀ ଦୀକ୍ଷିତ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ମା-ବେହନ’ OTTରେ ରିଲିଜ ହୋଇଛି। ରିଲିଜ ଉପଲକ୍ଷେ ଶନିବାର ରାତିରେ ଏକ…

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ଓଡ଼ିଶାରେ କଙ୍ଗନା: ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ…

ଭୁବନେଶ୍ବର,୫।୬: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଭୁବନେଶ୍ବରରେ ପହଞ୍ଚିଛି। ନିଜ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ପାଇଁ ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି।…

ନିଜ ଦୁଇ ସ୍ତ୍ରୀଙ୍କୁ କେତେ ଆଲିମନି ଦେଇଥିଲେ ଆମୀର ଖାନ୍‌? ଜାଣିଲେ ଚମକି ପଡିବେ…

ମୁମ୍ୱାଇ: ୬୧ ବର୍ଷ ବୟସରେ ବଲିଉଡ ସୁପରଷ୍ଟାର ଆମିର ଖାନ ଏବେ ନିଜର ତୃତୀୟ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଖବର ଆସିଛି ଯେ,…

୪୫ ବର୍ଷ ବୟସରେ ମା’ ହେଲେ ଅଭିନେତ୍ରୀ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ୪୫ ବର୍ଷ ବୟସରେ ମା’ ହୋଇଛନ୍ତି। ସେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି। ଏଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri