ତ୍ରିନାଥକଁର ଅଜବ୍‌ ବଏସିରା:ସବୁବେଲେ ହାତେ ଖଜୁର ପତେଇ

ଲୋଇସିଂହା,୧୯।୫(ଡି.ଏନ.ଏ): ସବୁ ମୁନୁସ୍‌ର ଶରୀରକେ ଦେଖ୍‌ଲେ ପାଖାପାଖି ସଭେ ସମାନ ଆଏ। ସମକର ରକତ୍‌, ହାତ୍‌ଗୋଡ଼, ନାକ୍‌କାନ୍‌, ଆଏଁଖ୍‌ ଅଛେ। ହେଲେ ସମକର ଚାଲିଚଲନ, ବେଭାର ଆଚର, ବଏସିରା, ସଉକ୍‌ ଭିନେ ଭିନେ। ଏନ୍‌ତା ଝନେ ଭିନେ ଚରିତ୍‌ର ଲୋକ୍‌କେ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କର୍ଲିପାଟ ଗଁାରେ। ଗଁାର ତ୍ରିନାଥ ପଧାନ (୪୪)। ବୁରତିରେ ସେ ଝନେ ବସ୍‌ କଣ୍ଡକ୍ଟର। ହେଲେ ତାକର ଗୁଟେ ଅଜବ୍‌ ବଏସିରା, ସବୁବେଲେ ଗୁଟେ ଖଜରି ପତେଇ ସେ ହାତେ ଧରିଛନ୍‌। ତାହାକୁ ଯେ ପଚରାଲେ ମୁଲ୍‌କରି ହଁସି ଦେଇ କହୁଛନ୍‌ ଇଟା ମୋର ଛୁଆବେଲର ବଏସିରା ଆଏ, ହେନ୍‌ତା କିଛି ନାଇଁ। ହାତେ ଖଜୁର ପତେଇ ନାଇଁଥିଲେ ଗୁଟେ କେନ୍‌ତା କେନ୍‌ତା ଲାଗ୍‌ସି, ବାସ୍‌ ଏତ୍‌କି ନ କହୁଛନ୍‌। ହେଲେ ଯେ ଦେଖ୍‌ଲେ ସଭେ ଆଶିରିଯ୍‌ ହେଉଛନ୍‌। ଏଡେଟେ ଲୋକ୍‌ ଗୁଟେ ଖଜୁର ପତେଇ ହାତେ କାଏଁଯେ ଧରିଛନ୍‌, କିଛି ତ କାରନ୍‌ ଥିବା। ଇଟା ହେଉଛେ ପରିବାରନୁ ମୂଲ୍‌ କରି ସାଂଗ୍‌ସରସା, ଲାଗେଲେସର ସମକର ଭାବନା।
ସୂଚନା ଅନ୍‌ସାରେ କର୍ଲିପାଟ ଗଁାର ତ୍ରିନାଥ ଗଁା ସ୍କୁଲରେ ପ୍ରାଥମିକ ଶିକ୍ଷା ଉତାରୁ ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲରେ ପାଠ୍‌ ପଢ଼ିଛନ୍‌। ସେ ଗଲା ବାର ବଛର ହେଲା ବଲାଙ୍ଗୀର-କଣ୍ଟାବାଞ୍ଜି ରୋଡ଼ରେ ଗୁଟେ ବସ୍‌ରେ କଣ୍ଡକ୍ଟର କାମ୍‌ କରୁଛନ୍‌। ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୋନପୁର, କଣ୍ଟାବାଞ୍ଜିରେ ଖଜୁର ପତେଇ କଣ୍ଡକ୍ଟର ହିସାବେ ସେ ଜନାଶୁନା। ତାକର ପରିବାର କହେଲେ ମାଏକିନା ଆର ଦୁଇ ପିଲାକୁ ନେଇ ସୁଖର ସଁସାର। ତ୍ରିନାଥକଁର କହେବାର ହିସାବେ ଗଁାରେ ବଁଧ୍‌ ନଁାଇଁନ। ହେଲେ ଗଁା ପାସେ କୁଶଙ୍ଗାଇ ନାଲ ଅଛେ। ସେଠାନେ ଗଁାର ଲୋକ୍‌ ଝାଡ଼ାଝପଟ, ଗଧାବୁଡ଼ା କରସନ୍‌। ତ୍ରିନାଥ ଛୁଆବେଲେ ଦିନେ ଇ ନାଲ୍‌କେ ଝାଡ଼ା ଯାଇଥିଲେ। ଝାଡ଼ା ଗଲା ଉତାରୁ କାଠି କରବାର ଲାଗି ଗୁଟେ ଖଜୁର କାଠି ଭାଂଗୁଥିଲେ। ସେଦିନ୍‌ଠାନୁ ସେ ଗୁଟେ ଖଜୁର ପତେଇ ନିଜର ଭୁଜନି ହାତେ ଧରୁଛନ୍‌। ସ୍କୁଲରେ ସାଂଗସାଧିନୁ ଶିକ୍ଷକ୍‌ ତକ୍‌ ସଭେ ପଚରେଇଛନ୍‌, ଶିକ୍ଷକମାନେ ଇଟା କାଏଁ ବଏସିରା, ଖଜୁର ପତେଇ ନାଇଁ ଧରବୁ ବଲି ବି ବୁଝେଇଛନ୍‌। ହେଲେ ସେ କେଭେ ଇ ବଏସିରା ନାଇଁଛାଡ଼ି। ଘରେ ମା’ବାପ୍‌, ମାଏକିନା ସଭେ ମନା କରିଛନ୍‌ ହେଲେ ସେ ବଏସିରା ନାଇଁ ଛାଡ଼ିପାରବାର। ଖାଲି ରାତିରେ ଶୁଇଲାବେଲେ ମୁଚଲା ତଲେ ଖଜୁର ପତେଇକେ ରଖି ଦେଉଛନ୍‌। ଫେନ୍‌ ସଖାଲୁ ଉଠୁନ୍‌ସାର ହାତେ ପତେଇ ଧରୁଛନ୍‌। ଖଜୁର ପତେଇ ଶୁଖି ଭାଂଗିଗଲେ ନୂତନ୍‌ ପତେଇ ଆନି ଧରୁଛନ୍‌। ବସ୍‌ରେ ଗଲାଆଏଲା ବେଲେ, ରାସ୍‌ତାଘାଟରେ ଲୋକ୍‌ ତାହାକୁ ଦେଖ୍‌ଲେ ଡରୁଛନ୍‌। ହେଲେ ତ୍ରିନାଥ କେହି ଡରୁଥିବାର ଜାନ୍‌ଲେ ତାହାକୁ ବୁଝେଇ ଦେଉଛନ୍‌, ମୁଇଁ ବି ତମର ଲେଖେଁ ଗୁଟେ ମୁନୁଷ୍‌ ଆଏ, ମୋତେ ଡରବାର କିଛି କାରନ୍‌ ନାଇଁ, ଇଟା ମୋର ବଏସିରା ଆଏ। ମୁଇଁ ଗୁନି ଗାରେଡ଼ି, ମନ୍‌ତର ଯନ୍‌ତର କିଛି ନାଇଁ ଜାନି ବଲି କହୁଛନ୍‌। ସେନ୍‌ତା ତାକର ଝନେ ପାଠ୍‌ପଢ଼ା ବେଲର ସାଂଗ ସରୋଜ ବିଶ୍ୱାଳ କହିଛନ୍‌ ଯେ, ଆମେ ହାଇସ୍କୁଲରେ ପଢ଼ଲାବେଲୁ ତ୍ରିନାଥ ଖଜୁର ପତେଇ ଧରବାର ଦେଖୁଛୁଁ। ତାହାକେ ଅନେକ ଥର ପଚରେଇଛୁଁ, ହେଲେ ହଁସି ଦେବା ଆର କହେବା ଇଟା ମୋର ଗୁଟେ ବଏସିରା ଆଏ। ନାଇଁ ଧଏଲେ କେନ୍‌ତା କେନ୍‌ତା ଗୁଟେ ଲାଗ୍‌ସି। ହେଲ ଇ ଖଜୁର ପତେଇ ଧରବାର ରହସ୍‌ ଆଏଜ୍‌ ବି ରହସ୍‌ ହେଇ ରହିଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri