ଖୁଣ୍ଟୁଣୀ, ୨୯।୧୦(ଡି.ଏନ୍.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍ ଉପରୁ ମଙ୍ଗଳବାର ୧୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଛନ୍ତି ଏକ ଘରୋଇ କମ୍ପାନୀର କର୍ମଚାରୀ ସନ୍ତୋଷ ରାଜ। ତାଙ୍କ ଘର ଢେଙ୍କାନାଳ କାଇମାଟି ଅଞ୍ଚଳରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ସନ୍ତୋଷ ୧୮ ଲକ୍ଷ ଟଙ୍କାନେଇ ଢେଙ୍କାନାଳରୁ କଟକ ଅଭିମୁଖେ ଯାଇଥିଲେ। ରାଧାକିଶୋରପୁର ଓଭରବ୍ରିଜ୍ ନିକଟରେ ୨ଟି ବାଇକ୍ରେ ୪ ଲୁଟେରା ଆସି ସନ୍ତୋଷଙ୍କୁ ଅଟକାଇଥିଲେ। ତାଙ୍କୁ ଧମଚମକ ଦେଇ ଟଙ୍କା ବ୍ୟାଗ୍ ଓ ମୋବାଇଲ୍ ଫୋନ୍ ଛଡାଇ ନେଇଯାଇଥିଲେ। ଏ ନେଇ ସନ୍ତୋଷ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଛନ୍ତି। ଲୁଟେରାଙ୍କ ସମ୍ପର୍କରେ ଖୁବ୍ଶୀଘ୍ର ତଥ୍ୟ ମିଳିବ ବୋଲି ଥାନା ଆଇଆଇସି କହିଥିବା ଜଣାପଡ଼ିଛି।
Posted inଅପରାଧ, ଆମ ଜିଲା ଖବର, କଟକ View All
‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’
ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…
ସ୍କୁଲ ଗେଟ୍ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…
ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍…
ସିବିଏସ୍ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ
ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍ଇ…
ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…
ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…
ପୁରୁଣା ବଜାର ଅଞ୍ଚଳକୁ ଓଏମ୍ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…
ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ
ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…
ସାବଧାନ! ଏଣିକି ସୋସିଆଲ ମିଡିଆରେ ଲୁଚାଇ ପାରିବେ ନାହିଁ ପରିଚୟ, ଧରିଦେବ AI, ଜାଣନ୍ତୁ କେମିତି
AI ବା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇବା ଏବେ କଷ୍ଟକର ହୋଇପଡୁଛି। ଯଦି ୟୁଜର୍ସମାନେ ଭାବନ୍ତି ଯେ, ସେମାନେ ସିକ୍ରେଟ୍ ଭାବରେ…
ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ
ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…
Archives

