ଥମୁନି ଆମାଜନ ଜଙ୍ଗଲର ନିଆଁ, ସାରା ବିଶ୍ୱରେ ବିରୋଧ ପ୍ରଦର୍ଶନ ଜାରି

ହୁମାଇଟା,୨୫।୮: ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ ଆମାଜନର ବହୁ ଅଞ୍ଚଳ ଦୁଇ ସପ୍ତାହ ହେଲା ଜଳୁଛି। ଏହି ନିଆଁ ଲିଭିବାର ନାଁ ଧରୁନି। ବ୍ରାଜିଲ୍‌ ଏବଂ ବୋଲଭିଆ ପରେ ପରାଗୁଏ ଆଡେ ଏହି ନିଆଁ ଏବେ ବ୍ୟାପିବାରେ ଲାଗିଛି। ନିଆଁ ଲିଭାଇବା ପାଇଁ ବ୍ରାଜିଲ୍‌ ସେନା ବିଫଳ ହୋଇଛନ୍ତି। ଏହାକୁ ନେଇ ସାରା ବିଶ୍ୱରେ ବିରୋଧ ପ୍ରଦର୍ଶନ କରାଯାଇଛି। ନିଆଁ ଲିଭାଇବା ଦିଗରେ ତୁରନ୍ତ ପଦକ୍ଷେପ ନେବା ଦାବିରେ ବ୍ରାଜିଲର ବିଭିନ୍ନ ସହରରେ ପରିବେଶ ସୁରକ୍ଷା ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜଳବାୟୁ ପରିବର୍ତ୍ତନ ବିରୋଧରେ ସାରା ବିଶ୍ୱ ସଂଘର୍ଷ କରୁଥିତ୍ବାବେଳେ ବିଶ୍ୱର ଫୁସଫୁସ୍‌ କୁହାଯାଉଥିବା ଆମାଜନ ଜଙ୍ଗଲ ନିଆଁ ଏହାକୁ ବଡ଼ ଝଟକା ଦେଇଥିବା ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି। ସୂଚନାଯୋଗ୍ୟ, ବିଶ୍ୱର ବୃହତ କାର୍ବନ ଭଣ୍ଡାର ଆମାଜନ ବିଶ୍ୱ ତାପମାତ୍ରା ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏଥିରେ ୩ ନିୟୁତ ପ୍ରକାରର ଉଦ୍ଭିଦ ଓ ପ୍ରାଣୀଙ୍କ ସମେତ ୧୦ ଲକ୍ଷ ଆଦିମ ଅଧିବାସୀ ବସବାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହତ୍ୟା ପରେ ଟିକଟିକ୍‌ କରି ଖାଇ ଦେଲା ପୁଅ

ମାଡ୍ରିଡ୍‌,୨୨।୪ : ସ୍ପେନର ଜଣେ ବ୍ୟକ୍ତି ମା’ଙ୍କୁ ହତ୍ୟା କରିବା ପରେ ଟିକଟିକ୍‌ କରି କାଟି ଦେଇଥିଲେ। କେବଳ ଏତିକି ନୁହେଁ, ମୃତଦେହର ଟିକ ଟିକ...

ଜାପାନରେ ତାଣ୍ଡବ ରଚିଲା ‘ନାନ୍‌ମାଡୋଲ’: ଜଣେ ମୃତ, ୬୦ରୁ ଅଧିକ ଆହତ;ହଜାର ହଜାର ଲୋକ ବାସ ହରାଇଲେ

ଟୋକିଓ,୧୯ା୯: ଶକ୍ତିଶାଳୀ ଝଡ଼ ‘ନାନ୍‌ମାଡୋଲ’ ଜାପାନରେ କରାଳ ରୂପ ଦେଖାଇଛି। ଏହି ଝଡ଼ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ସୋମବାର...

ବିନା ଦର୍ଶକରେ ମାର୍ଚ୍ଚପାଷ୍ଟ

ଟୋକିଓ,୨୪।୭ (ପି.ଟି.): କୋଭିଡ୍‌-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ ହୋଇଛି। ମହାମାରୀ କାରଣରୁ...

ହଟ ଏୟାର ବେଲୁନରେ ନିଆଁ: ପର୍ଯ୍ୟଟକମାନେ ଆକାଶରୁ ଡେଇଁଲେ, ସୋସିଆଲ ମିଡିଆରେ ଭାଇରାଲ…

ମେକ୍ସିକୋ ସିଟି,୨।୪ : ସୋସିଆଲ ମିଡିଆରେ ମେକ୍ସିକୋର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହଟ ଏୟାର ବେଲୁନ ଆକାଶରେ ଉଡୁଛି...

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ…

ଇସଲାମାବାଦ, ୩୦।୩ : ପାକିସ୍ତାନର ଖାଇବର ପସ୍ତୁନ୍‌ଖ୍ବାଠାରେ ପାରାମିଲିଟାରୀ ଫୋର୍ସଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି...

‘ପୁଟିନ୍‌ ଜୀବିତ ଥିବା ସନ୍ଦେହ’

ଡାଭୋସ୍‌,୨୧।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଜୀବିତ କି ମୃତ ଜଣାନାହିଁ ବୋଲି ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ପ୍ରକାଶ କରିଛନ୍ତି। ରୁଷିଆ ଓ ପୁଟିନ୍‌...

ଶେହବାଜ୍‌ ଶରିଫ୍‌ କିଏ

ଇସଲାମାବାଦ,୧୨ା୪: ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌)ର ଅଧ୍ୟକ୍ଷ ଶେହବାଜ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ଙ୍କ ଭାଇ। ଶେହବାଜ୍‌ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ୩ ଥର(୧୯୯୭, ୨୦୦୮...

ଉପକୂଳ ଛୁଇଁଲା ସାମୁଦ୍ରିକ ଝଡ଼: ହୋଇପାରେ ବହୁ ପରିମାଣରେ କ୍ଷୟକ୍ଷତି

ଓ୍ବାଶିଂଟନ,୨୬।୭: ଆମେରିକା ଉପକୂଳରେ ଆସିଥିବା ସାମୁଦ୍ରିକ ଝଡ଼ ‘ହନ୍ନା’ ଭୟଙ୍କର ରୂପ ଧାରଣ କରି ସାରିଛି। ଭାରତୀୟ ସମୟ ଅନୁଯାୟୀ ଜୁଲାଇ ୨୬ ସକାଳ ସମୟରେ...

Advertisement
Archives

Model This Week