ଦବଙ୍ଗ-୩ରେ ସଲମାନଙ୍କ ବାପା ଚରିତ୍ରରେ ନଜର ଆସିବେ ଧର୍ମେନ୍ଦ୍ର

ମୁମ୍ବାଇ,୧୦।୬: ସଲମାନ ଖାଁ ନିଜର ଅପ୍‌ କମିଂ ଫିଲ୍ମ ଦବଙ୍ଗ-୩ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ପୁଣି ଥରେ ସଲ୍ଲୁମିଅଁ।ଙ୍କ ସହ ନଜର ଆସିବେ ସୋନାକ୍ଷୀ ସିହ୍ନା। ଚଳିତ ଥର ଦବଙ୍ଗ-୩ରେ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଏହି ଫିଲ୍ମରେ ଧର୍ମେନ୍ଦ୍ର ସଲମାନଙ୍କ ପିତା ଚରିତ୍ରରେ ନଜର ଆସିବେ। ବିନୋଦ ଖନ୍ନାଙ୍କ ମୃତ୍ୟୁ ହେବାପରେ ଧର୍ମେନ୍ଦ୍ର ଏହି ଚରିତ୍ରରେ ଅଭିନୟ କରିବେ ବୋଲି ସୂଚନା ରହିଛି। ନିକଟରେ ଏହି ଫିଲ୍ମରେ ଡିମ୍ପଲ କପାଡିଆଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ହେଲେ ସେ ଏହି ଫିଲ୍ମରେ ନଜର ଆସିବେ ନାହିଁ ବୋଲି ଏବେ ସ୍ପଷ୍ଟ ହୋଇଯାଇଛି। କାରଣ ଦବଙ୍ଗ ସିରିଜ୍‌ର ପ୍ରଥମ ଫିଲ୍ମରେ ଡିମ୍ପଲ ନୈନା ଚରିତ୍ରରେ ଅଭିନୟ କରୁଥିବା ବେଳେ ସେଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ସିରିଜ୍‌-୩ରେ ଅଚାନକ୍‌ ତାଙ୍କର ଚରିତ୍ରକୁ ପୁଣି ଆଣିବା ସମ୍ଭବପର ନୁହେଁ ବୋଲି ମେକର୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମସୀତା ପରି ଯୋଡି ହ୍ରିତିକ୍‌, ଦୀପିକା

ହିନ୍ଦୁ ପୌରାଣିକ ଗ୍ରନ୍ଥ ‘ରାମାୟଣ’ ଉପରେ ଆଉ ଏକ ବଲିଉଡ୍‌ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ନିର୍ଦ୍ଦେଶକ ନିତେଶ୍‌ ତିଓ୍ବାରୀ ଏବଂ ରବି ଉଡୟାଭରଙ୍କ ଆଗାମୀ...

ଅଟୋଗ୍ରାଫ-ଏ ସାଇନ୍‌ ଅଫ ଲଭ୍‌

ଜଗା କଲେଜରେ ପଢ଼େ। ନିଜେ ଅସୁବିଧାରେ ପଡିଲେ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ପଛାଏ ନାହିଁ। ହେଲେ କଲେଜରେ ପଢ଼ିବା ସମୟରେ ତାକୁ ନିଜର...

ମୁହଁ ଲୁଚାଇ ଇଦ୍‌ ପାଳିଲେ ସାରା-କାର୍ତ୍ତିକ

ମୁମ୍ବାଇ,୬।୬: ବି ଟାଉନର ଚର୍ଚ୍ଚିତ ଯୋଡି ସାରା ଅଲ୍ଲୀ ଖାଁ ଓ କାର୍ତ୍ତିକ ଆର୍ୟନ ଏବେ ପୁଣି ଚର୍ଚ୍ଚା ପରିସରକୁ ଚାଲି ଆସିଛନ୍ତି। ବୁଧବାର ଇଦ୍‌...

ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲ କରି ପୁଣି କ୍ଷମା ମାଗିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୧୭।୭: ବଲିଉଉ ଅଭିନେତ୍ରୀ ତଥା ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲକ କରି ପୁଣି କ୍ଷମା ମାଗିଛନ୍ତି ଅଭିନେତା ଧର୍ମେନ୍ଦ୍ର। ନିକଟରେ ସଂସଦ ପରିସରରେ ଆୟୋଜିତ ଏକ...

ସଲମାନ ସାର୍‌ଙ୍କ ସହ କାମ କରିବେନି ଦିଶା!

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଫିଲ୍ମ ‘ଭାରତ’କୁ ନେଇ ଏବେ ସବୁଠି ଲାଗିଛି ଚର୍ଚ୍ଚା। ଏଥିରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜର...

ହାପି ବାର୍ଥ ଡେ’ ହିମେଶ

ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ ଆଜି ୪୭ତମ ଜନ୍ମଦିନ। ଏକାଧାରାରେ ସେ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅଭିନେତା ମଧ୍ୟ। ତାଙ୍କର ପାରଦର୍ଶିତା ଯୋଗୁ...

ନିଜଠୁ ୨୪ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ନିଜଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ଦବଙ୍ଗ-୩ରେ ସେ ଅଭିନେତ୍ରୀ ସାଇ ମଞ୍ଜେସ୍‌କରଙ୍କ...

ଗାୟିକା ସାଜିଲେ ପ୍ରିୟା ପ୍ରକାଶ

ଥିରୁଭାନନ୍ଥପୁରମ୍‌: ଗତବର୍ଷ ଯାହାଙ୍କ ଆଖିମରା ଦୃଶ୍ୟ ଲକ୍ଷଲକ୍ଷ ଦର୍ଶକଙ୍କ ହୃଦୟକୁ ଜିଣିପାରିଥିଲା, ସେଇ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ପ୍ରିୟା ପ୍ରକାଶ ବାରିୟର। ସେ ଆଗାମୀ ମାଲାୟାଲମ୍‌...

Coronavirus Update


Archives

Model This Week

Why Dharitri