ତେଲଙ୍ଗାନାରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଖପ୍ରାଖୋଲ, ୩୧ା୫(ଡି.ଏନ.ଏ.)-ତେଲଙ୍ଗାନା ରାଜ୍ୟକୁ ଦାଦନ ଶ୍ରମିକଭାବେ କାମ କରିବାକୁ ଯାଇ ଜୀବନ ହରାଇଛନ୍ତି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଭରୁଆମୁଣ୍ଡା ଗାଁର ବାଲେଶ୍ୱର ମାଝୀ(୨୦)। ରବିବାର ତାଙ୍କ ମୃତଦେହ ଏଠାକୁ ଆସିବା ପରେ ଶୋକର ଛାୟା ଖେଳିଯାଇଛି। ଘରେ ବିଧବା ମା’ ନିଜ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଥିବା ବେଳେ ୧୦ବର୍ଷର ସାନଭାଇ ଯେମିତି ନିର୍ବାକ ହୋଇଯାଇଛନ୍ତି। ଗତ ସେପ୍ଟେମ୍ବର ମାସରେ ତେଲଙ୍ଗାନା ରାଜ୍ୟ କାମାରେଡ୍ଡୀ ଜିଲାର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ ବାଲେଶ୍ୱର। ଗତ ଶୁକ୍ରବାର ସେଠାରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ା ଇଟାଭାଟି ମାଲିକ ଏକ ଗାଡି ଯୋଗେ ମୃତଦେହକୁ ଏଠାକୁ ପଠାଇ ଦେଇଥିଲେ। ଏ ନେଇ ଖପ୍ରାଖୋଲ ବିଡିଓ ତରଣୀ ସୁନାଙ୍କୁ ପଚାରିବାରୁ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ କଲେ ବିଧାୟକ

ଲାଠୋର, ୨୯ା୪(ଡି.ଏନ.ଏ) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଥିବା କୋଭିଡ ୧୯ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ଗୁରୁବାର ପାଟଣାଗଡ ବିଧାୟକ...

ଅଙ୍ଗନଓ୍ବାଡି କର୍ମୀଙ୍କ ସିଡିପିଓ ଅଫିସ ଘେରାଉ

ଲୋଇସିଂହା,୬।୯(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସିଡିପିଓ ଜ୍ୟୋତିର୍ମୟୀ ନାଏକ ଜନୈକ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଶୁକ୍ରବାର ଅଙ୍ଗନଓ୍ବାଡି କର୍ମୀ ସଂଘ ପକ୍ଷରୁ ସିଡିପିଓ...

କରୋନା ସଚେତନତା ନେଇ ଆରପିଏଫର ନିଆରା ଉଦ୍ୟମ

ଟିଟିଲାଗଡ଼, ୧୪।୪ (ଡି.ଏନ.ଏ)- ବଲାଙ୍ଗୀର ଜିଲା ଟିଟିଲାଗଡ ଆରପିଏଫ ପକ୍ଷରୁ କରୋନା ମହାମାରୀ ସଚେତନତା ନେଇ ମଙ୍ଗଳବାର ନିଆରା ପ୍ରୟାସ ଆଲୋଚନାର ବିଷୟ ହୋଇଛି। ଆରପିଏଫର...

ମଠଖାଇ ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ,୨୦ା୧ : ସର୍ବଭାରତୀୟସ୍ତରୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବ ରବିବାର ଉଦ୍‌ଘାଟିତ ହୋଇଛି ା ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ...

କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ,୨୪ା୧: ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ମଙ୍ଗଳବାର...

ମାକ୍ସ ବାଣ୍ଟିଲେ, ସଚେତନତା ବାର୍ତ୍ତା ଦେଲେ ଯୁବଗୋଷ୍ଠୀ

ଦେଓଗାଁ,୧୦ା୪(ଡି.ଏନ.ଏ.): ଦେଶରେ କରୋନା ମହାମାରୀ ରୂପ ଧାରଣ କରିଥିବା ବେଳେ ସରକାର ଲୋକଙ୍କୁ ସଚେତନ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଲକଡାଉନ ଯୋଗୁ ଯେଉଁମାନେ...

ଅଢ଼େଇ ବର୍ଷ ପରେ ଲୋୟର ସୁକ୍‌ତେଲ ଡ୍ୟାମ୍‌ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ

ବଲାଙ୍ଗୀର ଅଫିସ, ୧୫ା୧: ପ୍ରାୟ ଅଢ଼େଇ ବର୍ଷ ପରେ ଲୋୟର ସୁକ୍‌ତେଲ ଡ୍ୟାମ ସାଇଟ୍‌ ଅଞ୍ଚଳରେ ଶୁକ୍ରବାରଠାରୁ ଡ୍ୟାମ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ ହୋଇଛି।...

ରୋଗ୍‌ରେ ପଡ଼ି ଅକରମା ଗଜିନ୍ଦ୍ର: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

  ଲୋଇସିଂହା,୧୮।୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟା ଗଁାର ଗଜିନ୍ଦ୍ର କୁମ୍ଭାର(୪୭)। ଆଏଜ୍‌କେ ୫ ବଛର ହେଲା ପେଟ୍‌ ବେମାରୀରେ ପୀଡ଼ିତ ଅଛନ୍‌। ଅପରେଶନ...

Play 250+ Trending Games
Archives

Model This Week

Why Dharitri