ଦକ୍ଷିଣା ପାଇଁ ଭକ୍ତଙ୍କୁ ଦୁର୍ବ୍ୟବହାର

ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ଦାନ, ଦକ୍ଷିଣା ଆଦାୟ କରାଯାଇପାରିବ ନାହିଁ। ଏହା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ହେଲେ ଏହାକୁ କେତେକ ସେବାୟତ ମାନୁନାହାନ୍ତି। ଦକ୍ଷିଣା ପାଇଁ ଦର୍ଶନାର୍ଥୀଙ୍କୁ ଜୁଲମ୍‌ କରିବା ସହ ବେଳେ ବେଳେ ଖରାପ ଭାଷାରେ ଗାଳି କରିବା ଭଳି ଅଭିଯୋଗ ମଧ୍ୟ ହୋଇଛିି। ଗୁରୁବାର ଶ୍ରୀମନ୍ଦିରରେ ଅଧିକ ଦକ୍ଷିଣା ଦାବି କରି ଜଣେ ଭକ୍ତଙ୍କୁ ଦୁର୍ବ୍ୟବହାର କରାଯାଇଛି। ସମ୍ପୃକ୍ତ ଭକ୍ତ ଅଭିଯୋଗ କରିବା ପରେ ଶୁକ୍ରବାର ସିଂହଦ୍ୱାର ଥାନାରେ ୫ ସେବାୟତଙ୍କ ନଁ।ରେ ମାମଲା ରୁଜୁ ହୋଇଛି।
ଜଗତ୍‌ସିଂହପୁରର ଜଣେ ବ୍ୟକ୍ତି ଗୁରୁବାର ଶ୍ରୀମନ୍ଦିରକୁ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଭୋଗ ସାମଗ୍ରୀ ଜଣେ ସେବାୟତଙ୍କୁ ଦେଇଥିଲେ। ସମ୍ପୃକ୍ତ ସେବାୟତ ପୂଜା କରିସାରିବା ପରେ ଦକ୍ଷିଣା ମାଗିଥିଲେ। ଶ୍ରଦ୍ଧାଳୁ ଜଣଙ୍କ ଯାହା ଦକ୍ଷିଣା ଦେଲେ ସେ ଗ୍ରହଣ ନ କରି ଅଧିକ ଦକ୍ଷିଣା ଦାବି କରିଥିଲେ। ମାତ୍ର ଶ୍ରଦ୍ଧାଳୁ ଜଣଙ୍କ ଅମଙ୍ଗ ହେବାରୁ ସମ୍ପୃକ୍ତ ସେବାୟତ ଏବଂ ଅନ୍ୟ କେତେଜଣ ସେବାୟତ ମିଶି ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ସମ୍ପୃକ୍ତ ଶ୍ରଦ୍ଧାଳୁ ବେଢା ପରିସର ମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ଗେହ୍ଲି ସାହୁ କହିଛନ୍ତି, ଅଧିକ ଦକ୍ଷିଣା ପାଇଁ ଗୁରୁବାର କେତେଜଣ ସେବାୟତ ଜଣେ ଶ୍ରଦ୍ଧାଳୁଙ୍କୁ ଖରାପ ଭାଷାରେ ଗାଳି କରିଥିଲେ। ମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ ହେବା ପରେ ତାହା ଶୁକ୍ରବାର ଥାନାକୁ ଫରୱାର୍ଡ କରାଯାଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ୫ ସେବାୟତଙ୍କ ନଁ।ରେ ମାମଲା (ନଂ.୨୧/୨୦) ରୁଜୁ କରାଯାଇଛି।
ସୂଚନାଥାଉ କି, କେବେଳ ଦୁର୍ବ୍ୟବହାର ନୁହେଁ, ଦାନ, ଦକ୍ଷିଣାକୁ ନେଇ ପୂର୍ବରୁ ଶ୍ରୀମନ୍ଦିରରେ ଅନେକ ଥର ଭକ୍ତଙ୍କୁ ମାଡ଼ ମରାଯାଉଛି । ୨୦୧୮ ମେ ୨୦ରେ ପିଣ୍ଡିକାରେ ଟଙ୍କା ପକାଇବାକୁ ନେଇ ମହାରାଷ୍ଟ୍ର ଥାନେ ଅଞ୍ଚଳର ଚେତନ ଗନପତ୍‌ ଅମୋଲକର ଏବଂ ତାଙ୍କ ସ୍ତ୍ରୀଙ୍କୁ ଭିତରକାଠ ନିକଟରେ ୨ଜଣ ସେବାୟତ ଗାଳି କରିଥିଲେ। ପିଣ୍ଡିକାରେ ନୁହେଁ, ତାଙ୍କୁ ଟଙ୍କା ଦେବାକୁ କହିଥିଲେ । ମାତ୍ର ଚେତନ ରାଜି ହୋଇ ନ ଥିଲେ। ଏହାକୁ ନେଇ ସମ୍ପୃକ୍ତ ସେବାୟତ ସ୍ବାମୀ, ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗମୋହନରେ ୪ଟି ସିସିଟିଭି ଲଗାଯାଇଥିଲା। ଉଦ୍ଦେଶ୍ୟ ଥିଲା ସେବାୟତଙ୍କ ଆଚରଣ ଏବଂ ଉଚ୍ଚାରଣରେ ପରିବର୍ତ୍ତନ ଆସିବ। ହେଲେ ସେଥିରେ ଫରକ୍‌ ଆସୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଜିଲାର ସଂକ୍ରମିତ ଦୁଇ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୫୩ ଜଣଙ୍କ ସ୍ବାବ ନେଗେଟିଭ

ବଲାଙ୍ଗୀର ଅଫିସ, ୪ା୫: ବଲାଙ୍ଗୀର ଜିଲା ଲିଖିରିଆ ଗାଁର ୨ ଯୁବକ କରୋନା ପଜିଟିଭ ଜଣାପଡିବା ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟଙ୍କ...

ଜମି ବିବାଦ: ସମାଧାନ କରିବାକୁ ଆସି ନିରାଶ ହେଲେ ଅଧିକାରୀ

ଆର.ଉଦୟଗିରି,୧୭।୭(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକର ଅଡବା ଥାନା ଅଧୀନ ଚୁଡୁଙ୍ଗପୁର ପଞ୍ଚାୟତ ସିଆଳିଲଟି ଏବଂ ଗୁଲୁବା ପଞ୍ଚାୟତର ଗାଲିମେରା ଗ୍ରାମବାସୀଙ୍କ ମଧ୍ୟରେ ଜମି ବିବାଦ...

ଦୀପାବଳି ପରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଖୁବ୍‌ ଶୀଘ୍ର ସ୍କୁଲ ଖୋଲିପାରେ। ଦୀପାବଳି ପରେ ଯେକୌଣସି ସମୟରେ ସରକାର ଏ ସଂପର୍କରେ ନିଷ୍ପତ୍ତି ନେଇ ପାରନ୍ତି।...

ଖୋର୍ଦ୍ଧାରେ ବଢୁଛି ଚୋରା ବନ୍ଧୁକ କାରବାର

ଖୋର୍ଦ୍ଧା ଅଫିସ, ୩ା୩: ଖୋର୍ଦ୍ଧା ସହରରେ ବଢ଼ିଚାଲିଛି ଅପରାଧ। ଗତ ଦୁଇ ସପ୍ତାହ ମଧ୍ୟରେ ପୋଲିିସ ବିଭିନ୍ନ ମାମଲାରେ ୧୨ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୬ଟି...

ଓଜନିଆ ହେବ ନାହିଁ ସ୍କୁଲ ବ୍ୟାଗ୍‌:ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨।୮(ବ୍ୟୁରୋ):ଏଣିକି ସ୍କୁଲ ବ୍ୟାଗ ଓଜନ କରାଯିବ। ଆବଶ୍ୟକଠାରୁ ଅଧିକ ଓଜନ ରହିଲେ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବ୍ୟାଗ୍‌...

ଆତ୍ମସମର୍ପଣ କଲେ ୩ ହାଡକୋର ମାଓବାଦୀ

ମାଲକାନଗିରି,୩୧।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ଏସ୍‌ପିଙ୍କ କାର୍ଯ୍ୟାଳୟରେ ବୁଧବାର ୩ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏ ନେଇ ଏକ ଖବରଦାତା ସମ୍ମିଳନୀରେ ମାଲକାନଗିରି...

ଆଜି ମେଡିକାଲ କାଉନ୍‌ସେଲିଂ

ଭୁବନେଶ୍ୱର,୩୦-୮(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ମେଡିକାଲ କଲେଜରେ ଖାଲିଥିବା ଏମ୍‌ବିବିଏସ୍‌ ସିଟ୍‌ଗୁଡ଼ିକ ଲାଗି ଶୁକ୍ରବାର ପୁଣି ଥରେ କାଉନସେଲିଂ ହେବ। ୧୦ଟି ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା...

ରଜରେ ନିଆରା ପରମ୍ପରା: କୁମାରୀଙ୍କ କଣ୍ଢେଇ ବାହାଘର

କାକଟପୁର, ୧୩।୬(ଡି.ଏନ୍‌.ଏ.)-ରଜ ଆସିଲେ ଉତ୍ସବ ମୁଖର ହୋଇପଡେ ପୁରୀ ଜିଲା ଅସ୍ତରଙ୍ଗ ବ୍ଲକର କୁଣ୍ଡେଶ୍ୱର ଗଁା। ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ ହେବ ଗଁାରେ ଚଳିଆସିଛି ଏକ...

Advertisement
Archives

Model This Week