ଦଣ୍ଡାଧାର ଡ୍ୟାମରେ ବୁଡ଼ି ସହକାରୀ ମତ୍ସ୍ୟ ଅଧିକାରୀ ମୃତ

କାମାକ୍ଷାନଗର,୨୦ା୪- ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ଦଣ୍ଡାଧାର ଡ୍ୟାମରେ ବୁଡ଼ି କଙ୍କଡାହାଡ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଧନଞ୍ଜୟ ହେମ୍ବ୍ରମ(୫୯)ଙ୍କ ମୃତ୍ୟୁ ଘଟିଛି । କଙ୍କଡାହାଡ ପୋଲିସ ସୋମବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରି ନଂ. ୫/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଧନଞ୍ଜୟ ଡ୍ୟାମକୁ ଯାଇ ଭିତରେ ଥିବା ଭାସମାନ ଘରେ ମାଛ ଚାଷ ଅନୁଧ୍ୟାନ କରୁଥିଲେ। ବାହାରକୁ ଆସିବା ବେଳେ ଗୋଡ଼ ଖସି ଯାଇ ସେ ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ସନ୍ଧ୍ୟାରୁ ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲେ ହେଁ ତାଙ୍କ ପତ୍ତା ମିଳିପାରି ନ ଥିଲା। ସୋମବାର ସକାଳୁ ମୃତଦେହ ଡ୍ୟାମରେ ଭାସୁଥିବା ଦେଖିବାକୁ ମିଳିବା ପରେ ପୋଲିସ ଏହାକୁ ଉଦ୍ଧାର କରିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ତାଙ୍କ ନିଜ ଘର ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଠାକରପାଲ ଗ୍ରାମରେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳ ବଜାରରେ ହସ୍‌ଭର୍ନା ବାଇକ୍‌

ଅନୁଗୋଳ ଅଫିସ୍‌, ୧୨।୮ – ଅନୁଗୋଳ ବଜାରରେ ହସ୍‌ଭର୍ନା ମୋଟର ସାଇକେଲ ପ୍ରବେଶ କରିଛି। ଏହି ହସ୍‌ଭର୍ନା ଭିଟ୍‌ପିଲେନ୍‌ ଓ ସ୍ବାଟ୍‌ପିଲେନ୍‌ ଗାଡ଼ି ୨୫୦ ସିସିର...

ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶନାମା ନାହିଁ : ଅଙ୍ଗନୱାଡି କର୍ମୀଙ୍କ ସର୍ଭେ କାର୍ଯ୍ୟକୁ ନେଇ ଉତ୍ତେଜନା

ରଣପୁର,୧୭ା୫(ସ୍ବ.ପ୍ର.)-ରଣପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଗୁରୁବାର ବ୍ଲକ ପରିସରସ୍ଥ ସଭାଗୃହରେ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ...

ପୁଣି ବାଘ ଛାଲ ଜବତ, ଜଣେ ଗିରଫ

କଣ୍ଟାମାଳ,୨୧।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର କପାଶିରା ଛକ ନିକଟରେ ବୁଧବାର ଏସ୍‌ଟିଏଫ କବଜାରେ ବାଘ ଶିକାରୀ ହର ରଣାଙ୍କୁ ଗିରଫ କରିଛି । ବାଘ...

ଆଉ ୧୦ ଦିନ ପରେ ହୋଇଥାନ୍ତା ବାହାଘର: କରୋନା ନେଇଗଲା ଜୀବନ

ବାଉଁଶୁଣୀ,୧୨ା୬: ବାହାଘର ଥିଲା ଆଉ ୧୦ ଦିନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ବାହା ହେବାକୁ ଥିବା ଯୁବକ ଜଣକ କରୋନାରେ...

ପାନୀୟ ଜଳ ସମସ୍ୟାର ସମାଧାନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

ବଲାଙ୍ଗୀର ଅଫିସ, ୨୨ା୩: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ମଧ୍ୟପୁର ଓ ଧୁମାଭଟା ଗ୍ରାମବାସୀ ନିର୍ମାଣାଧୀନ ଓଭରହେଡ ଟ୍ୟାଙ୍କ କାର୍ଯ୍ୟକ୍ଷମ କରିବା ଓ ପାନୀୟ...

ଉଚ୍ଚଶିକ୍ଷା ବିଭାଗ କର୍ମଚାରୀ ଦେବେ ବାୟୋମେଟ୍ରିକ ଆଟେଣ୍ଡାନ୍ସ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ ରେଜିଷ୍ଟର ସିଷ୍ଟମ୍‌। ଏ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ...

ବିକାଶ କାର୍ଯ୍ୟରେ କରୋନା ବାଧକ

ପୁରୀ ଅଫିସ, ୭ା୫: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ,...

୨୬ରୁ ଖୋଲିବ ହଷ୍ଟେଲ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ କରୋନା କଟକଣା ଭିତରେ ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲୁଛି। ସେମାନଙ୍କ ପାଇଁ ଉକ୍ତଦିନଠାରୁ ହଷ୍ଟେଲ...

Advertisement
Archives

Model This Week