Posted inଖେଳ

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦: ହାରିଲା ଭାରତ

କାନବେରା,୨।୨(ପି.ଟି.)- ଚଳିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ରେ ଭାରତୀୟ ଦଳ ପ୍ରଥମ ପରାଜୟ ବରଣ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪ ଉଇକେଟରେ ଭାରତକୁ ହରାଇ ଦେଇଛି। ଆସନ୍ତା ୭ ତାରିଖରେ ଭାରତୀୟ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଇଂଲଣ୍ଡକୁ ମେଲବୋର୍ନଠାରେ ଭେଟିବ।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେବାରୁ ଧାର୍ଯ୍ୟ ୨୦ ଓଭରରେ ୯ ଉଇକେଟ ହରାଇ ୧୦୩ ରନ୍‌ କରିଥିଲା। ଦୁଇ ସିନିୟର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା (୩୫), ଅଧିନାୟିକା ହରମନପ୍ରୀତ କୌର (୨୮) ଓ ରାଧା ଯାଦବ (୧୧)ଙ୍କୁ ଛାଡ଼ି ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ଏଲିସେ ପେରି ୪ ଉଇକେଟ ଅକ୍ତିଆର କରିଥିଲେ। ୧୦୪ ରନ୍‌ର ଛୋଟିଆ ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମଧ୍ୟ ୩୦ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ଥିଲା। କିନ୍ତୁ ପେରିଙ୍କ ୪୯ ରନ୍‌ର ଇନିଂସ ଯୋଗୁ ଘରୋଇ ଦଳ ୧୮.୫ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଭାରତୀୟ ଦଳ ପାଇଁ ରାଜେଶ୍ୱରୀ ଗାଏକ୍ୱାଡ ୨ ଉଇକେଟ ହାତେଇଥିବାବେଳେ ଦୀପ୍ତି ଶର୍ମା, ଶିକ୍ଷା ପାଣ୍ଡେ, ରାଧା ଯାଦବ ଓ ଅରୁନ୍ଧତି ରେଡ୍ଡୀ ପ୍ରତ୍ୟେକେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ବିଜୟୀ ଦଳ ପାଇଁ ଉଭୟ ବଲ ଓ ବ୍ୟାଟରେ ଭଲ ପ୍ରଦର୍ଶନ କରିଥିବା ପେରିଙ୍କୁ ଫ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁରୋ କପ୍‌ ଫୁଟ୍‌ବଲ: ସ୍ଲୋଭାକିଆର ବିଜୟ ଅଭିଯାନ

ସେଣ୍ଟ ପିଟର୍ସବର୍ଗ,୧୬।୬(ଏପି): ୟୁରୋ କପ୍‌ ଫୁଟ୍‌ବଲରେ ସ୍ଲୋଭାକିଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କ୍ରେସୋଭସ୍କି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍ଲୋଭାକିଆ ୨-୧...

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ: ପଞ୍ଚମ ଦ୍ରୁତ ବୋଲର ସ୍ଥାନ ପାଇଁ ସିରାଜ, ଶାର୍ଦ୍ଦୁଳ ପ୍ରତିଦ୍ୱନ୍ଦ୍ୱୀ

ନୂଆଦିଲ୍ଲୀ,୨୧।୧୦(ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ ଲାଗି ଦଳ ଘୋଷଣା କରିବାକୁ ଚୟନକର୍ତ୍ତାମାନେ ଦ୍ୱନ୍ଦ୍ୱରେ ପଡିବେ। ଦଳରେ ପଞ୍ଚମ ଦ୍ରୁତ ବୋଲର ସ୍ଥାନ ପାଇଁ...

ପୁତ୍ର ସନ୍ତାନର ଜନନୀ ହେଲେ ଏହି କ୍ରିକେଟରଙ୍କ ପତ୍ନୀ

ନୂଆଦିଲ୍ଲୀ,୧୦।୭: ଅଭିନେତ୍ରୀ ଗୀତା ବସରା ଓ ଭାରତୀୟ କ୍ରିକେଟର ସ୍ପିନର ହରଭଜନ ସିଂଙ୍କ ଘରକୁ ଏକ ନୂଆ ଅତିଥି ଆସିଛି। ହରଭଜନଙ୍କ ପତ୍ନୀ ଗୀତା ବସରା...

୫ କୋଟି ଟଙ୍କାରେ ବିକ୍ରି ହୋଇଥିଲା ଏହି କ୍ରିକେଟର୍‌ଙ୍କ ଟୋପି

ଅଷ୍ଟ୍ରେଲିଆ କ୍ରିକେଟ ମହାନ ଖେଳାଳି ତାଲିକାରେ ସେନ୍‌ ୱାର୍ଣ୍ଣ ଅନ୍ୟତମ। ଅନେକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଇଁ ୱାର୍ଣ୍ଣ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଜି ୱାର୍ଣ୍ଣଙ୍କ ଜନ୍ମବାର୍ଷିକୀ।...

ଆଇପିଏଲ୍‌ରେ କୋଭିଡ୍‌ର କଳାବାଦଲ: ବିଦେଶୀ ଖେଳାଳିଙ୍କୁ ପଠାଇବା ବ୍ୟବସ୍ଥା କରିବ ବିସିସିଆଇ

ନୂଆଦିଲ୍ଲୀ/ମେଲବୋର୍ନ,୨୮ା୪(ପି.ଟି.)-ଭାରତରେ କୋଭିଡ୍‌ର ଦ୍ୱିତୀୟ ଲହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଉଥିବାରୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଂଶଗ୍ରହଣ କରିବାକୁ ଆସିଥିବା...

ଆଇପିଏଲ୍‌ରେ ବଡ଼ ଝଟ୍‌କା: ସ୍ଥଗିତ ହୋଇପାରେ ଆଜିର ମ୍ୟାଚ୍‌

ନୂଆଦିଲ୍ଲୀ,୩।୫: ଆଜି ଖେଳାଯିବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲର ୩୦ତମ ମ୍ୟାଚ ସ୍ଥଗିତ ହୋଇପାରେ। କେକେଆରର ଅନେକ...

୧୪୩ ବର୍ଷ ଇତିହାସରେ ଖେଳାଯାଇଛି ଏମିତି ଏକ ଟେଷ୍ଟ ମ୍ୟାଚ୍‌

ଲଣ୍ଡନ, ୮।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ବୁଧବାରଠାରୁ ସ୍ଥାନୀୟ ସାଉଥମ୍ପଟନର ଦି ରସ୍‌ ବାଉଲ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଫଳରେ...

ରାଜ୍ୟସ୍ତରୀୟ ଖୋ ଖୋ ଉଦ୍‌ଘାଟିତ

ପୁରୀ ଅଫିସ, ୧୪ା୧୧: ପୁରୀ ଜିଲା ହାଇସ୍କୁଲ ପରିସରରେ ରବିବାରଠାରୁ ୫୫ତମ ରାଜ୍ୟସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଏହା ୩ଦିନ...

Advertisement
Archives

Model This Week