ତ୍ରିଜଙ୍ଗା କଲୋନୀରେ ଡକାୟତି ଉଦ୍ୟମ ପଣ୍ଡ: ୪ ଗିରଫ, ମାରଣାସ୍ତ୍ର ଜବତ

କଳିଙ୍ଗନଗର,୧୯ା୧(ଡି.ଏନ.ଏ.): ଯାଜପୁରରୋଡ ଥାନା ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ବଳିମ୍ବିତ ରାତିରେ ଦାନଗଦୀ ତ୍ରିଜଙ୍ଗା କଲୋନୀରେ ଚଢାଉ କରି ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି। ଏଥିରେ ୪ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରାଯାଇଛି। ଏନେଇ ଯାଜପୁରରୋଡ ଥାନାରେ ଏକ ମାମଲା( ନଂ.୨୮/୨୦୨୦) ରୁଜୁ ହୋଇଛି। ମିଳିଥିବା ଖବର ଅନୁଯାୟୀ ତ୍ରିଜଙ୍ଗା କଲୋନୀରେ ଡକାୟତି କରିବାକୁ ଯୋଜନା ହେଉଥିବା ନେଇ ସୂଚନା ପାଇବା ପରେ ପୋଲିସ ସେଠାରେ ଚଢ଼ାଉ କରି ସାରଙ୍ଗପୁର ଗ୍ରାମର ଗୌତମ ଜେନା(୨୭), ନିଳକଣ୍ଠପୁର ଗ୍ରାମର ସାଗର ପେରେଇ(୨୨), ଦାନଗଦୀ ପାତ୍ରସାହିର ରଞ୍ଜିତ ପାତ୍ର(୨୩) ଓ କାହ୍ନୁ ପାତ୍ର(୨୨)ଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା। ସେମାନଙ୍କଠାରୁ ୩ଟି ଭୁଜାଲି, ୪ଟି ମୋବାଇଲ, ୬ଟି ମଙ୍କିକ୍ୟାପ, ୨ଟି ଟର୍ଚ୍ଚଲାଇଟ, ୧ ସ୍କେଚ ମ୍ୟାପ ଓ ଓଡି-୩୪ଜି-୬୫୪୨ ନମ୍ବର ବିଶିଷ୍ଟ ଏକ ବାଇକ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ କଳାବାଘ ବୁଲିବା ପ୍ରଚାର ଗୁଜବ

ବାରଙ୍ଗ,୧୬।୬(ଡି.ଏନ୍‌.ଏ.)- କରୋନା ଲାଗି ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବନ୍ଦ ରହିଛି। ଶୂନଶାନ ହୋଇଯାଇଛି ନନ୍ଦନକାନନ ରାସ୍ତା। ନା ଆସୁଛନ୍ତି ପର୍ଯ୍ୟଟକ ନା ଶୁଭୁଛି ସେମାନଙ୍କ ଗହଳି।...

ଭ୍ୟାନିଟ୍‌ ବ୍ୟାଗ୍‌ ନେଇ କାର ଡ୍ରାଇଭର ଫେରାର ଘଟଣା : ଯାଜପୁରରୋଡ ଷ୍ଟେଶନ ବାଜାରରୁ ଡ୍ରାଇଭର ଗିରଫ

ଧର୍ମଶାଳା,୫ା୮(ଡି.ଏନ୍‌.ଏ.) : ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବାରବାଟି ନିକଟରେ ମହିଳା ଯାତ୍ରୀଙ୍କୁ ଅଧାବାଟରେ ଛାଡି ଚମ୍ପଟ ମାରିଥିବା...

୩ ଦିନ ହେଲା ଯାତାୟାତ ଠପ୍‌: ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଛେଣ୍ଡିପଦା,୧୯।୭ (ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ବରମଳିହାସାହି ଲୋକେ ଯାତାୟାତ କରୁଥିବା ରାସ୍ତାକୁ ଗ୍ରାମର କେତେଜଣ ବ୍ୟକ୍ତି ବନ୍ଦ କରିଦେଇଥିବାରୁ ୩ ଦିନ...

ହାତୀ,ବାର୍‌ହା ଉପଦ୍ରବ: ଫସଲ ନଷ୍ଟ

ଭଞ୍ଜନଗର,୧୩।୧୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବାର୍‌ହା ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଙ୍ଗଲ ନିକଟବର୍ତ୍ତୀ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ସହ...

କ୍ବାରାଣ୍ଟାଇନ୍‌ରେ ଥିବା ଲୋକଙ୍କୁ ଟ୍ରାକିଂ କରିବ ସ୍ବାସ୍ଥ୍ୟ ଆପ୍‌

ବ୍ରହ୍ମପୁର ଅଫିସ,୪ା୫-କ୍ବାରାଣ୍ଟାଇନ୍‌ରେ ଥିବା ଲୋକଙ୍କୁ ଏଣିକି ଟ୍ରାକିଂ କରିବ ସ୍ବାସ୍ଥ୍ୟ ଆପ୍‌ ା ବାହାରୁ ଆସି ହୋମ୍‌ କ୍ବାରାଣ୍ଟାଇନ୍‌ ଓ ଇନ୍‌ଷ୍ଟିଚ୍ୟୁସ୍‌ନାଲ କ୍ବାରାଣ୍ଟାଇନ୍‌ରେ ଥିବା ପ୍ରବାସୀ...

୭ ଡାକ୍ତରଖାନାକୁ ୬ ଡାକ୍ତର

ବାଲିଆପାଳ,୨୮।୨(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଆପାଳ ବ୍ଲକର ୩ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରୁଥିବାବେଳେ ପଡ଼ୋଶୀ ଜଳେଶ୍ୱର ଏବଂ ବସ୍ତା ବ୍ଲକର...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ

ଚିକିଟି,୧୯ା୧୧(ଡି.ଏନ୍‌.ଏ.)- ଚିକିଟି ବ୍ଲକ ଗିରିସୋଲା ପଞ୍ଚାୟତ କୃଷ୍ଣନଗର ଗ୍ରାମରେ ସୋମବାର ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ...

ରାତି ପାହିଲେ ସାବିତ୍ରୀ: ଫଳ ଦୋକାନରେ ଅସମ୍ଭାଳ ଭିଡ଼, ଦର ଆକାଶଛୁଆଁ

ପାଟଣା,୨୧ା୫(ସ୍ବ.ପ୍ର.): ରାତି ପାହିଲେ ସାବିତ୍ରୀ ବ୍ରତ। ଏନେଇ କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ତୁରୁମୁଙ୍ଗା ଓ ସାହାରପଡ଼ା ବଜାରସ୍ଥିତ ଫଳ ଦୋକାନଗୁଡିକରେ ଗୁରୁବାର ନାହିଁ ନ...

Coronavirus Update


Archives

Model This Week

Why Dharitri