ଥମୁନି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ରାସ୍ତାରେ ପ୍ରସବ କଲେ ଗର୍ଭବତୀ

ରାୟଗଡ଼ା ଅଫିସ,୧୪।୩- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଅଡ଼ାଜାଲ ଗ୍ରାମରେ ରାସ୍ତା ନ ଥିବା ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଶନିବାର ଜଣେ ଗର୍ଭବତୀ ରାସ୍ତାରେ ପ୍ରସବ କରିଛନ୍ତି। ସେ ୨ଟି ସନ୍ତାନ ଜନ୍ମ ଦେଇଥିବାବେଳେ ସେଥିରୁ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମହିଳା ଜଣଙ୍କ ହେଲେ ଫଗୁଣୀ ମାଝୀ। ଫଗୁଣୀଙ୍କ ଏପ୍ରିଲ ମାସରେ ପ୍ରସବ ପାଇଁ ଡାକ୍ତର ତାରିଖ ଦେଇଥିଲେ। ହେଲେ ତାରିଖ ପୂର୍ବରୁ ତାଙ୍କର ପ୍ରସବ ବେଦନା ହୋଇଥିଲା। ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ ଗ୍ରାମର ମଝିରେ ନଦୀ ରହିଥିବାବେଳେ ଗ୍ରାମକୁ ଭଲ ରାସ୍ତାଟିଏ ନାହଁି। ଏଣୁ ତାଙ୍କୁ ପରିବାର ଲୋକେ ୩ କିମି ରାସ୍ତା ପାର କରି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ତେବେ ରାସ୍ତାରେ ତାଙ୍କର ପ୍ରସବ ହୋଇଥିଲା। ସେ ଗୋଟିଏ କନ୍ୟା ଓ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସେଥିମଧ୍ୟରୁ ପୁଅଟି ବଞ୍ଚିଥିବାବେଳେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ପରେ ଟିକିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡରେ ବିପଦ ସାଜିଛି ଶୁଖିଲା ଗଛ, ତୁରନ୍ତ ହଟାଇବା ଦାବି

ଗଣିଆ,୧ା୯(ଡି.ଏନ.ଏ.): ଗଣିଆ-ବଡମୂଳ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ଥିବା ଶୁଖିଲା ଗଛଗୁଡିକ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ବଡ...

ଜିଲାପରିଷଦ ସଧାରଣ ବୈଠକ: ଅଧିକାରୀଙ୍କ ଉପରେ ବର୍ଷିଲେ ଜନପ୍ରତିନିଧି

ଅନୁଗୋଳ ଅଫିସ,୧୮।୧୨: ଅନୁଗୋଳ ଜିଲାପରିଷଦ ସମ୍ମିଳନୀ କକ୍ଷରେ ୫୦ତମ ଜିଲା ପରିଷଦ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲାପିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନଙ୍କ ଅଧ୍ୟକ୍ଷତାରେ...

ବିନା ଭକ୍ତରେ ହେବ ସ୍ନାନ ପୂର୍ଣ୍ଣିମା

ପୁରୀ,୧୬।୬: ରଥଯାତ୍ରା ଭଳି ବିନା ଭକ୍ତରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ବୁଧବାର ଅନୁଷ୍ଠିତ ପୁରୀ ମନ୍ଦିର ପ୍ରଶାସକ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।...

୧୦୭୧ରୁ ୯୮୯ ନମୁନା ନେଗେଟିଭ୍‌

ବାରିପଦା ଅଫିସ, ୨୭ା୪:  କରୋନା ସନ୍ଦେହରେ ମୟୂରଭଞ୍ଜ ଜିଲାର ୧୦୭୧ ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ୯୮୯ ଜଣଙ୍କ ରିପୋର୍ଟ ନେଗେଟିଭ୍‌...

‘ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ତଦନ୍ତ କରୁ ଇଡି’

କଟକ ଅଫିସ,୧୫ା୧୦: ବହୁଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲା ଏବେ ହାଇକୋର୍ଟରେ ପହଞ୍ଚତ୍ଛି। ପୋଲିସ ତଦନ୍ତ ଆଗେଇ ପାରୁ ନ ଥିବାରୁ ମାମଲାର ତଦନ୍ତ ଭାର...

୨ ନିଶାସକ୍ତ ବାଇକ୍‌ ଚାଳକଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୨୫ା୧୧(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ ସୋମବାର ଅପରାହ୍ନରେ ୨ଜଣ ନିଶାସକ୍ତ ବାଇକ୍‌ ଚାଳକଙ୍କୁ ନନ ଏଫ୍‌ଆଇଆର ମାମଲା ନଂ. ୩୦/୧୯ ଓ ୩୧/୧୯ ମୋଟର ଯାନ ଆଇନର ଦଫା...

୨ ହଜାର ଚାରା ବାଣ୍ଟିଲେ ନବଦମ୍ପତି

ସିମୁଳିଆ, ୨୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଚାଲୁଣୀଗାଁ ଅଞ୍ଚଳରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି...

ଶତାଧିକ ମହିଳା ସଂଘକୁ ମିଳୁନି ବ୍ୟାଙ୍କ ଋଣ

ବ୍ରହ୍ମପୁର ଅଫିସ,୨୯ା୪-ବ୍ରହ୍ମପୁରର ୩ ଶତାଧିକ ମହିଳା ସଂଘ ବ୍ୟାଙ୍କ ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଥିପାଇଁ ବିଏମ୍‌ସି (ମହାନଗର ନିଗମ)ର ଅବହେଳା ଓ ପ୍ରତାରଣାକୁ ଦାୟୀ...

Advertisement
Archives

Model This Week