ଦର୍ଶକଙ୍କୁ ବାନ୍ଧିରଖିଲା ମଞ୍ଚନାଟକ ମିଛ ସଂସାର

ବୀରମହାରାଜପୁର, ୨୯ା୪(ଡି.ଏନ.ଏ.)  ବର୍ତ୍ତମାନର ସିନେମା, ଟେଲିଭିଜନ ଓ ଇଣ୍ଟରନେଟ୍‌ ଯୁଗରେ ମଧ୍ୟ ମଞ୍ଚନାଟକର ଆଦର କିମ୍ବା ଆକର୍ଷଣ କମିନାହିଁ।  ଏହା ପ୍ରତିପାଦିତ କରିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିକଟବର୍ତ୍ତୀ କମଳପୁର ଗ୍ରାମ ଯୁବନାଟ୍ୟ ସଂସଦର ସୌଖୀନ କଳାକାର ଗଣ।  ସେମାନେ ମଞ୍ଚସ୍ଥ କରିଥିଲେ ସାମାଜିକ ନାଟକ ମିଛ ସଂସାର। ସାମ୍ପ୍ରତିକ ସମାଜର ନିଚ୍ଛକ  ଘଟଣା ପ୍ରବାହ ଉପରେ ପର୍ଯ୍ୟବେଶିତ ଉକ୍ତ ମଞ୍ଚ ନାଟକ ଥିଲା ଅନୁଷ୍ଠାନର ୯୦ତମ କୃତି। ଏହା ପୂର୍ବରୁ ଯୁବନାଟ୍ୟ ସଂସଦର ପ୍ରୟାସରେ ପରିବେଷିତ ହୋଇଥିବା ୯ଟି ନାଟକକୁ ଅଶେଷ ସଫଳତା ମିଳିଥିବାରୁ କଳାକାରମାନେ ଉତ୍ସାହିତ ହୋଇ  ବିଜୟ ଧାରାକୁ ବଜାୟ ରଖିଛନ୍ତି। ଏଥରର ମଞ୍ଚ ନାଟକକୁ  ଶଙ୍କରଜିତ କର୍ଣ୍ଣ ନିର୍ଦ୍ଦେଶନା ଦେଇଥିଲେ। ଏହାର ପ୍ରମୁଖ ଭୂମିକାଗୁଡ଼ିକୁ ରୂପଦେଇଥିଲେ କୃତିବାସ ମେହେର, ହୃଷିକେଶ ମେହେର, କୈଳାସଚନ୍ଦ୍ର ପଣ୍ଡା, ବିବସ୍ବତି ପଣ୍ଡା, ସନ୍ତୋଷ ସାହୁ ଏବଂ ନାରୀ ଚରିତ୍ରରେ ପୁଷ୍ପା ମହାନ୍ତି ଓ ସଞ୍ଜିତା ବେହେରା।  ବାପି ଭାଇ ଏହି ନାଟକ ପାଇଁ ପ୍ରଚ୍ଛଦପଟ ସଂଗୀତ ସଂଯୋଜନା କରିଥିଲେ। କଳାକାରମାନଙ୍କ ଜୀବନ୍ତ ତଥା ନିଖୁଣ ଅଭିନୟ ତାହାର ଯବନିକା ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ବିଳମ୍ବିତ ରାତି ଯାଏ ଗ୍ରାମବାସୀଙ୍କ ସହ ଆଖପାଖର ଅଗଣିତ ଦର୍ଶକ ମନଭରି ଏହାକୁ ଉପଭୋଗ କରିଥିଲେ।

ନାଟକ ପରିବେଷଣ କରାଯିବା ପୂର୍ବରୁ ଆୟୋଜିତ ସାଂସ୍କୃତିକ ସଭାରେ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବୀରମହାରାଜପୁର ବ୍ଲକ ସଭାପତି ସଂଘ ସଭାପତି ସରୋଜ ବାରିକ, ହିଲୁଙ୍ଗ ସରପଞ୍ଚ ଅଶୋକ ମହାକୁର, ବରିଷ୍ଠ ଶିକ୍ଷକ ଲଳିତ ମୋହନ ପଣ୍ଡା ଓ  ରବୀନ୍ଦ୍ର ହୋତା ସମ୍ମାନିତ ଅତିଥିଭାବେ ସଂମ୍ବୋଧିତ କରିଥିଲେ। ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ନାରାୟଣ ଲୁହା ଉକ୍ତ ସଭାରେ ପୌରିହିତ୍ୟ କରିଥିଲେ।କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଦ୍ୟାପତି ପଣ୍ଡା। ଏହି ଅବସରରେ ଅଞ୍ଚଳର ୧୧ ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ପ୍ରଭାତ ଦାସ, ଅବିନାଶ ହୋତା, ଏହିସାସ ହୋତା, ସୁଦର୍ଶନ ବିଶ୍ୱାଳ, ପିତବାସ ଶତପଥୀ, ଶିନ୍ନିବାସ ଗୁରୁ , ଦଶରଥ ମେହେର, ନାରାୟଣ ମହାକୁର, ଶେଷଦେବ ବାରିକ, ସତ୍ୟବାନ ପୁରୋହିତ ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିସତ୍ା ଲାଗି ଟଁକା ବାଧକ୍‌ ଅଜନା ରୋଗ୍‌ରେ ପୀଡ଼ିତ ଅଶୋକ

ଲାଠୋର, ୨୮ା୪(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ସାନଗୁର୍ଜିଭଟା ପାଲିପଡ଼ାର ଅଶୋକ ବର୍ଗେ(୩୦)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ହେଇ...

ସନ୍ତୁଳିତ ଜୀବନଯାପନ ଉଚ୍ଚ ରକ୍ତଚାପକୁ ଦୂର କରିପାରିବ

ସୋନପୁର,୧୮।୫(ନି.ପ୍ର.) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ...

ଆମିଶ ବଜାରରେ ଦରବୃଦ୍ଧିକୁ ନେଇ ଉତ୍ତେଜନା

ଦେବଗଡ, ୨୯ା୩ (ଡି.ଏନ.ଏ.): ଦେବଗଡ ଆମିଶ ବଜାରରେ ଅହେତୁକ ଦର ବୃଦ୍ଧିକୁ ନେଇ ରବିବାର ଗ୍ରାହକ ଓ ବ୍ୟବସାୟୀ ମୁହାମୁହିଁ ହୋଇଥିଲେ। ଉତ୍ତ୍ୟକ୍ତ ଗ୍ରାହକମାନେ ବଜାର...

ବ୍ରଜରାଜନଗରରେ କିଶୋର ମହାନ୍ତି ଆଗୁଆ

ବ୍ରଜରାଜନଗର,୨୩।୫: ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଆଗୁଆ ରହିଛନ୍ତି। କିଶୋର ୧୦୬୬୩ ଭୋଟ ପାଇଥିବାବେଳେ...

ଭିଜିଲାନ୍ସ ଜାଲରେ ସୁପରଭାଇଜର

ସମ୍ବଲପୁର,୨୭ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଆଇସିଡିଏସ୍‌ ସୁପରଭାଇଜର ସୁଲଚନା ଅର୍କ ଶନିବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କଠାରୁ ରାସାୟନିକ ପ୍ରଲେପ...

କିଡ଼୍‌ନୀ ରୋଗ୍‌ରେ ରୁଜ୍‌ଗାରିଆ ପୁଓ: ଉଷୋ ଘିନବାକେ ଟଁକା ନାଇଁ

ବୌଦ୍ଧ,୩।୭(ସ୍ବ.ପ୍ର): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଁଚେତ୍‌ ଅଧୀନ ଯୁବରାଜପୁର ଗାଁର ଭୀମସେନ ରଣା। ସେ ୫ ବଛର ତଲେ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ...

ଦନ୍ତା ଆକ୍ରମଣରେ ଯୁବକଙ୍କ ଜୀବନଗଲା

ସମ୍ବଲପୁର, ୧୯।୬ (ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ତଥା ଯୁଯୁମୁରା ଥାନା ନୂଆବରଗାଁମାଲ ନିକଟରେ ହାତୀ ଆକ୍ରମଣରେ ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି...

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ: ସ୍ବାମୀ ଛାଡି ଚାଲିଯିବାପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରାଉରକେଲା ଅଫିସ, ୧୧।୭: ଝିରିପାଣି ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଗଣ ବଳାତ୍କାର କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଗତ ୭ ତାରିଖରେ ଏଭଳି ଘଟଣା...

Advertisement
Archives

Model This Week