ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ବଲାଙ୍ଗୀର ଅଫିସ, ୩ା୨: ବଲାଙ୍ଗୀର ଗାନ୍ଧୀଭବନଠାରେ ବୌଦ୍ଧିକ ଅନୁଷ୍ଠାନ ରଚନା ପକ୍ଷରୁ ଶିକ୍ଷା ଅଧିକାର: ଲକ୍ଷ୍ୟ, ବାସ୍ତବତା ଓ ସମ୍ଭାବନା ଶୀର୍ଷକ ଏକ ଆଲୋଚନାଚକ୍ର ରବିବାର ଅନୁଷ୍ଠିତ ହୋଇଛି ା ରଚନା ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅତିଥି ବକ୍ତାଭାବେ ସରକାରୀ ମହିଳା ମହାବିଦ୍ୟାଳୟ ଶିକ୍ଷା ବିଭାଗ ଅଧ୍ୟାପକ ହେମନ୍ତ କୁମାର ମଲ୍ଲିକ, ଗଣମାଧ୍ୟମ ପ୍ରତିନିଧି ମନରଞ୍ଜନ ଯୋଷୀ ଯୋଗଦାନ କରିଥିଲେ ା ଆଲୋଚକଭାବେ ପୁଇଁତଲା ବ୍ଳକ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ଅବସରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ଯୋଷୀ, ବୀଣାପାଣି ଶିକ୍ଷାସୌଧର ପରିଚାଳନା ନିର୍ଦ୍ଦେଶକ ଅଶୋକ ମେହେର, ସାମାଜିକ କର୍ମୀ ଅରୁଣ ମିଶ୍ର ଯୋଗଦାନ କରିଥିଲେ ା ସ୍ବାଧୀନତା ପରେ ଶିକ୍ଷାକ୍ଷେତ୍ରକୁ ଗୁରୁତ୍ୱ ଦେବା ଓ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରାଯିବାକୁ ଚିନ୍ତା କରାଯାଇଥିଲେ ମଧ୍ୟ ୨୦୦୨ ମସିହାରେ ୮୬ତମ ସମ୍ବିଧାନ ସଂଶୋଧନରେ ଯାଇ ଏହା ମୌଳିକ ଅଧିକାର ପରିସରଭୁକ୍ତ ହୋଇ ପାରିଥିଲା ା ୨୦୦୯ ମସିହାରେ ଶିକ୍ଷା ଅଧିକାର ଆଇନ ଗୃହୀତ ହେବା ପରେ ୨୦୧୦ ମସିହା ଏପ୍ରିଲ ମାସରୁ ଏହା କାର୍ଯ୍ୟକାରୀ ହୋଇଛି ା ଇତିମଧ୍ୟରେ ଗୋଟିଏ ଦଶନ୍ଧି ଅତିବାହିତ ହୋଇଯାଇଥିଲେ ମଧ୍ୟ ଶିକ୍ଷାକ୍ଷେତ୍ରରେ ଗଭୀର ଅସମାନତା ଦେଖାଯାଉଛି ା ପ୍ରାଥମିକ ଶ୍ରେଣୀରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଛାତ୍ରୀଛାତ୍ରମାନେ ସମାନ ଶିକ୍ଷା ସୁଯୋଗ ପାଉନାହାନ୍ତି ା ସମାନ ଶିକ୍ଷା ସୁଯୋଗ ପାଉ ନ ଥିବାରୁ ଦେଶର ବିଭିନ୍ନ କ୍ଷେତ୍ରରେ ଅରାଜକତା ଓ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ ା ସରକାରୀ ସ୍କୁଲ ଓ ଘରୋଇ ସ୍କୁଲରେ ଶିକ୍ଷାର ମାନ ଓ ବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ ା ଅଧିକ ଦରମା ପାଇବା ସତ୍ତ୍ୱେ ସରକାରୀ ସ୍କୁଲକୁ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ପସନ୍ଦ କରୁ ନ ଥିବା କଥା ଉଲ୍ଲେଖ କରାଯାଇ ଏହା ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି ବୋଲି କହିଥିଲେ ା ଶିକ୍ଷାକ୍ଷେତ୍ରରେ ଗୁରୁତର ତ୍ରୁଟିପୂର୍ଣ୍ଣ ନୀତି ଓ ଅବ୍ୟବସ୍ଥା ଯୋଗୁଁ ଆଜି ଆମର ଜାତୀୟ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଆଲୋଚକମାନେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri