ଦଲାଲ୍‌ଙ୍କ କବ୍‌ଜାରେ ଜିଲା ମୁଖ୍ୟ ଚିକିତ୍ସାଳୟ : ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ

ନୟାଗଡ଼ ଅଫିସ,୩୦ା୯: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଶନିବାର ରାତିରେ ଜଣେ ମହିଳା ପିଲା ଚୋରି କରି ନେଉଥିବା ବେଳେ ଲୋକମାନେ ହୋହଲ୍ଲା କରିବାରୁ ସେ ପଳାଇ ଯାଇଥିଲେ। ସେହିଭଳି ରବିବାର ପୂର୍ବାହ୍ନରେ ଡାକ୍ତରଖାନାରେ ଜଣେ ଦଲାଲ୍‌ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ସେ ହେଲେ ସଦର ଥାନା ପଦମପୁର ଗ୍ରାମର ମୃତ୍ୟୁଞ୍ଜୟ ପରିଡ଼ା ଓରଫ ନୀଳ। ଥାନାରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁଞ୍ଜୟ ଜଣେ ରୋଗୀଙ୍କୁ ବାହାରେ ଡାକ୍ତର ଦେଖାଇଦେବା ପାଇଁ ୫୦୦ ଟଙ୍କା ନେଉଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା। ଏ ନେଇ ଥାନାରେ ଏକ ମାମଲା (ନଂ.୧୪୧/୧୯) ରୁଜୁ କରାଯାଇ ନୀଳଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କଠାରୁ ପୋଲିସ ୫୦୦ ଟଙ୍କା ଜବତ କରିଛି। ପିଲା ଚୋରି କରି ନେଉଥିବା ମହିଳାଙ୍କ ବିଷୟରେ କୌଣସି ସୁରାକ ମିଳିପାରି ନାହିଁ।
ପ୍ରକାଶ ଯେ, ଭାପୁର ବ୍ଲକ ବାଇଗୁଣିଆ ଗ୍ରାମର ସମୀର ପଲେଇଙ୍କ ସାନ ପୁଅର ଦେହ ଖରାପ ଥିବାରୁ ସେ ଦୁଇଦିନ ହେଲା ଆସି ମାତୃ ଓ ଶିଶୁ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସମୀରଙ୍କ ସ୍ତ୍ରୀ ଓ ୬ବର୍ଷର ବଡ଼ଝିଅ ମଧ୍ୟ ଚିକିତ୍ସାଳୟକୁ ଆସିଥିଲେ। ଶନିବାର ରାତ୍ର ୮ଟାରେ ତାଙ୍କ ବଡଝିଅ ମେଡ଼ିକାଲରେ ଥିବା ସମୟରେ ସୁରକ୍ଷା କର୍ମୀ ନ ଥିବା ସୁଯୋଗରେ ଜଣେ ମହିଳା ଭିତରକୁ ପଶିଥିଲେ। ପରେ ମହିଳା ଜଣକ କୌଣସି ପ୍ରଲୋଭନ ଦେଖାଇ ଝିଅଟିକୁ ସାଙ୍ଗରେ ଧରି ୪ ମହଲାରୁ ତଳକୁ ଆସିଥିଲେ। ଏହି ସମୟରେ ତାଙ୍କ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ ଝିଅଟିକୁ ଚିହ୍ନିଥିବାରୁ ତାଙ୍କୁ କୁଆଡେ ନେଇଯାଉଛ ବୋଲି ସମ୍ପୃକ୍ତ ମହିଳାଙ୍କୁ ପଚାରିଥିଲେ। ମହିଳା ଜଣକ କୌଣସି ଉତ୍ତର ଦେଇ ନ ପାରିବାରୁ ସେଠାରେ ଉପସ୍ଥିତ ଲୋକମାନେ ସନ୍ଦେହ ପ୍ରକାଶ କରିଥିଲେ। ଏହା ପରେ ଲୋକଙ୍କ ଗହଳି ଜମିବାରୁ ମହିଳା ଜଣକ ଝିଅଟିକୁ ଛାଡ଼ି ଫେରାର ହୋଇଯାଇଥିଲେ। ସିସିଟିଭି ଫୁଟେଜ ଆଧାରରେ ମହିଳା ଜଣକୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ମହିଳା ଜଣକ ପିଲା ଚୋରି କରି ନେଉଥିଲେ କି ନାହିଁ ତାହା ଜଣାପଡ଼ିନାହିଁ। ମାତୃ ଓ ଶିଶୁ ଚିକିତ୍ସାଳୟ ପରିସର ଗହଳି ହୋଇଥିବାରୁ ସେଠାରେ କେବେ ବି କେହି ପିଲା ଚୋରି କରିବାକୁ ସାହସ କରିପାରିବେ ନାହିଁ। ଏହାଛଡା କିଛିଦିନ ମଧ୍ୟରେ ରାତିରେ ରହୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ପାସ୍‌ ବ୍ୟବସ୍ଥା କରାଯିବ। ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସର୍ବାଧିକ ୨ଜଣଙ୍କ ଲାଗି ପାସ୍‌ ବନ୍ଦୋବସ୍ତ କରାଯିବ। ରାତିରେ ଉକ୍ତ ପାସ୍‌ ଦେଖାଇ ରୋଗୀଙ୍କ ସମ୍ପର୍କୀୟମାନେ ମେଡ଼ିକାଲ୍‌ ଭିତରକୁ ପ୍ରବେଶ କରିପାରିବେ। ସେହିଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri