ଦକ୍ଷିଣା ପାଇଁ ଭକ୍ତଙ୍କୁ ଦୁର୍ବ୍ୟବହାର

ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ଦାନ, ଦକ୍ଷିଣା ଆଦାୟ କରାଯାଇପାରିବ ନାହିଁ। ଏହା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ହେଲେ ଏହାକୁ କେତେକ ସେବାୟତ ମାନୁନାହାନ୍ତି। ଦକ୍ଷିଣା ପାଇଁ ଦର୍ଶନାର୍ଥୀଙ୍କୁ ଜୁଲମ୍‌ କରିବା ସହ ବେଳେ ବେଳେ ଖରାପ ଭାଷାରେ ଗାଳି କରିବା ଭଳି ଅଭିଯୋଗ ମଧ୍ୟ ହୋଇଛିି। ଗୁରୁବାର ଶ୍ରୀମନ୍ଦିରରେ ଅଧିକ ଦକ୍ଷିଣା ଦାବି କରି ଜଣେ ଭକ୍ତଙ୍କୁ ଦୁର୍ବ୍ୟବହାର କରାଯାଇଛି। ସମ୍ପୃକ୍ତ ଭକ୍ତ ଅଭିଯୋଗ କରିବା ପରେ ଶୁକ୍ରବାର ସିଂହଦ୍ୱାର ଥାନାରେ ୫ ସେବାୟତଙ୍କ ନଁ।ରେ ମାମଲା ରୁଜୁ ହୋଇଛି।
ଜଗତ୍‌ସିଂହପୁରର ଜଣେ ବ୍ୟକ୍ତି ଗୁରୁବାର ଶ୍ରୀମନ୍ଦିରକୁ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଭୋଗ ସାମଗ୍ରୀ ଜଣେ ସେବାୟତଙ୍କୁ ଦେଇଥିଲେ। ସମ୍ପୃକ୍ତ ସେବାୟତ ପୂଜା କରିସାରିବା ପରେ ଦକ୍ଷିଣା ମାଗିଥିଲେ। ଶ୍ରଦ୍ଧାଳୁ ଜଣଙ୍କ ଯାହା ଦକ୍ଷିଣା ଦେଲେ ସେ ଗ୍ରହଣ ନ କରି ଅଧିକ ଦକ୍ଷିଣା ଦାବି କରିଥିଲେ। ମାତ୍ର ଶ୍ରଦ୍ଧାଳୁ ଜଣଙ୍କ ଅମଙ୍ଗ ହେବାରୁ ସମ୍ପୃକ୍ତ ସେବାୟତ ଏବଂ ଅନ୍ୟ କେତେଜଣ ସେବାୟତ ମିଶି ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ସମ୍ପୃକ୍ତ ଶ୍ରଦ୍ଧାଳୁ ବେଢା ପରିସର ମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ଗେହ୍ଲି ସାହୁ କହିଛନ୍ତି, ଅଧିକ ଦକ୍ଷିଣା ପାଇଁ ଗୁରୁବାର କେତେଜଣ ସେବାୟତ ଜଣେ ଶ୍ରଦ୍ଧାଳୁଙ୍କୁ ଖରାପ ଭାଷାରେ ଗାଳି କରିଥିଲେ। ମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ ହେବା ପରେ ତାହା ଶୁକ୍ରବାର ଥାନାକୁ ଫରୱାର୍ଡ କରାଯାଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ୫ ସେବାୟତଙ୍କ ନଁ।ରେ ମାମଲା (ନଂ.୨୧/୨୦) ରୁଜୁ କରାଯାଇଛି।
ସୂଚନାଥାଉ କି, କେବେଳ ଦୁର୍ବ୍ୟବହାର ନୁହେଁ, ଦାନ, ଦକ୍ଷିଣାକୁ ନେଇ ପୂର୍ବରୁ ଶ୍ରୀମନ୍ଦିରରେ ଅନେକ ଥର ଭକ୍ତଙ୍କୁ ମାଡ଼ ମରାଯାଉଛି । ୨୦୧୮ ମେ ୨୦ରେ ପିଣ୍ଡିକାରେ ଟଙ୍କା ପକାଇବାକୁ ନେଇ ମହାରାଷ୍ଟ୍ର ଥାନେ ଅଞ୍ଚଳର ଚେତନ ଗନପତ୍‌ ଅମୋଲକର ଏବଂ ତାଙ୍କ ସ୍ତ୍ରୀଙ୍କୁ ଭିତରକାଠ ନିକଟରେ ୨ଜଣ ସେବାୟତ ଗାଳି କରିଥିଲେ। ପିଣ୍ଡିକାରେ ନୁହେଁ, ତାଙ୍କୁ ଟଙ୍କା ଦେବାକୁ କହିଥିଲେ । ମାତ୍ର ଚେତନ ରାଜି ହୋଇ ନ ଥିଲେ। ଏହାକୁ ନେଇ ସମ୍ପୃକ୍ତ ସେବାୟତ ସ୍ବାମୀ, ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗମୋହନରେ ୪ଟି ସିସିଟିଭି ଲଗାଯାଇଥିଲା। ଉଦ୍ଦେଶ୍ୟ ଥିଲା ସେବାୟତଙ୍କ ଆଚରଣ ଏବଂ ଉଚ୍ଚାରଣରେ ପରିବର୍ତ୍ତନ ଆସିବ। ହେଲେ ସେଥିରେ ଫରକ୍‌ ଆସୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri