ଥର୍ମାଲ ସ୍କ୍ରିନିଂ ପରେ ଆରମ୍ଭ ହେଲା ଯୁକ୍ତ ୨ ମୂଲ୍ୟାୟନ

ଭଞ୍ଜନଗର,୧୭।୬(ଡି.ଏନ.ଏ)- ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଠାରୁ ଯୁକ୍ତ୨ କଳା ମୂଲ୍ୟାୟନ ଆରମ୍ଭ ହୋଇଛି। ମୁଲ୍ୟାୟନକୁ ଆସିଥିବା ଅଧ୍ୟାପିକା ଅଧ୍ୟାପକଙ୍କ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସେମାନେ ମୁଲ୍ୟାୟନ କେନ୍ଦ୍ରକୁ ଯାଇଥିଲେ। ଅଧ୍ୟକ୍ଷ ଡ଼. ନୀଳାଞ୍ଚଳ ମୁନି କେନ୍ଦ୍ରର ସୁପରିଟେଣ୍ଡ ଥିବାବେଳେ ପ୍ରଶାସନିକ ଅଧିକାରୀ ଡ. ସୁବାସ ଚନ୍ଦ୍ର ପ୍ରଧାନ, ଡ. ରବୀନ୍ଦ୍ର ନାଥ ପାଳ, ପ୍ରାଧ୍ୟାପକ ବିଭୁତି ପାଣିଗ୍ରାହୀ, ଆର. କେ. ଦାସ ପ୍ରମୁଖ ବିଭିନ୍ନ ଦାୟିତ୍ୱରେ ଅଛନ୍ତି। ଗତ ୮ ତାରିଖରେ ମୁଲ୍ୟାୟନ ଆରମ୍ଭ ହେବାର ଥିଲା। କିନ୍ତୁ ତାହାକୁ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ଗଞ୍ଜାମ ଜିଲାରେ ଶଟ୍‌ଡ଼ାଉନ ଜୁନ୍‌ ୧୫ରୁ ୩୦ ପର୍ଯ୍ୟନ୍ତ ଘୋଷଣା ହେବାରୁ ତାହା ଆରମ୍ଭ ହୋଇପାରିନଥିଲା। ପ୍ରଶାସନିକ ଅନୁମତି ପରେ ବୁଧବାରଠୁ ମୂଲ୍ୟାୟନ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀଙ୍କ କାଠ ଫାଳିଆ ମାଡ଼ରେ ଗଲା ଜୀବନ

ପୋଲସରା,୨୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ବଡପଙ୍କଳବାଡି ପଞ୍ଚାୟତରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ପଡ଼ୋଶୀଙ୍କ କାଠ ଫାଳିଆ ମାଡ଼ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ...

ପାଣି ଦେଉଛି ଦାନା

ଜାମଟିକ୍ରା,୨୨।୩: ନାଁ ତାଙ୍କର ପରମାନନ୍ଦ ନାୟକ । ବୟସ ପାଖାପାଖି ୬୦ ହେବ। ସେ ବଲାଙ୍ଗୀର ଜିଲା ଟିଟିଲାଗଡ ଘୁଡାର ଗାଁର ମୂଳବାସିନ୍ଦା। ପରମାନନ୍ଦ ଅତାବିରା...

ଭଡ଼ାଘରୁ ୧୩ ଲକ୍ଷ ଟଙ୍କାର ଜାଲ୍‌ ନୋଟ ଜବତ: ଜଣେ ଗିରଫ

ଯାଜପୁର ଅଫିସ,୨।୧: ଯାଜପୁର ସନ୍ଥ ମହାଦେବ ନିକଟ ଏକ ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି। ଜବତ ଟଙ୍କା ମଧ୍ୟରେ...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର କଟକରୁ ଜବତ: ୬ ଗିରଫ

କଟକ ଅଫିସ, ୯।୮: କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ। ଏହା...

ମାନସିକ ଅନଗ୍ରସର ପିଲାଙ୍କ ସହ ଦିନଟିଏ

ଖଇରା, ୧୩।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କଣ୍ଟାବଣିଆଠାରେ ୨୦୦୪ ମସିହାରୁ ଗଢି ଉଠିଥିବା କେଶବ ପୁରସ୍ତମ ମାନସିକ ଅନଗ୍ରସର ବିଦ୍ୟାଳୟ ଏବେ ବିଭିନ୍ନ ସମସ୍ୟା...

ଭୀମଟାଙ୍ଗର ଫେକର ଗେଟ୍‌ ସମ୍ମୁଖରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

କାଳିଆପାଣି,୨୫।୨(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଭୀମଟାଙ୍ଗର ଫେକର ଗେଟ୍‌ ସମ୍ମୁଖରେ ମଙ୍ଗଳବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଧାରଣାରେ ବସିଛନ୍ତି। କାଳିଆପାଣି ଖଣି ଅଞ୍ଚଳରେ...

ବାରଣ୍ଡାରେ ଶୋଇଥିବା ବେଳେ ବ୍ୟକ୍ତିଙ୍କ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ସମ୍ବଲପୁର,୧୧।୬(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ତିଲେଇମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ରାତିରେ ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା...

ଶ୍ରମିକ କାର୍ଡ ନାମରେ ଠକେଇ ଅଭିଯୋଗ

ସମ୍ବଲପୁର,୨୫ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଜାରି କରାଯାଇଛି । ରୋଜଗାର ହରାଇଥିବା ଶ୍ରମିକ ଓ ଗରିବ ଲୋକମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର...

Advertisement
Archives

Model This Week