ତେଲ ଟ୍ୟାଙ୍କରରୁ ଚୋରା କେନ୍ଦୁପତ୍ର ଜବତ

ସଜନାଗଡ଼/ସୋର/ବାହାନଗା,୨୯।୮(ଡି.ଏନ.ଏ.)-ଅଭିନବ ଉପାୟରେ କେନ୍ଦୁପତ୍ର ଚୋରାଚାଲାଣ ହେବା ଘଟଣା ପଦାକୁ ଆସିଛି। ବୁଧବାର ଏକ କମ୍ପାନୀର ତେଲ ଟ୍ୟାଙ୍କରରେ କେନ୍ଦୁପତ୍ର ଲୋଡ଼ ହୋଇ ଆସୁଥିବା ବନବିଭାଗ ବିଶେଷ ସୂତ୍ରରୁ ଖବରପାଇଥିଲା। ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କୁଲଡ଼ିହା ରେଞ୍ଜର ତଥା ଏସିଏଫ୍‌ଓ ଲକ୍ଷ୍ମଣ ପ୍ରଧାନ ସଦଳବଳ ସୋର ଥାନାଧିକାରୀଙ୍କ ସାହାଯ୍ୟରେ ୫ନଂ. ଜାତୀୟ ରାଜପଥ ବାରିକପୁର ସ୍ଥିତ ଏକ ଢାବା ନିକଟରେ ରାସ୍ତାକଡ଼ରେ ଅଟକିଥିବା ତେଲଟ୍ୟାଙ୍କର(ନଂ. ନମ୍ବର ଓଆର୍‌-୦୫ଡ଼ି-୩୧୮୫)କୁ ସନ୍ଦେହ କରି ଯାଞ୍ଚ କରାଯାଇଥିଲା। ସେତେବେଳେ ଗାଡ଼ି ଚାଳକ କିମ୍ବା ହେଲପର୍‌ ନ ଥିଲେ । ତନଖି କରିବାରୁ ଟ୍ୟାଙ୍କରରେ ବିଡ଼ା ବିଡ଼ା କେନ୍ଦୁପତ୍ର୍ର ରହିଥିବା ଜଣାପଡିଥିଲା। ପରେ ଟ୍ୟାଙ୍କରକୁ ଜବତ କରି ନୀଳଗିରି କୁଲଡ଼ିହା ରେଞ୍ଜର ଅଫିସ୍‌କୁ ଅଣାଯାଇ ସେଥିରୁ କେନ୍ଦୁପତ୍ର ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ପାଖାପାଖି ହେବ । ଏନେଇ ଏକ ମାମଲା (ନଂ. ୨୧/୧୯) ରୁଜୁ କରାଯାଇଥିବା ବନ ବିଭାଗ କହିଛି। ଏହି କେନ୍ଦୁପତ୍ର ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଭସାଇନେଲା ଯାଆଁଳ

ଢେଙ୍କାନାଳ ଅଫିସ, ୩୧।୮: ଢେଙ୍କାନାଳ ଜିଲା ଗଁଦିଆ ଅଞ୍ଚଳର ମତ୍ସ୍ୟଚାଷୀଙ୍କୁ ଦୁଃଖ ଦେଇଛି ବ୍ରାହ୍ମଣୀ ବନ୍ୟା। ବଢ଼ିପାଣିରେ ଯାଆଁଳ ଭାସିଯାଇଛନ୍ତି। ସୀମିତ ସମ୍ବଳରେ ମାଛଚାଷ କରି...

ଘରୋଇ ଜମିରେ ଶବଦାହ ଗୃହ ନିର୍ମାଣ

ରସୁଲପୁର,୨୭ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ହରିପୁର ମୌଜାର ଜିତେନ୍ଦ୍ର କୁମାର ସାହୁଙ୍କ ନାମରେ ଥିବା ଏକ ଘରୋଇ ଜମିରେ ଶବଦାହ ଗୃହ ନିର୍ମାଣ...

ଧରିତ୍ରୀ ପ୍ରଭାବ: ଅଙ୍ଗନୱାଡି କର୍ମୀଙ୍କ ଉପରେ ବର୍ଷିଲେ ଡବ୍ଲ୍ୟୁସିଡିଓ 

ବିଞ୍ଝାରପୁର,୧୩ା୧୦(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗର କାର୍ଯ୍ୟକଳାପକୁ ନେଇ ‘ଧରିତ୍ରୀ’ରେ ଗତ ୧୯ତାରିଖରେ ଖବର ପ୍ରକାଶିତ ହୋଇଥିଲା। ସେଥିରେ ବିଞ୍ଝାରପୁର...

କଣ୍ଟେନମେଣ୍ଟ ଜୋନ୍‌ରୁ ହଟିଲା ରେଣୁକା ଗଳି

ପୁରୀ ଅଫିସ,୨୧।୫: ପୁରୀ ସହରସ୍ଥ ରେଣୁକା ଗଳି ଅଞ୍ଚଳରୁ ଗତ ୧୦ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଟିଏ ପରିବାର ଦୁଇ ସଦସ୍ୟ...

ବାଇକ ସହ ଗଞ୍ଜେଇ ଜବତ, ୨ ଗିରଫ

ସୋରଡା,୨୪ା୨(ଡି.ଏନ୍‌.ଏ.)- ସୋରଡା ପୋଲିସ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଜବତ କରି ୨ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କନ୍ଧମାଳ ଜିଲା...

ଘର ଉପରେ ପଡ଼ିଲା ବରଗଛ

ସମ୍ବଲପୁର,୨୩ା୮(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଗୋବିନ୍ଦତୋଳା ପୋଲିସ କଲୋନୀଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜୋରରେ ବର୍ଷାପବନ ହେବାରୁ କଲୋନୀର ଆଭାଷ ଖାନଙ୍କ ଘର ଉପରେ...

କେନ୍ଦ୍ରାପଡ଼ା ପ୍ରଶାସନର ଅଭିନବ ପ୍ରୟାସ :ଚିହ୍ନଟ ହେବେ ପାଣି ପାଇପ ମିସ୍ତ୍ରି

କେନ୍ଦ୍ରାପଡା ଅଫିସ, ୯ା୯- ଦେଶବିଦେଶରେ କାମ କରୁଥିବା କେନ୍ଦ୍ରାପଡା ଜିଲାର ପାଣି ପାଇପ ମିସ୍ତ୍ରିଙ୍କ ଚିହ୍ନଟୀକରଣ ପ୍ରକ୍ରିୟା ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ।...

କାର୍ତ୍ତିକ ପୂର୍ଣ୍ଣିମା: କାଞ୍ଚି ଅଭିଯାନ ବେଶରେ ଦର୍ଶନଦେଲେ ଶ୍ରୀରଘୁନାଥ ଜୀଉ

ଓଡ଼ଗାଁ, ୧୨।୧୧(ସ୍ବ. ପ୍ର.): ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତମାନେ ଓଡ଼ଗାଁରେ ବିଜେ...

Advertisement
Archives

Model This Week