ତେଣ୍ଟା ନାଳରେ ମାଛମରାକୁ ନେଇ ତେଜୁଛି ବିବାଦ: ବେଆଇନ ଆଡ଼ିବନ୍ଧ ଯୋଗୁ ଚାଷଜମିକୁ ଯାଇପାରୁନି ପାଣି, ବଢ଼ୁଛି ଚାଷୀ ଅସନ୍ତୋଷ

ବିିଞ୍ଝାରପୁର,୧୧।୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବରପଦା ତେଣ୍ଟା ନାଳରେ ମାଛ ଧରିବାକୁ ସ୍ଲୁଇସ୍‌ ଗେଟ୍‌ ବନ୍ଦ କରିବା ସହିତ ଆଡିବନ୍ଧ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚଳିତ ବର୍ଷ ବର୍ଷା ଅଭାବରୁ ବିଞ୍ଝାରପୁର ବ୍ଲକର ପ୍ରାୟ ଅଧିକାଂଶ ପଞ୍ଚାୟତରେ ମରୁଡି ଆଶଙ୍କା ସୃଷ୍ଟି ହୋଇଥିବାବେଳେ ଗତ୨ଦିନ ତଳେ ବିଞ୍ଝାରପୁର ଅଞ୍ଚଳରେ ମୋଟ ୨୩୭ମିଲି ମିଟର ବର୍ଷା ହୋଇଥିଲା। ଫଳରେ ତେଣ୍ଟାନାଳରେ କେନାଲ ପାଣି ପ୍ରବେଶ କରିବା ସହ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମନରେ ଚାଷ କାର୍ଯ୍ୟ ପାଇଁ ନୂତନ ଆଶା ଭରିଥିଲା। ମାତ୍ର ଖୋଳା ମାହାରାଠାରୁ ବରପଦା ଚିଲ ପଡ଼ିଆ ପର୍ଯ୍ୟନ୍ତ ବହିଯାଉଥିବା ତେଣ୍ଟାନାଳରେ କେତେକ ଅସାମାଜିକ ବ୍ୟକ୍ତି ମାଛ ମାରିବାକୁ ପାଣିକୁ ଅଟକ ରଖି ମାଛ ଧରିବାକୁ ଜାଲ ବସାଇଛନ୍ତି। ଏପରି କି ଏହି ନାଳରେ ଆଡିବନ୍ଧ ବସାଇବା ଯୋଗୁଁ ଚାଷ ଜମିକୁ ପାଣି ଯାଇପାରୁ ନାହିଁ। ଏହି ପାଣି ଅଟକ ଯୋଗୁ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମି ପ୍ରଭାବିତ ହେଉଥିବାରୁ ଚାଷୀମାନେ ମୁଣ୍ଡରେ ହାତମାରି ବସିଛନ୍ତି। ଏହି ଆଡ଼ିବନ୍ଧକୁ କାଟିବା ସହିତ ସ୍ଲୁଇସ୍‌ ଗେଟକୁ ଖୋଲିବା ପାଇଁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ କିଛି ଶୁଣୁ ନାହିଁ। ସେହିପରି ନାଗପୁରା ଓ ବରପଦାକୁ ସଂଯୋଗ କରୁଥିବା ତେଣ୍ଟା ପୋଲ ନିକଟରେ ପ୍ରବଳ ଦଳ ହୋଇଥିବାରୁ ପାଣିର ଗତିପଥ ସ୍ଥିର ରହୁଛି ା ଏହି ସବୁ ସମସ୍ୟାକୁ ପ୍ରଶାସନ ସମାଧାନ ନ କଲେ ସ୍ଥାନୀୟ ଚାଷଜମି ପ୍ରଭାବିତ ହେବବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଏହି ବେଆଇନ ଭାବେ ମାଛ ଧରିବାକୁ ଆଡ଼ିବନ୍ଧ କରି ଜାଲ ବିଛାଯାଇଥିଲେ ମଧ୍ୟ ପ୍ରଶାସନ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଚିକଣା, ବ୍ରାହ୍ମଣୀ ଗଁା, ଉତ୍ତଙ୍ଗରା, ଉଡ୍ରଙ୍ଗ, ଯୋଇଁମରା, ବରପଦା ଆଦି ଅଞ୍ଚଳର ଚାଷୀମାନେ ଏହି ସମସ୍ୟାର ଶିକାର ହେଉଛନ୍ତି। ସୂଚନା ଯୋଗ୍ୟ ଗତ ବର୍ଷ ବିଞ୍ଝାରପୁର ବ୍ଲକ ଅଧିନ ନଇଆ ନାଳରେ ଆଡିବନ୍ଧ କରି ମାଛଧରାକୁ ନେଇ ଅଣ୍ଢାଳୋ ଓ ଫଳପୁର ଗ୍ରାମ ମଧ୍ୟରେ ବିବାଦ ମଧ୍ୟ ଦେଖାଦେଇଥିଲା। ବିବାଦ ଉଗ୍ରରୁପ ନେବା ସହିତ ଘଟଣାକୁ କେନ୍ଦ୍ର କରି ଫଳପୁର ଗ୍ରାମର ଜୈନିକ ବୃଦ୍ଧଙ୍କୁ ଅଣ୍ଢାଳୋ ଗ୍ରାମର କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ବିଞ୍ଝାରପୁର ଥାନା ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ଏବେ ପୁଣି ଏଭଳି ଏକ ସମସ୍ୟା ସୃଷ୍ଟି ହୋଇଥିବାରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ପୂର୍ବରୁ ଏହାର ସମାଧାନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଅପରପକ୍ଷରେ ଏହି ଘଟଣାର ଖୁବଶୀଘ୍ର ତଦନ୍ତ କରାଯାଇ ଆଡିବନ୍ଧ ଭାଙ୍ଗି ଚାଷଜମିକୁ ପାଣି ଯୋଗାଇ ଦିଆଯିବ ବୋଲି ତହସିଲଦାର ମିନତୀ ଜଗଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ନେଲା ୬ ଜୀବନ

ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଦମ୍ପତି ମୃତ ଲୋଇସିଂହା,୫।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ଗ୍ରାମରେ ବୁଧବାର ସକାଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି...

ବାତ୍ୟାରେ ୩,୨୧୪ ହେକ୍ଟର ଫସଲ କ୍ଷତିଗ୍ରସ୍ତ

କଣାସ, ୨।୬(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ହୋଇଥିବାବେଳେ ଚାଷ ଜମି ସବୁ ଉଜୁଡ଼ି ଯାଇଛି। ଡେଲାଙ୍ଗ ବ୍ଲକରେ ୬,୭୫୯ ଚାଷୀଙ୍କର...

ମାଓବାଦୀଙ୍କ ନାଁରେ ଯୁବତୀଙ୍କ ପରିବାରକୁ ହତ୍ୟା ଧମକ: ଯୁବକଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି,୩୧।୫(ଡି.ଏନ୍‌.ଏ.): ଏକତରଫା ପ୍ରେମରୁ ଜଣେ କେଉଁଭଳି ଅଦ୍‌ଭୁତ କାଣ୍ଡ ଘଟାଇପାରେ, ତାହାର ଏକ ନମୁନା ହେଉଛନ୍ତି କୁମାର ପାଙ୍ଗୀ ନାମକ ଜଣେ ଯୁବକ। ଏକତରଫା ପ୍ରେମରୁ...

ଚୌଦ୍ୱାରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର,୧୭।୪(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ତଥା ବରିଷ୍ଠ ଜନନାୟକ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଶୁକ୍ରବାର ନିରାଡମ୍ବର ଭାବେ ଚୌଦ୍ୱାର ବିରୁପା ବ୍ୟାରେଜ ନିକଟରେ ପାଳିତ ହୋଇଯାଇଛି।...

ଜଳିଗଲା କୁକୁଡ଼ା ଦୋକାନ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭାପୁର,୧୫।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡିଠାରୁ ୨୦୦ ମିଟର ଦୂରରେ ଥିବା ଏକ କୁକୁଡ଼ା ଦୋକାନରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ...

ଗୁଣ୍ଡିଚାଯାତ୍ରା: ପହଣ୍ଡି ଆରମ୍ଭ

ପୁରୀ ଅଫିସ,୨୩।୬: ବିଶ୍ୱପ୍ରସିଦ୍ଧ ପୁରୀ ଗୁଣ୍ଡିଚାଯାତ୍ରା ମଙ୍ଗଳବାର ପ୍ରାତଃରୁ ଆରମ୍ଭ ହୋଇଯାଇଛି। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଜଗନ୍ନାଥ ୯ ଦିନ ପାଇଁ ମାଉସୀ...

ରେଙ୍ଗାଳି ପ୍ରକଳ୍ପ କଲୋନୀରେ ୩ ହାତୀ

କଣିହଁ।, ୭।୭ (ଡି.ଏନ୍‌.ଏ) – ଅନୁଗୋଳ ଜିଲା କଣିହଁ। ବ୍ଲକ ରେଙ୍ଗାଳି ପ୍ରକଳ୍ପ କଲୋନୀରେ ଶୁକ୍ରବାର ରାତିରେ ୩ଟି ହାତୀ ପଶି ଆସି ଉପଦ୍ରବ କରିଛନ୍ତି।...

‘ଜମି, ଗାଁ ନିଅ, ଆମକୁ ବିସ୍ଥାପିତ କର’

ଯାଜପୁର ଅଫିସ,୩ା୮: ଜିଲାରେ ସିମେଣ୍ଟ କାରଖାନା ପ୍ରତିଷ୍ଠା ପରେ ପ୍ରଦୂଷଣ ମାତ୍ରା ଅଧିକ ହୋଇଛି। ସୁକିନ୍ଦା ରେଲୱେ ସାଇଡିଂରେ ସିମେଣ୍ଟ କାରଖାନା ପାଇଁ ଉଦ୍ଦିଷ୍ଟ କଞ୍ଚମାଲ...

Coronavirus Update

Archives

Model This Week

Why Dharitri