Posted inଖେଳ

ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ସିରିଜ: ଫୋକସ୍‌ରେ ଗିଲ୍‌

ଥିରୁଅନନ୍ତପୁରମ, ୨୮।୮ (ପି.ଟି.): ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ଓ ଭାରତ-ଏ କ୍ରିକେଟ୍‌ ଦଳ ମଧ୍ୟରେ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ମନୀଷ ପାଣ୍ଡେଙ୍କ ନେତୃତ୍ୱରେ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଥିବା ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ଙ୍କ ଉପରେ ଏହି ସିରିଜରେ ନଜର ରହିବ। ନିକଟରେ ଭାରତ-ଏ ଦଳର ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଗିଲ୍‌ ଦମ୍‌ଦାର ପ୍ରଦର୍ଶନ କରିଥିଲେ ମଧ୍ୟ ସିନିୟର ଦଳରେ ସ୍ଥାନ ପାଇବାରୁ ବଞ୍ଚତ୍ତ ହୋଇଥିଲେ। ପଞ୍ଜାବର ଏହି ଷ୍ଟାଇଲିଶ ଡାହାଣହାତୀ ବ୍ୟାଟ୍ସମ୍ୟାନ ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ଦିନିକିଆ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ। ଗିଲ୍‌ଙ୍କ ବ୍ୟତୀତ ଅଲ୍‌ରାଉଣ୍ଡର ବିଜୟ ଶଙ୍କର, ଅଧିନାୟକ ପାଣ୍ଡେ, କ୍ରୁନାଲ ପାଣ୍ଡ୍ୟା ଦୁଇ ଦ୍ରୁତ ବୋଲର ଖଲିଲ୍‌ ଅହମ୍ମଦ ଓ ଦୀପକ ଚହରଙ୍କ ଉପରେ ଚୟନକର୍ତ୍ତାଙ୍କ ନଜର ରହିବ। ଅପରପକ୍ଷରେ ତେମ୍ବା ବାଭୁମାଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା-ଏ ଦଳରେ ରିଜା ହେଣ୍ଡ୍ରିକ୍ସ, ହେନରିକ କ୍ଲାସେନ, ଏନ୍‌ରିଚ୍‌ ନୋର୍ଟେଜଙ୍କ ପରି ପ୍ରମୁଖ ଖେଳାଳି ରହିଥିବାରୁ ସିରିଜ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ବିପକ୍ଷରେ ଏହି ଉପଲବ୍ଧି ହାସଲ କରିପାରନ୍ତି ଅଶ୍ୱିନ, ମାତ୍ର ୨୮ ଉଇକେଟ…

ନୂଆଦିଲ୍ଲୀ,୨୮।୧: ଦୀର୍ଘ ୧୧ ମାସ ପରେ ଘରୋଇ ମଇଦାନରେ ଖେଳିବାକୁ ଯାଉଛି ଟିମ୍‌ ଇଣ୍ଡିଆ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଜିତି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା...

ଚାରିବର୍ଷ ପରେ ଟପ୍ସରେ ସାନିଆ ସାମିଲ

ନୂଆଦିଲ୍ଲୀ, ୮।୪(ପି.ଟି.)- ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ)ରେ ସାମିଲ ହୋଇଛନ୍ତି। ୪ ବର୍ଷ ବ୍ୟବଧାନରେ...

୫ ଉଇକେଟ ପଡ଼ିବା ସତ୍ତ୍ୱେ ଭାରତର ସ୍ଥିତି ଦୃଢ଼

କିଙ୍ଗ୍‌ଷ୍ଟନ (ଜାମାଇକା),୩୧।୮: ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଚଳିତ ବିଶ୍ୱ ଚାମ୍ପିୟନଶିପର ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା...

ବାୟୋ ବବଲ୍‌ ଏକ ଚ୍ୟାଲେଞ୍ଜ, କିନ୍ତୁ ଭାରତୀୟ ଖେଳାଳି ଅଧିକ ସହନଶୀଳ: ଗାଙ୍ଗୁଲି

କୋଲକାତା, ୬।୪ (ପି.ଟି.) : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍‌ (ଖେଳାଳିଙ୍କ ପାଇଁ...

ଆଇସିସି ଅଧ୍ୟକ୍ଷ ପଦରୁ ଓହରିଲେ ମନୋହର

ଦୁବାଇ, ୧।୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି)ର ପ୍ରଥମ ସ୍ବାଧୀନ ଅଧ୍ୟକ୍ଷଭାବେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବୁଧବାର ସେ ନିଜ ପଦରୁ ଓହରି ଯାଇଛନ୍ତି।...

ଆଇପିଏଲ୍‌: ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ଲକ୍ଷ୍ୟରେ ଚେନ୍ନାଇ, ରାଜସ୍ଥାନ

ଆବୁଧାବି, ୧୯।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନିଜର ସ୍ଥିତି ବଜାୟ ରଖିବାକୁ ସଂଘର୍ଷ କରୁଥିବା ଦୁଇ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଓ...

ପୁଅର ନାମକରଣ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ପ୍ରଥମ ଉପହାରରେ ମିଳିଲା ଏମିତି

ନିକଟରେ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହୋଇଛନ୍ତି। ତାଙ୍କ ପ୍ରେମିକା ନତାଶା ଷ୍ଟାନକୋଭିକ ଏକ ପୁତ୍ର ଜନ୍ମ ଦେଇଥିଲେ। ଏବେ ପୁଅର...

‘ବନ୍ଦେ ମାତରମ୍‌’ରେ କମ୍ପିଲା ଗୁଆହାଟୀ ଷ୍ଟାଡିୟମ୍‌

ଗୁଆହାଟୀ,୬।୯: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ଟସ୍‌ ପରେ ଗୋଟିଏ ବି...

Advertisement
Ten Cric Info


Archives

Model This Week