‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌

ନୂଆଦିଲ୍ଲୀ: ପୁଣି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି ବଲିଉଡ୍‌ ଦବଙ୍ଗ ପୋଲିସ୍‌ ଅଫିସର ଚୁଲ୍‌ବୁଲ୍‌ ପାଣ୍ଡେ। ସଲମାନଙ୍କ ମୋଷ୍ଟ ଅଓ୍ବେଟେଡ୍‌ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌ ହୋଇଛି। ନିଜେ ଚୁଲବୁଲ୍‌ ପାଣ୍ଡେ ଫିଲ୍ମର ପ୍ରମୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଗୋଟିଏ ଦମ୍‌ଦାର୍‌ ଡାଏଲଗ୍‌ ସହ ସଲମାନ ଖାନଙ୍କ ଚୁଲ୍‌ବୁଲ୍‌ ପାଣ୍ଡେ ଅବତାର୍‌କୁ ପ୍ରମୋରେ ଦେଖିବାକୁ ମିଳିଛି। ପ୍ରମୋରେ ପାଣ୍ଡେ ଜୀ କହୁଛନ୍ତି, “ଯେତେବେଳେ ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ସହ ଅଛି ପୂରା ଇଣ୍ଡିଆର ଇମୋଶନ୍ସ, ତେବେ ସଲମାନ କାହିଁକି କରିବେ ଫିଲ୍ମ ଦବଙ୍ଗ୍‌ର ପ୍ରମୋଶନ? ” ଫିଲ୍ମ ତାଙ୍କର, ପୋଷ୍ଟର ତାଙ୍କର, ତେବେ ଫିଲ୍ମର ପ୍ରମୋଶନ ମଧ୍ୟ ଚୁଲ୍‌ବୁଲ୍‌ ପାଣ୍ଡେ ହିଁ କରିବେ ବୋଲି ସେ କହିଛନ୍ତି। ଏପରି ଲାଗୁଛି ସଲମାନ ଫିଲ୍ମଟି ରିଲିଜ୍‌ ହେବା ପର୍ଯ୍ୟନ୍ତ ଚୁଲ୍‌ବୁଲ୍‌ ପାଣ୍ଡେ ହୋଇ ରହିବେ। ସେହିପରି ନିଜ ଅଫିସିଆଲ୍‌ ଟୁଇଟର ହ୍ୟାଣ୍ଡେଲରେ ସଲମାନ ନିଜ ନାମକୁ ବଦଳାଇ ଚୁଲ୍‌ବୁଲ୍‌ ପାଣ୍ଡେ ରଖିଛନ୍ତି ଓ ‘ଦବଙ୍ଗ-୩’ର ପ୍ରମୋ ଶେୟାର କରିଛନ୍ତି। ଆସନ୍ତା ଡିସେମ୍ବର ୨୦ରେ ରିଲିଜ୍‌ ହେବାକୁ ଥିବା ‘ଦବଙ୍ଗ-୩’ରେ ମହେଶ ମଞ୍ଜରେକରଙ୍କ ଝିଅ ସାଈ ମଞ୍ଜରେକର ଡେବ୍ୟୁ କରିବେ। ସଲମାନଙ୍କ ପ୍ରେମିକା ଚରିତ୍ରରେ ସାଈ ନଜରକୁ ଆସିବେ
ବୋଲି ଶୁଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରାଜିତ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଭିକ୍ଟର

ମିରଟ,୬ା୪: ହଙ୍ଗେରୀୟମାନେ ଆସନ୍ତା ୧୨ରେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ କରିବାକୁ ଯାଉଛନ୍ତି। ଏହା ଚଳିତବର୍ଷ ୟୁରୋପର ସବୁଠୁ ପରିଣାମସୂଚକ ନିର୍ବାଚନ ବୋଲି କୁହାଯାଉଛି। ୧୬ ବର୍ଷ ଧରି…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଟ୍ରମ୍ପ୍‌ ପ୍ରଶାସନଠାରୁ ଇରାନ ହାଜତ ବେଶି ସୁରକ୍ଷିତ

ତେହରାନ୍‌,୬ା୪: ଇରାନକୁ ଆକ୍ରମଣ କରିବାକୁ ଆସି ନିଖୋଜ ହୋଇଯାଇଥିବା ଏଫ୍‌-୧୫ଇ ଷ୍ଟାଇକ୍‌ ଇଗଲ୍‌ ଏୟାରକ୍ରାଫ୍ଟ କ୍ରିଉ ସଦସ୍ୟଙ୍କୁ କେବଳ ତେହରାନ୍‌ ଖୋଜୁନାହିଁ, ଆମେରିକା ଏୟାରଫୋର୍ସ ମଧ୍ୟ ତାଙ୍କୁ…

ତେହରାନ ପାଓ୍ବାର ପ୍ଲାଣ୍ଟ ଧ୍ୱଂସ କରିଦେବୁ: ଟ୍ରମ୍ପ୍‌

ଓ୍ବାଶିଂଟନ,୬ା୪: ଇରାନ ଯୁଦ୍ଧ ୩୭ ଦିନରେ ପହଞ୍ଚତ୍ଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରବିବାର ସୋସିଆଲ ମିଡିଆରେ ଏକ ବିସ୍ଫୋରକ ପୋଷ୍ଟ ଜରିଆରେ ତେହରାନ୍‌ ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌…

‘ଠିକ ରାତି ୮ଟା…’, ଟ୍ରମ୍ପ ସ୍ଥିର କଲେ ସମୟ କେତେବେଳେ ଇରାନ ଉପରେ କରିବେ ସବୁଠାରୁ ବଡ଼ ଆକ୍ରମଣ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି। ହର୍ମୁଜ ପ୍ରଣାଳୀକୁ ନେଇ ୱାଶିଂଟନ ଏବଂ ତେହରାନ ମଧ୍ୟରେ ଅଚଳାବସ୍ଥା…

ଇସି ପ୍ରାର୍ଥୀଙ୍କ ଉପରେ ନିର୍ଭରକଲେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri