ଥାଇଲାଣ୍ଡରେ ଉଗ୍ରପନ୍ଥୀ ଆକ୍ରମଣ: ୧୫ ନିହତ

ୟାଲା,୭ା୧୧(ଏ.ଏଫ୍‌.ପି./ଆଇଏଏନ୍‌ଏସ୍‌): ଥାଇଲାଣ୍ଡର ହିଂସା ପ୍ରଭାବିତ ଦକ୍ଷିଣାଞ୍ଚଳରେ ମୁସ୍‌ଲିମ ଉଗ୍ରପନ୍ଥୀମାନେ ରକ୍ତମୁଖା ହୋଇଯାଇଛନ୍ତି। ଏହି ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରେ ବୁଧବାର ୧୫ ନିହତ ଓ ୫ ଆହତ ହୋଇଛନ୍ତି। ଏହାକୁ ଏହି ଦକ୍ଷିଣ ଏସୀୟ ଉପକୂଳ ରାଷ୍ଟ୍ରରେ ଉଗ୍ରବାଦର ୧୫ ବର୍ଷ ମଧ୍ୟରେ ସବୁଠୁ ଘାତକ ଆକ୍ରମଣ ବୋଲି କୁହାଯାଉଛି।
ଥାଇଲାଣ୍ଡକୁ ମାଡ଼ିଆସିଥିଲା ବିଚ୍ଛିନ୍ନତାବାଦ। ଦକ୍ଷିଣ ପ୍ରଦେଶ ପଟ୍ଟାନି, ୟାଲା ଓ ନାରାଥିଓ୍ବାଟ୍‌ର ଅଧିକ ସ୍ବାୟତ୍ତତା ପାଇଁ ଲଢ଼େଇ ଜାରି ରହିଥିବାବେଳେ ମାଳୟ-ମୁସ୍‌ଲିମ୍‌ ଉଗ୍ରପନ୍ଥୀଙ୍କ ଆକ୍ରମଣରେ ୭,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି। ଏଥିପାଇଁ ଏହି ୩ ପ୍ରଦେଶରେ ୪୦,୦୦୦ରୁ ଊର୍ଦ୍ଧ୍ୱ ସୁରକ୍ଷା ବଳଙ୍କୁ ମୁତୟନ କରାଯିବା ସହ ଜରୁରିକାଳୀନ ପରିସ୍ଥିତି ଓ ସାମରିକ ଆଇନ ଲାଗୁ ପାଇଁ ଘୋଷଣା କରାଯାଇଛି। ଏହି ଅଞ୍ଚଳ ପୋଲିସ ଓ ସେନା ନିୟନ୍ତ୍ରଣରେ ଥିବାବେଳେ ସ୍ଥାନୀୟ ବାସିନ୍ଦା ଓ ଅଧିକାର କର୍ମୀମାନେ ସାମରିକ ବଳପ୍ରୟୋଗକୁ ବିରୋଧ କରୁଛନ୍ତି। ସୁରକ୍ଷା ବଳ ଦ୍ୱାରା ତାଲିମପ୍ରାପ୍ତ ସଶସ୍ତ୍ର ଗ୍ରାମବାସୀମାନେ ମଧ୍ୟ ଗ୍ରାମାଞ୍ଚଳର ସୁରକ୍ଷା ଅନୁଧ୍ୟାନ କରୁଛନ୍ତି। ବିଦ୍ରୋହୀମାନେ ସେମାନଙ୍କୁ କ୍ୱଚିତ୍‌ ଆକ୍ରମଣ କରିଥାନ୍ତି। ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ନାଗରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ଦ୍ୱାରା ପରିଚାଳିତ ୟାଲା ପ୍ରଦେଶର ତିନୋଟି ଚେକ୍‌ପଏଣ୍ଟକୁ ଉଗ୍ରପନ୍ଥୀମାନେ ଟାର୍ଗେଟ କରିଥିଲେ। ସେମାନେ ଚେକ୍‌ପଏଣ୍ଟରୁ ଏମ୍‌-୧୬ ରାଇଫଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇ ଗ୍ରାମବାସୀଙ୍କ ଉପରକୁ ଗୁଳିବର୍ଷା କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୧୨ ପ୍ରାଣ ହରାଇଥିବାବେଳେ ହସ୍ପିଟାଲରେ ଆଉ ୩ ଆଖି ବୁଜିଦେଇଥିଲେ। ଅନ୍ୟ ୫ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୁରକ୍ଷା ବଳ ସମ୍ପୃକ୍ତ ଅଞ୍ଚଳକୁ ଘେରି ତଲାସି ଚଳାଇଛି। ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚତ୍ ତନାଘନା କରୁଛି। ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହିଁ। ତେବେ ଏହା ପଛରେ ବରିସାନ୍‌ ରିଭୋଲ୍ୟୁସି ନାସିନାଲ (ବିଆର୍‌ଏନ୍‌) ଉଗ୍ରପନ୍ଥୀଙ୍କ ହାତ ଥିବା କଲୋନେଲ ପ୍ରମୋଟ୍‌ ପ୍ରୋମ୍‌-ଇନ୍‌ ସୂଚନା ଦେଇଛନ୍ତି। ଆକ୍ରମଣକାରୀଙ୍କୁ ଆଇନର କାଠଗଡ଼ାକୁ ନିଶ୍ଚିତ ଭାବେ ଅଣାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରୟୁତ୍‌ ଚାନ୍‌-ଓ-ଚା କହିଛନ୍ତି।

ସଂଘର୍ଷ କାହିଁକି
ଥାଇଲାଣ୍ଡର ମୁସ୍‌ଲିମ ବହୁଳ ଦକ୍ଷିଣାଞ୍ଚଳରେ ସ୍ବାଧୀନତା ଚାହୁଁଥିବା ବିଚ୍ଛିନ୍ନତାବାଦୀ ଉଗ୍ରପନ୍ଥୀଙ୍କ ଆନ୍ଦୋଳନକୁ ବୁଝିବା ପାଇଁ ୧୦୦ ବର୍ଷ ପଛକୁ ଘୁଞ୍ଚତ୍ବାକୁ ପଡ଼ିବ। ମାଳୟ ମୁସ୍‌ଲିମ ଉଗ୍ରପନ୍ଥୀ ବୁଦ୍ଧିଷ୍ଟ ସରକାର ଅଧୀନରେ ଚାଲିଥିବା ଭେଦଭାବକୁ ନିନ୍ଦା ଓ ବିରୋଧ କରୁଛନ୍ତି। ଏହାସହ ସେମାନେ ପଟ୍ଟାନି, ୟାଲା ଓ ନାରାଥିଓ୍ବାଟ୍‌ ପ୍ରଦେଶକୁ ମିଶାଇ ଏକ ସ୍ବାଧୀନ ରାଷ୍ଟ୍ର ଗଠନ ପାଇଁ ଦାବି କରୁଛନ୍ତି। ୧୯୦୯ରେ ସେମାନେ ଦକ୍ଷିଣାଞ୍ଚଳରେ ପଟ୍ଟାନି ସଲଟନେଟ୍‌ ଗଠନ କରିଥିଲେ। ପଟ୍ଟାନିରେ ରହୁଥିବା ଅଧିକାଂଶ ଲୋକ ମାଳୟ ମୁସ୍‌ଲିମ ଥିଲେ। କିନ୍ତୁ ବିଂଶ ଶତାବ୍ଦୀ ଆରମ୍ଭରେ ପଟ୍ଟାନି ଥାଇଲାଣ୍ଡର ଏକ ଅଂଶ ବିଶେଷ ହୋଇଯାଇଥିଲା। ମାଳୟ ମୁସ୍‌ଲିମମାନେ ଧାର୍ମିକ, ସାଂସ୍କୃତିକ ଓ ଜାତିଗତ ଦୃଷ୍ଟିରୁ ଥାଇଲାଣ୍ଡର ଅନ୍ୟ ଭାଗରେ ଥିବା ଲୋକଙ୍କଠାରୁ ଭିନ୍ନ। ସ୍ବତନ୍ତ୍ର ଦକ୍ଷିଣାଞ୍ଚଳ ରାଷ୍ଟ୍ର ଗଠନ ଦାବିରେ ଥାଇଲାଣ୍ଡରେ ୨୦୦୪ରୁ ଲାଗିରହିଥିବା ବିଦ୍ରୋହ ଓ ସଂଘର୍ଷରେ ଅଦ୍ୟାବଧି ୭,୦୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ତର୍ଜାତୀୟ ସ୍ତରରେ ଏହା ବିଶେଷ ଦୃଷ୍ଟି ଆକର୍ଷଣ କରିପାରି ନ ଥିଲେ ବି ଏହାକୁ ଦକ୍ଷିଣ-ପୂର୍ବ ଏସିଆର ସବୁଠୁ ଘାତକ ସଂଘର୍ଷ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ୩୫ ତୀର୍ଥଯାତ୍ରୀ ମୃତ

ମଦିନା,୧୭।୧୦: ସୌଦିର ମଦିନା ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ୩୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ସହିତ ଏକ ଏକ୍ସାଭେଟର ଧକ୍କା...

‘ଶେପ୍‌ ଅଫ୍‌ ୟୁ’ କପିରାଇଟ୍‌ ଜିତିଲେ ଶିରାନ

ଲଣ୍ଡନ,୬।୪: ବ୍ରିଟିଶ ଗାୟକ ତଥା ଲେଖକ ଏଡ୍‌ ଶିରାନ ବୁଧବାର ତାଙ୍କର ହିଟ୍‌ ଗୀତ ‘ଶେପ୍‌ ଅଫ୍‌ ୟୁ’ର କପିରାଇଟ୍‌ ମାମଲା ଲଣ୍ଡନ ହାଇକୋର୍ଟରେ ଜିତି...

ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି...

ଫାୟାର ଫେଷ୍ଟିଭାଲ୍‌ରେ ଅଘଟଣ: ଚାଲିଗଲା ୧୧ ଜୀବନ

ଜେହରାନ୍‌, ୧୫। ୩: ଇରାନ୍‌ରେ ପାରମ୍ପରିକ ଫାୟାର ଫେଷ୍ଟିଭାଲ ପାଳନ ସମୟରେ ଅଘଟଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୩,୫୦୦ ଆହତ ହୋଇଥିବା ଜରୁରୀ...

କ୍ରିସ୍‌ମାସ ପାଇଁ ପ୍ରସ୍ତୁତ ବେଥଲହମ

ବେଥଲହମ,୨୪।୧୨: ପ୍ରଭୁ ଯୀଶୁଙ୍କ ଜନ୍ମସ୍ଥାନ କୁହାଯାଉଥିବା ବେଥଲହମ କ୍ରିସ୍‌ମାସ ପାଇଁ ବିଶ୍ୱବାସୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ସାରିଲାଣି। ଇସ୍ରାଏଲ କବଜାରେ ଥିବା ଓ୍ବେଷ୍ଟ ବ୍ୟାଙ୍କର...

ଲିଭିଲା ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ : ବଢିଲା ବନ୍ୟା ଆଶଙ୍କା

ସିଡ୍‌ନୀ,୧୮।୧: ଗତ ଗୁରୁବାର ପୂର୍ବ ଅଷ୍ଟ୍ରେଲିଆରେ ହୋଇଥିବା ବର୍ଷାରେ ସେଠାକାର ଜଙ୍ଗଲରେ ଲାଗିଥିବା ନିଆଁ ଅନେକାଂଶରେ ଲିଭିଯାଇଛି। ହେଲେ ଏହା ଫଳରେ ବନ୍ୟା ଆଶଙ୍କା ଦେଖାଯାଇଛି।...

ଆସନ୍ତା ସପ୍ତାହରେ ନିର୍ବାଚନ ଅଭିଯାନ ଘୋଷଣା କରିପାରନ୍ତି ଜୋ ବାଇଡେନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ଟିମ ଆସନ୍ତା ସପ୍ତାହରେ ପୁଣିଥରେ ତାଙ୍କ ନିର୍ବାଚନ ଅଭିଯାନ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି। ‘ଦ...

ମେକ୍ସିକୋ ସିଟି ହଲରେ ଗୁଳିକାଣ୍ଡ ମେୟରଙ୍କ ସମେତ ୧୮ ମୃତ

ମେକ୍ସିକୋ,୬ ।୧୦: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନି । ମିଳିଥିବା ଖବର ଅନୁଯାୟୀ, ମେକ୍ସିକୋ ସିଟି ହଲରେ ଆଖିବୁଜା ଗୁଳିଚାଳନରେ ଅତିକମରେ ୧୮...

Advertisement
Archives

Model This Week