ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ କ’ଣ ଲାଭ ହୋଇଥାଏ

ଦିନସାରା ବ୍ୟସ୍ତଜୀବନରୁ ଆରାମ ପାଇବା ପାଇଁ ରାତିରେ ସୁଖନିଦ୍ରା ଇଚ୍ଛା କରିଥାନ୍ତି। କିନ୍ତୁ ଏହା ସମ୍ଭବ ହୋଇ ନ ଥାଏ। ଫଳରେ ମାନସିକ ଅବସାଦ, ମେଦବହୁଳତା, ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ଜୀବନନାଶକ ରୋଗ ଦେଖାଦେଇଥାଏ। ଡାକ୍ତରମାନଙ୍କ ମତରେ ସୁସ୍ଥ ବା ନୀରୋଗ ରହିବା ପାଇଁ ଜଣେ ବ୍ୟକ୍ତି ୮ଘଣ୍ଟା ଶୋଇବା ଉଚିତ। ଏତଦ୍‌ ବ୍ୟତୀତ ଆଗାମୀ ଦିନ ଲାଗି ନୂଆ ଶକ୍ତି ମିଳିଥାଏ। କାରଣ ସୁଖ ନିଦ୍ରା ନ ଯିବାରୁ ଶରୀରରେ ବିଭିନ୍ନ ରୋଗ ଜାତ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଦିଗ ଅନୁସାରେ ମୁଣ୍ଡ କରି ଶୋଇଲେ ଶରୀର ପ୍ରତି ଭିନ୍ନ ଭିନ୍ନ ପ୍ରଭାବ ପଡ଼ିଥାଏ। ଶୋଇବା ସମୟରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।
* ଚାରି ଦିଗରୁ ମୁଖ୍ୟତଃ ଦକ୍ଷିଣ ଓ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ସବୁଠାରୁ ଭଲ ଫଳ ମିଳିଥାଏ। ଉତ୍ତର ଓ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ସ୍ବାସ୍ଥ୍ୟ ପ୍ରତି ଖରାପ୍‌।
*ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ପ୍ରତି ବେଶ୍‌ ଲାଭଦାୟକ। କାରଣ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସର୍ବଦା ଦକ୍ଷିଣରୁ ଉତ୍ତର ଦିଗକୁ ପ୍ରବାହିତ ହୋଇଥାଏ।
*ଯଦି କେହି ବ୍ୟକ୍ତି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଥାନ୍ତି, ସେହି ସମୟରେ ଏହି ଉର୍ଜା ମୁଣ୍ଡରୁ ପ୍ରବେଶ ହୋଇ ଗୋଡ ବାଟେ ବାହାରି ଯାଇଥାଏ। ଫଳରେ ସକାଳୁ ଉଠିବା ପରେ ବ୍ୟକ୍ତିଙ୍କୁ ତାଜାପଣ ଓ ଫୂର୍ତ୍ତି ଅନୁଭବ ହୋଇଥାଏ। ଏଣୁ ବିଭିନ୍ନ ରୋଗ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ।
*ସେହିପରି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ ଖରାପ ବୋଲି କୁହାଯାଇଥାଏ।
* ସେହିଭଳି ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ମାନବ ଜାତି ପ୍ରତି ଫଳପ୍ରଦ ହୋଇଥାଏ। ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ଏହାର ବିପରୀତ ଫଳ ମିଳିଥାଏ। କାରଣ ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହେଉଥିବାରୁ ମୁଣ୍ଡରେ ନୂଆ ଉର୍ଜା ସଞ୍ଚାର କରିଥାଏ। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି କରୁଛନ୍ତି କି? ଏହି ଦିଗରେ ତିଆରି କରନ୍ତୁ ଶିଡ଼ି

ଘରେ ବାସ୍ତୁଦୋଷ ରହିଲେ ଐଶ୍ୱର୍ଯ୍ୟ ହାନି ହେବା ସହ ଅଭାବ ଅନଟନ ଦେଖାଦେଇଥାଏ। ଏହି ତାଲିକାରେ ଘରର ଶିଡ଼ି ମଧ୍ୟ ଆସେ। ଯଦି ଘରର ଶିଡ଼ି...

ରେନଡ୍ସ ସିଣ୍ଡ୍ରୋମ୍‌

ବାରମ୍ବାର ଅଧିକ ଗରମ କିମ୍ବା ଥଣ୍ଡା ପାଣି ସଂସ୍ପର୍ଶରେ ହାତ ଆସିବା ଦ୍ୱାରା ‘ରେନଡ୍ସ ସିଣ୍ଡ୍ରୋମ୍‌’ ସମସ୍ୟା ଦେଖାଦେଇଥାଏ। ତେବେ ତୀବ୍ର ବେଗରେ ଘୂରି ବୁଲୁଥିବା...

ଉପକାରୀ ଲବଙ୍ଗ ତେଲ

ଲବଙ୍ଗ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ବାସ୍ଥ୍ୟଜନିତ ଅନ୍ୟ ସମସ୍ୟା ସହିତ ସୁନ୍ଦର ତ୍ୱଚା ପାଇଁ ବି ଏହାକୁ ବ୍ୟବହାର କରାଯାଏ। ଏଥିରେ...

ବ୍ରାଣ୍ଡେଡ୍‌ ଆଉଟ୍‌ଫିଟ୍‌ ବାଛୁଥିଲେ…

ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡେଡ୍‌ ସାମଗ୍ରୀର ଏକାଧିକ ନକଲ ମାର୍କେଟ୍‌କୁ ଆସୁଛି, ଯାହାକି ସହଜରେ ଚିହ୍ନିବା କଷ୍ଟ। ତେଣୁ କିଣିବା ସମୟରେ କେଉଁଟା ଅରିଜିନାଲ ଜାଣିବା ଲାଗି...

ପାଖରେ ଟଙ୍କା ରହୁନାହିଁ? ଜାଣନ୍ତୁ ଧନର ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ନେଇ କ’ଣ କୁହନ୍ତି ଚାଣକ୍ୟ

ଜଣେ ଶ୍ରେଷ୍ଠ ବିଦ୍ୱାନ ହେବା ସହ ଦକ୍ଷ ଅର୍ଥନୀତିଜ୍ଞ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଜଣେ ବ୍ୟକ୍ତି ଜୀବନରେ ଅର୍ଥର ମହତ୍ୱକୁ ସେ ବୁଝିଥିଲେ। ସେ କୁହନ୍ତି,...

ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ୍‌

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର...

ଘରେ ଝାଡୁ କରିବା ଓ ରଖିବା ସମୟରେ କରନ୍ତୁ ନାହିଁ ଏପରି ଭୁଲ: ମାଡ଼ି ଆସିବ ଦରିଦ୍ରତା

ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍‌...

ଅଧିକ ପେନ୍‌କିଲର କିଡ୍‌ନୀ ପାଇଁ ବିପଦ

ଆଜିକାଲି ଘରେ ଘରେ ଲୋକେ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ଥିବା ଦେଖିବାକୁ ମିଳୁଛି। ସେମାନଙ୍କ ମଧ୍ୟରେ କିଡ୍‌ନୀ ରୋଗୀ ବି ଅଧିକ। ତେବେ କିଡ୍‌ନୀ...

Advertisement
Archives

Model This Week