Posted inଖେଳ

ଦଳରେ ମୋ ଦାୟିତ୍ୱ ବଢ଼ିଛି: ଆୟାର

କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ ନିର୍ଣ୍ଣାୟକ ମ୍ୟାଚ ଅନୁଷ୍ଠିତ ହେବ। ଏହା ଉଭୟ ଦଳ ପାଇଁ କର ଅବା ମର ପରିସ୍ଥିତି ସୃଷ୍ଟି କରିଛି। ଭାରତୀୟ ଦଳର ପ୍ରତି ସଦସ୍ୟ ମଧ୍ୟ ଏହାର ଗୁରୁତ୍ୱ ଉପଲବ୍ଧି କରିଛନ୍ତି। ଶନିବାର ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଶ୍ରେୟାସ ଆୟାରଙ୍କ ପ୍ରତିକ୍ରିୟାରୁ ଏହା ସୂଚନା ମିଳିଛି। କ୍ୟାରିୟର ଆରମ୍ଭରେ ମୋ ଉପରେ ଏତେଟା ଦାୟିତ୍ୱ ନ ଥିଲା। ମାତ୍ର ଅଭିଜ୍ଞ ହେବା ସହ ଦାୟିତ୍ୱ ବଢ଼ିଛି। ୪ ନମ୍ବରରେ ବ୍ୟାଟିଂ କରୁଥିବାରୁ ଦାୟିତ୍ୱସମ୍ପନ୍ନଭାବେ ଖେଳିବାକୁ ପଡ଼ୁଛି ବୋଲି କହିଛନ୍ତି ଏହି ୨୫ ବର୍ଷୀୟ ଖେଳାଳି। ଚଳିତ ସିରିଜର ପ୍ରଥମ ୨ଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ଆୟାର ଆଗାମୀ ମ୍ୟାଚରେ ମଧ୍ୟ ସମାନ ପ୍ରଦର୍ଶନ ଆଶା ରଖିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟ ଏବଂ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟରେ ଅନେକ ପ୍ରଭେଦ ରହିଛି। ଉଚ୍ଚସ୍ତରରେ ଖେଳିବାବେଳେ ଅଧିକ ଦାୟିତ୍ୱ ଥାଏ। ମୁଁ ଏବେ ମୋ ଗେମ୍‌କୁ ଭଲଭାବେ ବୁଝି ପାରିଛି ଏବଂ ସେହି ଅନୁସାରେ ଖେଳୁଛି। କେତେବେଳେ ସିଙ୍ଗଲ୍‌ ରନ ନେଇ ଷ୍ଟ୍ରାଇକ୍‌ ରୋଟେଟ କରିବାକୁ ପଡ଼ିବ ଏବଂ କେତେବେଳେ ଆକ୍ରମଣାତ୍ମକ ଖେଳିବାକୁ ହେବ ତାହା ମୁଁ ବୁଝି ସାରିଛି ବୋଲି ଆୟାର କହିଛନ୍ତି।
ସିରିଜର ପ୍ରଥମ ଦିନିକିଆରେ ଆୟାର ୮୮ ବଲ୍‌ରୁ ୭୦ ରନ କରିଥିଲେ। ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ, ଗେମ୍‌ର ସ୍ଥିତି ନେଇ ଖେଳିବାକୁ ହୋଇଥାଏ। ସେହିଦିନ ସେପରି କିଛି ଆବଶ୍ୟକ ଥିଲା ବୋଲି ମୁଁ ଭାବିଥିଲି। ସେତେବେଳେ ଦଳ ମୋ ଠାରୁ ବଡ଼ ଶଟ୍‌ ଚାହୁଁ ନ ଥିଲା। ବଡ଼ ପାର୍ଟନରଶିପ୍‌ ଆବଶ୍ୟକ ଥିଲା। ତେଣୁ ମୁଁ ସ୍କୋର କିପରି ଆଗକୁ ବଢ଼ିବ ତା’ ଉପରେ ଧ୍ୟାନ ଦେଇଥିଲି। ସେହି ମ୍ୟାଚରେ ପ୍ରଦର୍ଶନକୁ ନେଇ ମୁଁ ଖୁସି ଅଛି ବୋଲି ସେ ପ୍ରକାଶ କରିଛନ୍ତି। ୩ ଦିନପରେ ବିଶାଖାପାଟଣାରେ ଅନୁଷ୍ଠିତ ମ୍ୟାଚରେ ସେ ୩୨ ବଲ୍‌ରୁ ୫୩ ରନ କରିଥିଲେ। ପିଚ୍‌ ଓ ଦଳର ସ୍ଥିତିକୁ ନେଇ ସେ ଆକ୍ରମଣାତ୍ମକ ଖେଳିଥିଲେ ବୋଲି କହିଛନ୍ତି। ପୂର୍ବରୁ ମୁଁ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିଲି। ଏବେ ୪ ନମ୍ବରରେ ଖେଳୁଛି। ଯେଉଁ ସ୍ଥାନରେ ଖେଳିଲେ ମଧ୍ୟ ମୁଁ ସହଜ ମନେ କରୁଛି ଏବଂ ଦଳର ଆବଶ୍ୟକତାକୁ ନେଇ ବ୍ୟାଟିଂ କରୁଛି ବୋଲି କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆୟାର ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଦଳର ମେଣ୍ଟର ରିକି ପଣ୍ଟିଂଙ୍କ ଉପସ୍ଥିତିରୁ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆସିଛି କି ବୋଲି ପ୍ରଶ୍ନର ଉତ୍ତରରେ ଆୟାର କହିଥିଲେ ଯେ, ପଣ୍ଟିଂ ହେଉଛନ୍ତି ଜଣେ ସକାରାତ୍ମକ ମନୋଭାବ ସମ୍ପନ୍ନ ଖେଳାଳି। ସେ ପ୍ରତି ଖେଳାଳିଙ୍କୁ ସମର୍ଥନ କରିଥାନ୍ତି। ସେ ପ୍ରତି ଖେଳାଳିଙ୍କ ପ୍ରତି ସମାନ ବ୍ୟବହାର ଆପଣେଇଥାନ୍ତି। ଜଣେ କୋଚ୍‌ ଭାବେ ତାଙ୍କ ମ୍ୟାନ ମ୍ୟାନେଜମେଣ୍ଟ ଦକ୍ଷତା ଅଦ୍ୱିତୀୟ। ବାରବାଟୀରେ ହେବାକୁଥିବା ନିର୍ଣ୍ଣାୟକ ମୁକାବିଲା ଦଳ ପାଇଁ କର ଅବା ମର ସ୍ଥିତି ଆଣିଛି। ଆମେ ଦୃଢ଼ ମନୋବଳ ସହ ପଡ଼ିଆକୁ ଓହ୍ଲାଇବୁ। ବିଜୟ ହାସଲ ଆମର ଏକମାତ୍ର ଲକ୍ଷ୍ୟ ରହିବ ବୋଲି ଆୟାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri