ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ରାଜନୈତିକ ବିବାଦକୁ ନେଇ ବିଜେଡି ଓ ଭାଜପା ସମର୍ଥକମାନେ ମୁହଁାମୁହିଁ ହେବା ସହ ସୋମବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଯାଇଥିଲା। ଦଳୀୟ ପତାକା ପୋଡ଼ି ସାଙ୍ଗକୁ ଅସ୍ଥାୟୀ ଟୁଙ୍ଗୀକୁ ଭଙ୍ଗାରୁଜା କରାଯାଇଛି। ଏହାକୁ ନେଇ ଘଣ୍ଟେଶ୍ୱର ଅଞ୍ଚଳରେ ରାସ୍ତାରୋକୋ କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ସୂଚନା ଅନୁସାରେ, ଏକ ଘରୋଇ ବିବାଦକୁ ନେଇ ଦୁଇ ଭାଇଙ୍କର ପକ୍ଷ ଦୁଇ ରାଜନୈତିକ ଦଳର ସମର୍ଥକମାନେ ନେବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ତୋଟାପଡା ଛକରେ ଥିବା ବିଜେଡି ପତାକାକୁ ପୋଡିବାକୁ ନେଇ ବିଜେଡି ସମର୍ଥକମାନେ ଭାଜପାର ଅସ୍ଥାୟୀ ଦଳୀୟ ଟୁଙ୍ଗୀକୁ ଭାଙ୍ଗି ଦେଇଛନ୍ତି। ସେହିପରି ମହିମାମଣି ମନ୍ଦିର ନିକଟରେ ଥିବା ବିଜେଡିର ଦଳୀୟ ଟୁଙ୍ଗୀକୁ ଭାଜପା ସମର୍ଥକମାନେ ଭାଙ୍ଗି ଦେଇଛନ୍ତି। କେତେକ ବିଜେଡି ସମର୍ଥକ ଅଭିଯୋଗ କରିବାକୁ ଘଣ୍ଟେଶ୍ୱର ଫାଣ୍ଡିକୁ ଯାଇଥିବା ବେଳେ ସେମାନଙ୍କ ଉପରେ ମାଡ଼ ହୋଇଥିବା ନେଇ ଅଭିଯୋଗ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେଡି ପକ୍ଷରୁ ତୋଟାପଡା ଛକରେ ରାସ୍ତାରୋକୋ କରାଯାଇଥବା ବେଳେ ଭାଜପା ପକ୍ଷରୁ ଘଣ୍ଟେଶ୍ୱର ହାଟ ନିକଟରେ ରାସ୍ତାରୋକୋ ଓ ଧାରଣା ଦିଆଯାଇଥିଲା।  ଭାଜପା ପକ୍ଷରୁ ମାଣିପୁର ଛକରେ ମଧ୍ୟ ରାସ୍ତାରୋକୋ କରାଯାଇଥିଲା। ଏସ୍‌ଡିପିଓ ଉମାଶଙ୍କର ମହାରଣା ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ଗୃହ ନିର୍ମାଣର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ସଜନାଗଡ଼,୨୧।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ୫୦ ଶଯ୍ୟା ବିଶିଷ୍ଟ ଅର୍ନ୍ତବିଭାଗ ଓ ବର୍ହିବିଭାଗ ଗୃହ ନିର୍ମାଣର ଶୁଭ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଓ...

ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର

ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ...

ଅଘୋଷିତ ବିଦ୍ୟୁତ୍‌ କାଟ୍‌: କର୍ମଚାରୀଙ୍କୁ ଆକ୍ରମଣ

ନୀଳଗିରି,୨୯ା୫(ସ୍ବ.ପ୍ର.): ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ନୀଳଗିରି ଟାଟା ପାଓ୍ବାରର ନୀଳଗିରି ସେକ୍ସନ ଜେଇ ପାର୍ଥସାରଥୀ ବାରିକଙ୍କୁ ମାଡ଼ ହୋଇଛି। ଏକ ବିବାହ ଭୋଜି ଖାଇ...

ବସ୍‌ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା, ୪ ଦୋଷୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର ୨୩ା୭ (ସ୍ବ.ପ୍ର./ଡି.ଏନ.ଏ.)- ଘରୋଇ ବସକୁ ଅଟକାଇ କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗରେ ସ୍ଥାନୀୟ ସିଜେଏମ କୋର୍ଟ ୪ ଦୋଷୀଙ୍କୁ ୫ ବର୍ଷ ଜେଲ ଓ...

‘ବିକଶିତ ହେବ ଶାରୀଶୁଆ ଜଳପ୍ରପାତ’

ଖଇରା, ୨୩।୧୨(ଡି.ଏନ.ଏ.): ଆଉ ଦିନକ ପରେ କୁପାରୀ ପର୍ଯ୍ୟଟନ କ୍ଷେତ୍ରର ୨ ପ୍ରମୁଖ ପ୍ରକଳ୍ପ ଶାରୀଶୁଆ ପାହାଡ ଜଳପ୍ରପାତ ଓ କୁପାରୀ ନାଟ୍ୟମଣ୍ଡପକୁ ଅନ୍ୟ କିଛି...

ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ ଜାରି

ଭଦ୍ରକ ଅଫିସ, ୨୮।୬ – ଭଦ୍ରକ ଜିଲା ଓ ପୌର ପ୍ରଶାସନ ପକ୍ଷରୁ ସହରରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିିଛି। ସହରକୁ ସରସ ସୁନ୍ଦର...

ପାଚିକା ଚୟନରେ ଅନିୟମିତତା ଅଭିଯୋଗ

ରୂପସା, ୧୭।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା-୧ ଅଙ୍ଗନୱାଡ଼ି କେନ୍ଦ୍ରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ପାଚିକା ଚୟନରେ ଅନିୟମିତତା ହୋଇଥିବା...

ଘର ଉପରକୁ ଢଳିପଡ଼ିଛି ୧୧ କେଭି ବିଦ୍ୟୁତତାର, ସ୍ଥାନାନ୍ତର ଦାବି

ଆନନ୍ଦପୁର,୬ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ ଅର୍ଜୁନବଣିଆ ଗ୍ରାମର ଗୋଟିଏ ପରିବାରର ୫ ପ୍ରାଣୀ କୁଟୁମ୍ବ ଏବେ ଭୟ ଆଶଙ୍କା ମଧ୍ୟରେ ଜୀବନ...

Advertisement
Archives

Model This Week