ଦଶମ ପାଠ୍ୟପୁସ୍ତକ ପରିବର୍ତ୍ତନକୁ ବିରୋଧ

କଟକ ଅଫିସ୍‌,୧୬ା୪: ଲକ୍‌ଡାଉନ୍‌ ଯୋଗୁ ସାରା ଦେଶରେ ଏବେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି। ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ପରିବର୍ତ୍ତନ ପାଇଁ ଘୋଷଣା କରିଛନ୍ତି। ଏହାକୁ ଏଆଇଡିଏସ୍‌ଓ ପକ୍ଷରୁ ତୀବ୍ର ବିରୋଧ କରାଯିବ ସହ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। ସଂଗଠନ ତରଫରୁ କୁହାଯାଇଛି, ଗୋଟିଏ ପଟେ ବିଦ୍ୟାଳୟଗୁଡିକ ବନ୍ଦ ଥିବା ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଅସୁବିଧା ହେଉଛି। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଉପର ଶ୍ରେଣୀର ପିଲାଙ୍କ ପାଖରୁ ପୁରୁଣା ପୁସ୍ତକ ଯୋଗାଡ଼କରି ପଢ଼ୁଛନ୍ତି। ମାତ୍ର ବ୍ୟବସାୟ ମନୋବୃତ୍ତି ରଖି ବୋର୍ଡ଼ କର୍ତ୍ତୃପକ୍ଷ ପାଠ୍ୟପୁସ୍ତକରେ ପରିବର୍ତ୍ତନ କରିଛନ୍ତି। ନୂଆ ବହି କିଣିବାକୁ ଯାଇ ଆର୍ଥିକ ଶୋଷଣର ଶିକାର ହେବେ। ବୋର୍ଡ଼ର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଛାତ୍ରୀଛାତ୍ର ବିରୋଧୀ। ଏଣୁ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା, ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ରଙ୍କୁ ମାଗଣାରେ ବହି ଯୋଗାଇ ଦେବା ସହ ସମସ୍ତ ଶିକ୍ଷାନୁଷ୍ଠାନରେ ଫି’ ଛାଡ ପାଇଁ ଏଆଇଡିଏସ୍‌ଓ ପକ୍ଷରୁ ଦାବି ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ସମ୍ପାଦକ ସୁବାସ ନାୟକ, କଟକ ଜିଲା ସଭାପତି ଭାଗ୍ୟରବି ଦାସ ଏବଂ ସମ୍ପାଦକ ବିନୋଦ ସେଠୀ ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର

ଛତ୍ରପୁର, ୧୬।୮(ଡି.ଏନ୍‌.ଏ.): ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର ସାପ । ଏଭଳି ଦୃଶ୍ୟ ଦେଖି ବାକୁ ମିଳିଛଇ ଗଞ୍ଜାମ...

ପ୍ରମାଣପତ୍ର ଥାଇ ମିଳୁନି ଆବାସ, ଭତ୍ତା

କୁନ୍ଦୁରା,୩୦।୧(ଡି.ଏନ୍‌.ଏ.) ଶହେ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରଶାସନ ପ୍ରମାଣପତ୍ର ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଗୋରୀମଣିଙ୍କୁ ମିଳୁନି ଭତ୍ତା। ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଉ...

ଭାରତରେ ବିସ୍ଫୋରକ ହେବ ସଂକ୍ରମଣ

ନୂଆଦିଲ୍ଲୀ, ୩୦।୧୨: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆସିବା ପରେ ଭାରତରେ ଗତ କିଛିଦିନ ହେଲା କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଛି। ଆଗାମୀ ଦିନରେ ଏହା...

ବାଲେଶ୍ୱର ସ୍ବାସ୍ଥ୍ୟବିକାଶ ସମିତିର ପ୍ରଥମ ବୈଠକ : ‘ଏଫ୍‌ଏମ୍‌ ମେଡିକାଲ କଲେଜ ସମସ୍ୟାର ସମାଧାନ ହେବ’

କଟକ ଅଫିସ,୧୩ା୯: ବାଲେଶ୍ୱରରେ ସ୍ବାସ୍ଥ୍ୟସେବାକୁ ନେଇ ପ୍ରଥମ ସ୍ବାସ୍ଥ୍ୟ ବିକାଶ ସମିତି ସାଧାରଣ ବୈଠକ ଗୁରୁବାର କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି)ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।...

ଖରସ୍ରୋତା ପାଣିରେ ହେବ ଚାଷ

ରାଜକନିକା,୮।୩(ଡି.ଏନ.ଏ.): ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୂଆପଡା ପଞ୍ଚାୟତରୁ ଦେଉଳସାହି କଲଭଟ ୫ କି.ମି. ନାଳ ଖୋଳା ଆରମ୍ଭ ହୋଇଛି। ସେହିପରି ବନ୍ଧସାହି, ମିର୍ଜାପୁର, ବଳିଭଣ୍ଡା ଓ...

ପାଣି ପାଇଁ ରାସ୍ତାରେ ମହିଳା

ହିନ୍ଦୋଳ, ୪।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଏହାର ପ୍ରତିବାଦରେ ଶୁକ୍ରବାର ଅଞ୍ଚଳର ବହୁସଂଖ୍ୟାରେ ମହିଳା...

ଘରୋଇ ଚିକିତ୍ସାଳୟ, ନିଦାନ କେନ୍ଦ୍ରରେ ଲାଗିବ ଲଗାମ: କାର୍ଯ୍ୟକାରୀ ହେବ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା

ନୟାଗଡ ଅଫିସ,୭ା୨: ନୟାଗଡ଼ ଜିଲାର ସମସ୍ତ ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ର ଉପରେ ଲଗାମ ଲାଗିବ। ଜିଲାରେ ଥିବା ଏସବୁ କେନ୍ଦ୍ରଗୁଡ଼ିକରେ ବାୟୋମେଟ୍ରିକ ଉପସ୍ଥାନ...

୨୫ରୁ ବନ୍ଦ ହେବ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଆସନ୍ତା ୨୫ତାରିଖରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ବନ୍ଦ ହେବ। ଏ ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ଚିଠି...

Advertisement
Archives

Model This Week