Posted inଖେଳ

ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ବିବାହ କରିବେ ମନୀଷ ପାଣ୍ଡେ

ବେଙ୍ଗାଲୁରୁ,୧୦ା୧୦: ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ନିଜ ଜୀବନ ସାଥୀ ପାଇଯାଇଛନ୍ତି। ସେ ହେଉଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ଶେଟ୍ଟି।  ଆସନ୍ତା ଡିସେମ୍ବର ୨ରେ ଏଦୁହିଁଙ୍କର  ବିବାହ ମୁମ୍ବାଇଠାରେ ହେବ। କର୍ନାଟକ ଦଳର ଅଧିନାୟକ ପାଣ୍ଡେ ଏବେ ବିଜୟ ହଜାରେ ଟ୍ରଫିରେ ଖେଳୁଛନ୍ତି। ତେବେ ଏଦୁହେଁ ଦୀର୍ଘ ଦିନ ହେଲା ରିଲେଶନଶିପ୍‌ରେ ଥିଲେ ବି କଦାପି ଏହାକୁ ସ୍ବୀକାର କରି ନ ଥିଲେ।୨୬ ବର୍ଷୀୟା ଆଶ୍ରିତା ଦକ୍ଷିଣ ଭାରତରେ ଜଣେ ଜଣାଶୁଣା ଅଭିନେତ୍ରୀ। ସେ ଇନ୍ଦ୍ରଜିତ୍, ଉଧ୍ୟାୟମ ଏନ୍ଏଚ୍୪ ଭଳି ସଫଳ ଫିଲ୍ମରେ କାମ କରିସାରିଛନ୍ତି। ମିଳିଥିବା ସୂଚନା ମୁତାବକ ଏହି ବିବାହ କାର୍ଯ୍ୟକ୍ରମରେ ବନ୍ଧୁ ଓ ସମ୍ପର୍କୀୟ ଯୋଗଦେବେ। ଏଥିରେ କିଛି ଖେଳାଳି ମଧ୍ୟ ସାମିଲ ହୋଇପାରନ୍ତି। ଉଲ୍ଲେଖଥାଉ କି, ଏହି କର୍ନାଟକ ବ୍ୟାଟ୍ସମ୍ୟାନ ପ୍ରଥମ ଭାରତୀୟ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆୟର୍ଲାଣ୍ଡକୁ ହରାଇଲା ଭାରତୀୟ ମହିଳା ହକି ଦଳ

ଡବଲିନ,୨ା୬(ପିଟି)- ଗୋଟିଏ ଗୋଲରେ ପଛୁଆ ରହିବା ପରେ ମଧ୍ୟ ଭାରତୀୟ ମହିଳା ହକି ଦଳ ୨-୧ ଗୋଲରେ ଆୟର୍ଲାଣ୍ଡକୁ ଏଠାରେ ଚାଲିଥିବା ୨୧ ବର୍ଷରୁ କମ୍‌...

ନିୟମ ଭୁଲି ଗଲେ ଇଂଲଣ୍ଡ ଖେଳାଳି

ପୁଣେ,୨୬।୩ : ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପାଇଁ ଇଂଲଣ୍ଡ ଦଳକୁ ଫିଲ୍ଡ ଅମ୍ପାୟରଙ୍କ ଠାରୁ ମିଳିଛି ଚେତାବନୀ। ସେ...

୨୨ତମ ରାଜ୍ୟ ବଧିର ଚେସ୍‌ ନିପୁନ, ପ୍ରତିମା, ରାଜେଶଙ୍କୁ ଟାଇଟଲ୍‌

କଟକ ଅଫିସ, ୨୪।୧୨- ଜିଲା ବଧିର ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଦେଉଳସାହିସ୍ଥିତ ମୋନାଲିସା ପ୍ୟାଲେସଠାରେ ଚାଲିଥିବା ୨୨ତମ ରାଜ୍ୟ ବଧିର ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି।...

ପୁଣି ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ସିନ୍ଧୁ

ଫୁଝୋଉ (ଚାଇନା), ୫।୧୧ (ପି.ଟି.)- ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ପୁଣିଥରେ ଆଉ ଏକ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ମଙ୍ଗଳବାରଠାରୁ ଏଠାରେ ଆରମ୍ଭ...

‘ଅନେକ ବଳିଦାନ ଦେଇଛି’

ନୂଆଦିଲ୍ଲୀ,୨୪।୭: ଅଲିମ୍ପିକ୍ସ ସଫଳତା ପାଇବା ପାଇଁ ଅନେକ ବଳିଦାନ ଦେଇଛି। ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଆଣି ଦେବା ପରେ ଏଭଳି କହିଛନ୍ତି ମୀରାବାଇ...

ମାର୍ଟିନ ଗୁପ୍ଟିଲଙ୍କ ବିସ୍ଫୋରକ ବ୍ୟାଟିଂ: ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ,୭।୩: ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨୭ଟି ବଲ୍‌ ବାକିଥାଇ ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି।...

ଶ୍ରୀସନ୍ତଙ୍କ ଘରେ ଲାଗିଲା ନିଆଁ

କୋଚି,୨୪।୮: ଭାରତୀୟ କ୍ରିକେଟ ଖେଳାଳି ଏସ୍‌ ଶ୍ରୀସନ୍ତଙ୍କ କେରଳର କୋଚିସ୍ଥିତ ଇଡାପାଲ୍ଲୀ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ବଖରା...

ବିହାରୀଙ୍କ ଶତକ ପରେ ବୁମ୍‌ରାଙ୍କ ହ୍ୟାଟ୍ରିକ୍‌: ଦୃଢ଼ ସ୍ଥିତିରେ ଭାରତ

କିଙ୍ଗଷ୍ଟନ,୧।୯(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ତା’ର ସ୍ଥିତି ଦୃଢ଼ କରିଛି। ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀଙ୍କ...

Advertisement
Archives

Model This Week