Posted inଖେଳ

ତେଲେଙ୍ଗନା, ଆନ୍ଧ୍ରକୁ ସିନ୍ଧୁଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୨୬।୩(ପି.ଟି.)- କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଅଲିମ୍ପିକ୍ସ ପଦକ ବଜୟିନୀ ତଥା ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ତେଲେଙ୍ଗାନା ଓ ଆନ୍ଧ୍ର ସରକାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଦାନ କରିଛନ୍ତି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ଏ ନେଇ ସିନ୍ଧୁ ନିଜ ଟୁଇଟର ହ୍ୟାଣ୍ଡଲରେ ଉଲ୍ଲେଖ କରି ଜଣାଇଛନ୍ତି। ଉଲ୍ଲେଖଥାଉ କି, ତେଲେଙ୍ଗନା ୨୦୧୪ରେ ଆନ୍ଧ୍ରଠାରୁ ଅଲଗା ହୋଇ ନୂଆ ରାଜ୍ୟର ମାନ୍ୟତା ପାଇଥିଲା।
କୋଭିଡ-୧୯ କାରଣରୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨୧,୦୦୦ ଲୋକ ପ୍ରାଣ ହରାଛନ୍ତି ଓ ୪,୦୦,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଭାରତରେ ମଧ୍ୟ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ୬୦୦ ପାର କରିସାରିଲାଣି ଓ ଏପର୍ଯ୍ୟନ୍ତ ୧୩ଜଣ ଲୋକ ପ୍ରାଣ ହରାଇଲେଣି। ଏପ୍ରିଲ ୧୪ ପର୍ଯ୍ୟନ୍ତ ସାରା ଦେଶରେ କେନ୍ଦ୍ର ସରକାର ଲକ୍‌ ଡାଉନ ଘୋଷଣା କରିଛନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ ସାରା ବିଶ୍ୱରେ ସବୁପ୍ରକାର କ୍ରୀଡ଼ା ଆୟୋଜନକକୁ ସ୍ଥଗିତ କରାଯାଇଛି। ଅଲିମ୍ପିକ୍ସ, ୟୁରୋ ଚାମ୍ପିୟନଶିପ ୨୦୨୦ ସମେତ ଏକାଧିକ ମେଗା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି।
୨୦୧୬ ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ହାସଲ କରିଥିଲେ। ନିଜ ର଼୍ୟାଙ୍କିଙ୍ଗ ବଳରେ ସିନ୍ଧୁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଇତିମଧ୍ୟରେ ବ୍ୟାଡମିଣ୍ଟନର ସର୍ବୋଚ୍ଚ ପ୍ରସାଶନିକ ସଂସ୍ଥା ବିଡବ୍ଲ୍ୟୁଏଫ୍‌ ମାର୍ଚ୍ଚ ୧୬ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ସବୁ ପ୍ରକାର ଟୁର୍ନାମେଣ୍ଟକୁ କରୋନା ଭାଇରସ କାରଣରୁ ସ୍ଥଗିତ ରଖିଛି କିମ୍ବା ବାତିଲ କରିଛି। ଏଥିମଧ୍ୟରେ ୩ଟି କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନଟରାଜନଙ୍କ ରେକର୍ଡ

ବ୍ରିସ୍‌ବେନ୍‌,୧୬।୧(ପି.ଟି.): ୟର୍କର ସ୍ପେଶାଲିଷ୍ଟ ଥଙ୍ଗାରାସୁ ନଟରାଜନ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ପଦାର୍ପଣ କରି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ଭାରତୀୟ...

୨୦୨୮ ଅଲିମ୍ପିକ୍ସରେ ସ୍ଥାନ ପାଇପାରେ କ୍ରିକେଟ

ଲଣ୍ଡନ,୧୩।୮- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୮ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍ସରେ ସାମିଲ ହେବା ନେଇ ବେଶ୍‌ ଆଶାବାଦୀ ଅଛି। ଏହା ମାରିଲେବୋନ କ୍ରିକେଟ କ୍ଲବର...

ବିହାର ରଣ୍‌ଜୀ ଦଳରେ ଆଦିତ୍ୟ ବର୍ମାଙ୍କ ପୁଅ

ନୂଆଦିଲ୍ଲୀ, ୩୧ା୧୨ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ସ୍ପଟ୍‌ଫିକ୍ସିଂ ମାମଲାର ଅନ୍ୟତମ ଚର୍ଚ୍ଚିତ ବ୍ୟକ୍ତି ଆଦିତ୍ୟ ବର୍ମାଙ୍କ ପୁଅ ବିହାର ରଣଜୀ ଦଳରେ ସ୍ଥାନ ପାଇଛନ୍ତି।...

ଟିମ୍‌ ଇଣ୍ଡିଆ ବିପକ୍ଷରେ ହାଫ୍‌ସେଞ୍ଚୁରି ମାରିଥିବା ଅନ୍ତର୍ଜାତୀୟ ଖେଳାଳି ଏବେ ଓଡ଼ିଶା ଦଳରେ

ଭୁବନେଶ୍ୱର,୨୯।୮: ହଂକଂର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଚଳିତ ଘରୋଇ ସିଜନରେ ଓଡ଼ିଶା ପାଇଁ ଖେଳିବେ। ଭାରତୀୟ ପାସପୋର୍ଟଧାରୀ ରଥ ଜଣେ ଓଡ଼ିଆ ଖେଳାଳି। ଗତ...

କରୋନା ସହାୟତା ତାଲିକାରେ ଦେବାଶିଷ, ବିପ୍ଳବ

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), କଟକ ଅଫିସ,୧ା୪- କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଚାଲିଥିବା ଲଢ଼େଇରେ ନିଜ ଅବଦାନ ରଖିଛନ୍ତି ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର...

ଷ୍ଟେଜ୍‌ ୧୯ ଜିତିଲେ ସିମନ ୟେଟ୍ସ

ରୋମ୍‌, ୨୯ା୫:ଗ୍ରେଟ୍‌ ବ୍ରିଟେନର ସିମନ ୟେଟ୍ସ (ଟିମ୍‌ ବାଇକ୍‌ ଏକ୍ସଚେଞ୍ଜ୍‌) ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍‌ର ୧୯ତମ ଷ୍ଟେଜ୍‌ ଜିତିଛନ୍ତି। ଆବିଏଟ୍‌ଗ୍ରାସୋଠାରୁ ଆଲ୍ପ ଡି’...

ଟସ୍‌ ଜିତିଲା ଆର୍‌ସିବି, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୫।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ...

୪ଥର ଅଲିମ୍ପିକ ପଦକ ବିଜେତାଙ୍କ ପରଲୋକ

ଓ୍ବାଶିଂଟନ,୧୫।୪(ଏପି): ଅଲିମ୍ପିକ୍ସରେ ୪ଥର ପଦକ ହାସଲ କରିଥିବା ଆମେରିକୀୟ ଆଥ୍‌ଲେଟ କୋନ ଫିଣ୍ଡଲେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ରୋଇଂ ଓ ସେଲିଂରେ ସେ...

Advertisement
Archives

Model This Week