ତ୍ୟାଗ ପାଇଁ ପ୍ରସ୍ତୁତ, ପ୍ରଥମେ ଥଇଥାନ କରାଯାଉ

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନ ମଙ୍ଗଳବାରଠାରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ କରିବ। ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣକୁ ଭଙ୍ଗାଯିବ। ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ ମଙ୍ଗଳବାର ଲଙ୍ଗୁଳି ମଠ ଉଚ୍ଛେଦ ହେବ। ଏହି ମଠରେ ଥିବା ଦୋକାନୀଙ୍କୁ ସେମାନଙ୍କ ଜିନିଷପତ୍ର ଖାଲି କରିବାକୁ ପ୍ରଶାସନ କହିବା ପରେ ବ୍ୟବସାୟୀମାନେ ଚିନ୍ତାରେ ପଡିଥିଲେ। ହେଲେ ସୋମବାର ଅପରାହ୍ନ ଗୋଟାଏ ସୁଦ୍ଧା ଦୋକାନ ଖାଲି କରିବାକୁ ପ୍ରଶାସନର ତାଗିଦକୁ ବିରୋଧ କରି ବ୍ୟବସାୟୀମାନେ ସିଂହଦ୍ୱାର ନିକଟ ବଡ଼ଦାଣ୍ଡରେ ଧାରଣାରେ ବସିଥିଲେ। ପ୍ରଶାସନ ଜୋରଜବରଦସ୍ତ ଭୟଭୀତ କରାଇ ଯେଉଁ ନିଷ୍ପତ୍ତି ନେଉଛି, ତାହା ଠିକ୍‌ ନୁହେଁ। ମହାପ୍ରଭୁଙ୍କ ସୁରକ୍ଷା ପାଇଁ ସେମାନେ ତ୍ୟାଗ କରିବାକୁ ପ୍ରସ୍ତୁତ, କିନ୍ତୁ ପ୍ରଥମେ ଥଇଥାନ କରି ତାଙ୍କୁ ବିସ୍ଥାପିତ କରାଯାଉ ବୋଲି ବ୍ୟବସାୟୀମାନେ କହିଛନ୍ତି।
ଲଙ୍ଗୁଳି ମଠ କୋଠାରେ ଦୋକାନ କରିଥିବା କୃଷ୍ଣମୋହନ ସାହୁ କହିଛନ୍ତି, ପ୍ରଶାସନ ଆମକୁ କୌଣସି ନୋଟିସ ଦେଇନାହିଁ କିମ୍ବା କୌଣସି ଆଲୋଚନା ନ କରି ତରବରିଆ ଭବେ ଦୋକାନ ଖାଲି କରିବାକୁ କହିଛି। ଆମେ ଏ ନେଇ ଭୟଭୀତ ଅଛୁ। ଶ୍ରୀଜଗନ୍ନାଥଙ୍କ ପାଇଁ ଆମେ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ଆଗ ଥଇଥାନ କରି ପରେ ଭଙ୍ଗାଯାଉ। ଅନ୍ୟତମ ବ୍ୟବସାୟୀ ତପନ କୁମାର ସାହୁ କହିଛନ୍ତି, ବାପଅଜା ଅମଳରୁ ଆମେ ଠାକୁରଙ୍କ ପାଇଁ ତ୍ୟାଗ କରିଆସୁଛୁ। ଏବେ ପୁଣି ତ୍ୟାଗ କଥା କହୁଛନ୍ତି ଠିକ୍‌ ଅଛି, କିନ୍ତୁ ପ୍ରଥମେ ଥଇଥାନ କରି ଆମକୁ ଉଚ୍ଛେଦ କରାଯାଉ। ୭୫ ମିଟର ଭିତରେ ଆମ ଘର ମଧ୍ୟ ଯାଉଛି। ଦୋକାନ ଜିନିଷପତ୍ର ନେଇ କେଉଁଠି ରଖିବୁ? ଘର ଭାଙ୍ଗିଲେ ପିଲାଛୁଆ ଏବଂ ରୋଗରେ ପଡ଼ିଥିବା ମା’ବାପାଙ୍କୁ ଧରି କେଉଁଠି ରହିବୁ ବୋଲି ତପନ ପ୍ରଶ୍ନ କରିଛନ୍ତି। କେବଳ କୃଷ୍ଣ କିମ୍ବା ତପନ ନୁହନ୍ତି, ସବୁ ବ୍ୟବସାୟୀ ଥଇଥାନ ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଉପାୟଶୂନ୍ୟ ହୋଇ ଦୋକାନ ଘର ଖାଲି କରିଥିଲେ ବ୍ୟବସାୟୀ। ବଡ଼ ବଡ଼ ବ୍ୟବସାୟୀ ଗାଡିରେ ଜିନିଷପତ୍ର ଲଦି ନେଉଥିବା ବେଳେ ଆଉ କେହି ଲୋକଙ୍କୁ ଲଗାଇ ମୁଣ୍ଡରେ ଜିନିଷପତ୍ର ଲଦି ଦୋକାନ ଘର ଖାଲି କରୁଥିଲେ। ତେବେ ତରବରିଆ ଭାବେ ଦୋକାନ ଭାଙ୍ଗିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ସେ କହିଛନ୍ତି, ବର୍ତ୍ତମାନ ଦୋକାନ ଭାଙ୍ଗିଲେ ବ୍ୟବସାୟୀମାନେ କେଉଁଠି ଥଇଥାନ ହେବେ। ପ୍ରଥମେ ତାଙ୍କୁ ଥଇଥାନ କରାଯିବା ଦରକାର। ସାଧାରଣତଃ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ତିଆରି ପାଇଁ ୨/୩ ବର୍ଷ ସମୟ ଲାଗିବ। ଦୋକାନୀମାନେ ଚଳିବେ କେମିତି, କ’ଣ ଖାଇବେ? ଯଦି ଏଭଳି ନିଷ୍ପତ୍ତି ନେବାର ଥିଲା ତେବେ ୨/୩ ବର୍ଷ ପୂର୍ବରୁ ଦୋକାନ ଘର ତିଆରି କରିବାର ଥିଲା ବୋଲି ବିଧାୟକ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା କମ୍‌, ନିରାଶା ଅଧିକ

ଅନୁଗୋଳ ଅଫିସ, ୩୧ା୮ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ହଜାରେ ତଳେ ରହୁଛି। ଟିକାକରଣ ଟାର୍ଗେଟ୍‌ ମଧ୍ୟ...

ନୟାଗଡ଼ ଜାତୀୟ ରାଜପଥରୁ ଅଚିହ୍ନା ମୃତଦେହ ଉଦ୍ଧାର

ରଣପୁର, ୨୧।୫(ସ୍ବ.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରାଜସୁନାଖଳା ନିକଟ ଧୂମାନାଳ ପୋଲ ନିକଟରୁ ମଙ୍ଗଳବାର ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ...

CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୨୩ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୧,୬୦୪କୁ ବୃଦ୍ଧି

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ଆଉ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧,୬୦୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ...

ମୁଁ ବି ହେବି ରିପୋର୍ଟର’

ବାଲେଶ୍ୱର ଅଫିସ,୧୦।୪: ମୁଁ ବି ହେବି ରିପୋର୍ଟର। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ପାନ୍ଥନିବାସଠାରେ ‘ଧରିତ୍ରୀ’, ‘ୟୁନିସେଫ୍‌’ ଓ ‘ପିପୁଲ କଲ୍‌ଚୁରାଲ ସେଣ୍ଟର’ (ପିକକ୍‌)ର...

ଶିଶୁକନ୍ୟାଙ୍କ ଜୀବନ ନେଲା ପାଳଗଦା ନିଆଁ

ଝରିଗାଁ,୧୪ା୨: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର କୁସୁମବାହାଲ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପାଳଗଦା ନିଆଁରେ ପୋଡ଼ି ଜଣେ ୬ବର୍ଷର...

ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର

ଚିକିଟି,୬।୬(ଡି.ଏନ.ଏ.)-ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ଗୁଳିମାଡ଼ ହୋଇଛି। ସେ ହେଲେ...

ଆମ୍ବବାଗାନ ଅଞ୍ଚଳରୁ ଚୋରି: ଘର ତାଲା ଭାଙ୍ଗି ଟଙ୍କା, ମୋବାଇଲ ନେଇଗଲେ, ପୋଲିସର ତଦନ୍ତ ଆରମ୍ଭ

ଯୋଡ଼ା,୨୯।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ୨ ନଂ ଓ୍ବାର୍ଡ ଆମ୍ବବାଗାନ ଅଞ୍ଚଳର ରୁଦ୍ର ନାରାୟଣ ପ୍ରଧାନଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି।...

ପଞ୍ଚାୟତ ନିର୍ବାଚନ: ଆଜିଠୁ ନାମାଙ୍କନ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଗାଁରେ ନିର୍ବାଚନ ମାହୋଲ ଜମିଲାଣି। ସବୁ ଦଳ ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ମଧ୍ୟ ଜୋରଦାର କରିଛନ୍ତି। ତେବେ...

Advertisement
Archives

Model This Week