ଥୋଡ ଧାନ ଉପରେ କୁଆପଥର ମାଡ଼

ସୋନପୁର,୨୭।୪(ନି.ପ୍ର.) ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏବେ ଅଦିନିଆ ବର୍ଷା, କୁଆ ପଥର ମାଡ ଓ ଘୂର୍ଣ୍ଣିଝଡ ଯୋଗୁଁ ସୁବର୍ଣ୍ଣପୁର ଜିଲାର ଚାଷୀ ସର୍ବସ୍ବାନ୍ତ ହୋଇଛନ୍ତି। ଧାନ ଓ ପନିପରିବା ଚାଷ କରିଥିବା ଚାଷୀଙ୍କୁ ଗତ ତିନି ଦିନର କାଳ ବୈଶାଖୀ, ବର୍ଷା ନାହିଁ ନଥିବା ଅସୁବିଧାରେ ପକାଇଛି। ରୋଗପୋକ ଓ ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କରୋନା ପାଇଁ କୃଷିକ୍ଷେତ୍ର ପ୍ରଭାବିତ ହୋଇଥିଲା। ଅମଳ ହେଉଥିବା ପନିପରିବା ବଜାର ପର୍ଯ୍ୟନ୍ତ ଯାଇ ନପାରି ପଚି ସଢି ନଷ୍ଟ ହେଉଛି। ଏପରି ସମୟରେ କ୍ଷେତରେ ଫସଲ ନଷ୍ଟ ହେଲା। ଅଣ୍ଟାସଳଖି ଠିଆ ହେବା ପାଇଁ ଚାଷୀଙ୍କ ପାଖରେ ଆଉ ସମ୍ବଳ ନାହିଁ। ଚାଷୀମାନେ ଲୋକଙ୍କଠାରୁ ଉଧାର ଆଣି ଚାଷ କରିଥିଲେ। ସେଗୁଡିକ ନଷ୍ଟ ହୋଇ ଥିବାରୁ ସେମାନେ ଭାଙ୍ଗି ପଡିଥିବା କହିଛନ୍ତି ସୋନପୁର ବ୍ଲକ କୁଷ୍ଟାପାଲିର ଚାଷୀ ମଦନ ମୋହନ ଦାନୀ। ଅନ୍ୟପକ୍ଷେ ଜିଲାର ବିଭିନ୍ନ ଅଞ୍ଚଳରେ ଘର, ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଭାଙ୍ଗିଛି। ଜିଲାର ୩୫ହଜାର ୯୭୭ହେକ୍ଟର ଜମିରେ ଚଳିତ ବର୍ଷ ରବି ଧାନ ଚାଷ ହୋଇଥିଲା। ଗର୍ଭଣା ଅବସ୍ଥାରେ ଥିବା ଧାନକେଣ୍ଡାରେ କୁଆ ପଥର ମାଡ ହୋଇଛି। ତେଣୁ ଧାନ ସବୁ ଅଗାଡି ହୋଇଯିବ। ବିକ୍ରି ସମୟରେ ଚାଷୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ସେହିପରି ଜୋର ପବନ ଯୋଗୁଁ ଧାନ ଗଛଗୁଡିକ କ୍ଷେତରେ ପଡି ଯାଇଛି। ବର୍ଷା ଜଳରେ ସେଗୁଡିକ ଭିଜି ହୋଇ ରହିଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଶୁକ୍ରବାର ୧୫୦୦ହେକ୍ଟର ଓ ଶନିବାର ୧୦୬୭ହେକ୍ଟର ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ ଜେନା କହିଛନ୍ତି। ସେହିପରି ଚିନାବାଦାମ, ମୁଗ ଓ ବିରି ଭଳି ଶତାଧିକ ହେକ୍ଟର ଅଣଧାନ ଫସଲ ଅମଳ ସମୟରେ ନଷ୍ଟ ହୋଇଛି। ଅନ୍ୟପକ୍ଷେ କଦଳୀ, ଅମୃତ ଭଣ୍ଡା, ଆମ୍ବ, ତରଭୁଜ, ବାଇଗଣ, ଟମାଟୋ, କାକୁଡି, କଖାରୁ, କଲରା, ଜହ୍ନି ଆଦି ପନିପରିବା ନଷ୍ଟ ହୋଇଛି। କଦଳୀ ଓ ଅମୃତଭଣ୍ଡା ଗଛଗୁଡିକ ଭାଙ୍ଗି ଯାଇଛି । ଆମ୍ବ ପବନରେ ଝଡି ତଳେ ପଡିଛି । ଜିଲାର ବୀରମହାରାଜପୁର, ଉଲୁଣ୍ଡା, ସୋନପୁର, ତରଭା, ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ୨୨୦ହେକ୍ଟର ପନିବରିବା ଚାଷ ନଷ୍ଟ ହୋଇଥିବା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସରକାରଙ୍କୁ ରିପୋର୍ଟ କରାଯାଇଛି। ତେବେ ଚାଷୀଙ୍କ ଅଭିଯୋଗ ପରେ କୃଷି ଓ ରାଜସ୍ବ ବିଭାଗର ମିଳିତ ସର୍ଭେ ହେବ। ମିଳିତ ଆକଳନ ପରେ ଫସଲକ୍ଷତି ପରିମାଣ ଆହୁରି ବଢିବ ବୋଲି ଜଣାପଡିଛି। ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଜିଲାର ଚାଷୀମାନେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?