ଥମୁନି ହାତୀ ଉପଦ୍ରବ: ମଞ୍ଚାରେ କଟୁଛି ରାତି

କେନ୍ଦୁଝର,୧୪।୮( ସ୍ବ.ପ୍ର.)-ଦିନରେ କଠିନ ପରିଶ୍ରମ ଓ ରାତିରେ ହାତୀ ପାଇଁ ଉଜାଗର । ଏଭଳି କଷ୍ଟ ଯନ୍ତ୍ରଣାରେ ଗରିବ ଚାଷୀ ମାନେ ଦିନ ଓ ରାତି କଟାଉଛନ୍ତି । ହାତୀ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଧନଜୀବନ ହାନି ଘଟୁଥିବାରୁ ଭୟ ଓ ଆତଙ୍କରେ ଲୋକ ମାନେ ରହୁଛନ୍ତି। ଭୟରେ ଲୋକ ମାନେ ରାତି ଉଜାଗର ହୋଇ ଧନଜୀବନର ସୁରକ୍ଷା ପାଇଁ ହାତୀ ମାନଙ୍କୁ ଘଉଡାଇବାକୁ ଲାଗୁଛନ୍ତି। ଏହି ସମୟରେ ଲଗାଣ ବର୍ଷା ଦାଉ ସାଧୁଛି। ଅନେକ ହାତୀ ଉପଦ୍ରରୁ ଜୀବନ ବଞ୍ଚାଇବାପାଇଁ ଘର ଛାଡି ମଞ୍ଚା ଉପରେ ରାତି କାଟୁଛନ୍ତି । ବୟସ୍କ, ଭିନ୍ନକ୍ଷମ, ଶିଶୁ ତଥା ମହିଳା ମାନେ ବେଶୀ ଅସୁବିଧା ଭୋଗୁଛନ୍ତି। ଏଭଳି ଅବସ୍ଥା ଭୋଗୁଛନ୍ତି ସଦର ରେଞ୍ଜ କୁସୁମିତା ଗାଁର ଭୂୟାଁ ଆଦିବାସୀ ଲୋକ। ଆଖପାଖ ଅଞ୍ଚଳରେ କିଛିଦିନ ହେଲା ୩୦ରୁ ଅଧିକ ହାତୀ ରହୁଛନ୍ତି। ଦିନରେ ଜଙ୍ଗଲରେ ରହୁଛନ୍ତି ଓ ରାତିରେ ଜନବସତି ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । କିଛି ଦିନ ମଧ୍ୟରେ ୨୦ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଫଳରେ ଭୟଭୀତ ହୋଇ ଗାଁର କିଛି ଲୋକ ଗଛ ଉପରେ ମଞ୍ଚା କରି ରହୁଛନ୍ତି । ସେହିପରି ଶଙ୍କାରୀ ଗାଁର କିଛି ଲୋକ ସ୍କୁଲ ଛାତ ଉପରେ ପାଲ ଟାଣି ରାତି କାଟୁଛନ୍ତି। କେନ୍ଦୁଝର ଜିଲାରେ ୧୫୦ରୁ ଅଧିକ ହାତୀ ରହୁଥିବା ବେଳେ ଜଙ୍ଗଲ ଓ ପାହାଡ ତଳି ଆଦିବାସୀ ଗ୍ରାମରେ ସମାନ ସମସ୍ୟା ଲାଗି ରହିଛି। ଦୁଇ ମାସ ଭିତରେ ହାତୀ ଆକ୍ରମଣରେ ୪ ଜଣ ପ୍ରାଣ ହରାଇବା ସହ ୫୦ରୁ ଅଧିକ ଘର ଭାଙ୍ଗିଛି। ହାତୀ ଆତଙ୍କରୁ ବର୍ତ୍ତିବା ପାଇଁ ଚମ୍ପୁଆ, ଯୋଡା, ବଡବିଲ, ଘଟଗାଁ ବ୍ଲକରେ ବହୁ ଲୋକ ଗଛ ଉପରେ ମଞ୍ଚ ବାନ୍ଧି ରହୁଛନ୍ତି । ସେପଟେ ହାତୀ ପଲକୁ ଘଉଡାଇବାକୁ ବନ ବିଭାଗର ଉଦ୍ୟମ ଫେଲ ମାରୁଥିବାରୁ ଅସନ୍ତୋଷ ବଢୁଛି। ହାତୀ ମନେ ଦଳ ଦଳ ହୋଇ ବିଭିନ୍ନ ଅଞ୍ଚଳରେ ବୁଲୁଥିବା ରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ବନ ବିଭାଗ ପାଇଁ ସହଜ ହେଉନାହିଁ। ବର୍ଷା ଯୋଗୁଁ ହାତୀ ମାନଙ୍କ ଗତିପଥ ନଜର କରିବା ଓ ଘଉଡାଇବା ବନବିଭାଗ ପକ୍ଷେ ସମ୍ଭବ ହେଉନାହିଁ। ଏଣୁ ଏଭଳି ପରିସ୍ଥିତିରେ ଉଭୟ ମଣିଷ ଓ ବନ ବିଭାଗ ଅସହାୟ ହୋଇ ପଡିଥିବା ବେଳେ ଭାଗ୍ୟକୁ ଆଦରି ଲୋକମାନେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri