ତ୍ରୁଟିପୂର୍ଣ୍ଣ କିଟ୍‌ ପାଇଁ ରାପିଡ୍‌ ଟେଷ୍ଟ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮।୪(ପିଟି): କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ଚାଇନାର ୨ଟି କମ୍ପାନୀରୁ ଭାରତକୁ ଆସିଥିବା କୋଭିଡ-୧୯ ରାପିଡ ଆଣ୍ଟିବଡି ଟେଷ୍ଟ କିଟ୍‌କୁ ବ୍ୟବହାର ନ କରିବାକୁ ସମସ୍ତ ରାଜ୍ୟକୁ ଇଣ୍ଡିଆନ କାଉନ୍‌ସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର) ସୋମବାର ମନା କରିଛି। ଏହିସବୁ କିଟ୍‌ ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଏହାକୁ ବ୍ୟବହାର ନ କରି ଯୋଗାଣକାରୀ ସଂସ୍ଥାକୁ ଫେରାଇ ଦେବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଚାଇନାର ଗୁଆଞ୍ଝୋ ଓ୍ବଣ୍ଡଫୋ ବାୟୋଟେକ୍‌ ଏବଂ ଝୁଆଇ ଲିଭ୍‌ସନ୍‌ ଡାଇଗ୍ନୋଷ୍ଟିକ୍ସ ଇନ୍‌ ଫିଲ୍‌ଡ କଣ୍ଡିଶନ ସଂସ୍ଥାରୁ ଆସିଥିବା କିଟ୍‌ଗୁଡ଼ିକର ଗୁଣବତ୍ତା ଜାଣିବା ପାଇଁ ଆଇସିଏମ୍‌ଆର୍‌ ପକ୍ଷରୁ ପରୀକ୍ଷା କରାଯାଇଥିଲା। ହେଲେ ଏଥିରେ ଭିନ୍ନ ଭିନ୍ନ ରିପୋର୍ଟ ଆସିବାରୁ ଏହା ତ୍ରୁଟିପୂର୍ଣ୍ଣ ବୋଲି ଜଣାପଡ଼ିଛି। ତେଣୁ ଏହି କିଟ୍‌ଗୁଡ଼ିକୁ ବ୍ୟବହାର ନ କରି ସମ୍ପୃକ୍ତ ଯୋଗାଣକାରୀ ସଂସ୍ଥାକୁ ଫେରାଇଦେବାକୁ ସମସ୍ତ ରାଜ୍ୟକୁ କୁହାଯାଇଛି। କିଟ୍‌ ଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ବୈଜ୍ଞାନିକ ମୂଲ୍ୟାୟନ କରାଯାଇ ସମ୍ପୃକ୍ତ ସଂସ୍ଥାକୁ ପ୍ରଥମେ ବରାଦ କରାଯାଇଥିଲା, ହେଲେ ତ୍ରୁଟିପୂର୍ଣ୍ଣ ଜଣାପଡ଼ିବା ପରେ ସମସ୍ତ ବରାଦକୁ ରଦ୍ଦ କରାଯାଇଛି। ଶତପ୍ରତିଶତ ବରାଦ କିଟ୍‌ ଯୋଗାଣକାରୀ ସଂସ୍ଥା ପଠାଇ ନ ଥିବାରୁ ତାଙ୍କୁ କିଛି ବି ଟଙ୍କା ଦିଆଯାଇ ନାହିଁ। ତେଣୁ କ୍ଷତିର ପ୍ରଶ୍ନ ଉଠୁ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୨।୩(ବ୍ୟୁରୋ): ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୮କୁ ବୃଦ୍ଧି ପାଇଛି...

କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି

କୋଲକାତା,୭।୬: ବଲିଉଡ୍‌ର ଖ୍ୟାତନାମା ପ୍ରଚ୍ଛଦପଟ ଗାୟକ କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ କାଲ୍‌କାଟା ହାଇକୋର୍ଟଙ୍କ ଏକ ଖଣ୍ଡପୀଠ...

କରୋନାରେ ମୃତ ଭାଜପା ବିଧାୟକଙ୍କ ପୁଅଙ୍କ ଦୁଃଖ: କହିଲେ, ଧନ୍ୟ ୟୁପି ସରକାର, ଧନ୍ୟ ମୋଦି

ଲକ୍ଷ୍ନୌ,୨୯।୪: ଉତ୍ତର ପ୍ରଦେଶରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଅନେକ ଲୋକ ଏଥିରେ ପ୍ରାଣ ମଧ୍ୟ ହରାଉଛନ୍ତି। ରାଜ୍ୟର...

ଚାଇନାରେ ଓମିକ୍ରନର ଦୁଇ ସବ୍‌-ଭାରିଆଣ୍ଟ ନେଇ ହାହାକାର…

ବେଜିଂ,୧୧।୧୦ : ଚାଇନାରେ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କଂଗ୍ରେସ ବୈଠକ ପୂର୍ବରୁ ପୁଣି ଥରେ କରୋନାଙ୍କର ଏକ ନୂଆ ଭାରିଆଣ୍ଟ ନେଇ ଆତଙ୍କ ସୃଷ୍ଟି ହୋଇଛି।...

ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକମାତ୍ର ଉପାୟ ହେଉଛି ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ, ରାଷ୍ଟ୍ରପତି ଶାସନ ଲାଗୁ କରିବା: କପିଲ ସିବଲ

ନୂଆଦିଲ୍ଲୀ,୨୨।୭: ରାଜ୍ୟ ସଭା ଏମ୍‌ପି କପିଲ ସିବଲ ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାସ୍ତା ବତାଇଛନ୍ତି। ଶନିବାର ସିବଲ କହିଛନ୍ତି, ମଣିପୁରରେ ଏକମାତ୍ର ଉପାୟ ହେଉଛି...

ବିଏ.୨ ଭାରିଆଣ୍ଟ୍‌ ବଢ଼ାଉଛି ଚିନ୍ତା, ୫୭ ଦେଶରେ ସଂକ୍ରମଣ…

ନୂଆଦିଲ୍ଲୀ, ୫।୨ : ଦୁଇ ବର୍ଷରୁ ଅଧିକ ସମୟ ଧରି ବିଶ୍ୱ କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ସମ୍ପ୍ରତି ଏହାର ବିଏ.୨...

ଅପରାଧୀଙ୍କ ଗୁଳିରେ ଡିଏସପିଙ୍କ ସମେତ ୮ ପୋଲିସ କର୍ମୀ ଶହୀଦ

କାନପୁର,୩।୭: ଉତ୍ତର ପ୍ରଦେଶ କାନପୁରରେ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କ ସହ ଗୁଳିବିନିମୟ ବେଳେ ୮ ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ କାନପୁର ଡେପୁଟି...

ଲକ୍‌ଡାଉନ୍‌ରେ ପାଠ ପଢ଼ିବେ ଦଶମ ଛାତ୍ରୀଛାତ୍ର: ସପ୍ତାହରେ ୫ ଦିନ ଦୂରଦର୍ଶନରେ ଏଜୁସାଟ୍‌ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ନିଷ୍ପତ୍ତି

ଭୁବନେଶ୍ୱର,୧୮।୪(ବ୍ୟୁରୋ): କରୋନା ମହାମାରୀ ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏଥିରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ବିଶେଷଭାବେ ମାଟ୍ରିକ୍‌ ପରୀକ୍ଷା...

Advertisement
Archives

Model This Week