ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଉ ୪ ଦିନ: ଭୋଟରଙ୍କୁ ମନାଇବାକୁ ଜୋରଦାର କସରତ

ଅନୁଗୋଳ ଅଫିସ, ୧୮।୪- ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ତେଣୁ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୪ ଦିନ ସମୟ। ଏହା ଭିତରେ ସେମାନେ ଯେମିତି ହେଉ ଭୋଟରଙ୍କୁ ମନାଇବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ସକାଳୁ ରାତି ଯାଏ ପ୍ରମୁଖ ୩ ଦଳର ପ୍ରାର୍ଥୀମାନେ ଜୋରଦାର କସରତ ଆରମ୍ଭ କରିଦେଇଛନ୍ତି।

ଦୁଇଦିନ ତଳେ ଭାଜପା ତାହାର ଷ୍ଟାର ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଣି ଅନୁଗୋଳରେ ପ୍ରଚାର କରିଥିଲା। ଏହାଛଡ଼ା ଦଳର ଅନ୍ୟ ଷ୍ଟାର ପ୍ରଚାରକ ତଥା ସିନେ ତାରକାମାନେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରଚାରର ମଙ୍ଗ ଧରିଛନ୍ତି। ସେହିପରି ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଜିଲା ଗସ୍ତରେ ଆସି ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ। ସେ ପାଲଲହଡ଼ା ଓ ଅନୁଗୋଳ ନିର୍ବାଚନମଣ୍ଡଳୀରେ ସଭାମାନ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। କିନ୍ତୁ କଂଗ୍ରେସର ଷ୍ଟାର ପ୍ରଚାରକ ଭାବେ କିଏ ଜିଲାରେ ପ୍ରଚାର କରିବେ ତାହା ଏଯାଏ ଜଣାପଡ଼ି ନାହିଁ। ତେବେ କେବଳ ଷ୍ଟାର ପ୍ରଚାରକଙ୍କ ଉପରେ ନିର୍ଭର ନ କରି ବା ସେମାନଙ୍କୁ ଅପେକ୍ଷା ନ କରି ବିଜେଡି, ଭାଜପା ଓ କଂଗ୍ରେସ ଦଳର ପ୍ରାର୍ଥୀମାନେ ଗଁା ଗଁା ବୁଲି ପ୍ରଚାର ଚଳାଇଛନ୍ତି। ସମୟ ସରି ସରି ଆସୁଥିବାରୁ ସେମାନେ କିପରି ଅଧିକରୁ ଅଧିକ ଭୋଟରଙ୍କୁ ଭେଟି ସମର୍ଥନ ପାଇପାରିବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି। ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ରଖିବା ସହ ବିପକ୍ଷ ଦଳର ପ୍ରାର୍ଥୀଙ୍କ ଦୋଷ ଦୁର୍ବଳତା ବଖାଣୁଛନ୍ତି। ଅନୁଗୋଳର ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଅନ୍ୟ ଦଳରୁ ନେତା ଓ କର୍ମୀଙ୍କୁ ଆଣି ଭାଜପାରେ ମିଶ୍ରଣ କରାଇବା କାର୍ଯ୍ୟ ଜାରି ରଖିବା ସହ ବିଭିନ୍ନ ଅଞ୍ଚଳରେ ଜୋରଦାର ପ୍ରଚାର ଚଳାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନା ମଧ୍ୟ ଦୁଆର ଦୁଆର ବୁଲି ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ଏପରି କି ୧୫ ବର୍ଷ ଧରି ବିଜେଡି ବିଧାୟକ ଯାହା କରିପାରି ନାହାନ୍ତି ତାଙ୍କୁ ସୁଯୋଗ ମିଳିଲେ ତାହା କରି ଦେଖାଇଦେବେ ବୋଲି କହିବୁଲୁଥିବା ଦେଖାଯାଉଛି। ସେହିପରି ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂ କ୍ଷମତାକୁ ଆସିଲେ ଲୋକମାନଙ୍କ ଅସୁବିଧା ସବୁ ଦୂର କରାଯିବ ବୋଲି ପ୍ରତିଶ୍ରୁତିମାନ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମରାମତି ହେଉନି ଏଲ୍‌ଟି ଲାଇନ୍‌

ବାଲିଚନ୍ଦ୍ରପୁର,୨୬।୪ (ସ୍ବ.ପ୍ର.) ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ଗ୍ରାମାଞ୍ଚଳରେ ଥିବା ଏଲ୍‌ଟି ଲାଇନ୍‌ ମରାମତି ହେଉନାହିଁ। ଫଳରେ କେତେକ ଜାଗାରେ ବିଦ୍ୟୁତ୍‌ ତାର...

ରାଜ୍ୟରେ ୮୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ରହିଛନ୍ତି ୧୦୦ଜଣ ପିଲା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯୬ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୫୭ ଲୋକାଲ...

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ: ଦୁଇଦିନିଆ କର୍ମଶାଳା, ପ୍ରଶିକ୍ଷଣ ଉଦ୍‌ଘାଟିତ

ପୁରୀ ଅଫିସ, ୧୩ା୧୨: ସ୍ଥାନୀୟ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦ୍ୱିଦିବସୀୟ କାର୍ଯ୍ୟକର୍ତ୍ତା କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର...

କାହା ସ୍ବାର୍ଥରେ କୋର୍ଟ ବାହାରେ ସମାଧାନ

ଭୁବନେଶ୍ୱର,୨୨।୨(ବ୍ୟୁରୋ):ନବୀନ ନିବାସକୁ ଲାଗି ଭୀମପୁରା ମୌଜାରେ ଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରାୟ ୩ ଏକର ଜମିରେ ବହୁରାଷ୍ଟ୍ରୀୟ କମ୍ପାନୀ ହୋଟେଲ କରିବା ଘଟଣାକୁ ନେଇ ବିବାଦ...

ମୃତ୍ୟୁକୁ ନିମନ୍ତ୍ରଣ କରୁଛି ଖୋଲା ବୋର୍‌ଓ୍ବେଲ

ଚନ୍ଦାହାଣ୍ଡି, ୨୦।୬(ଡି.ଏନ୍‌.ଏ.) ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଲୋକେ ବୋରଓ୍ବେଲ ଖୋଳି ଖୋଲା ଛାଡ଼ି ଦେଉଛନ୍ତି। ଏହା ମୃତ୍ୟୁକୁ ନିମନ୍ତ୍ରଣ ଭଳି ଲୋକେ କହୁଛନ୍ତି। ଗତ...

ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଯୁବକଙ୍କୁ ନିର୍ମମ ହତ୍ୟା

ବାଲିଗୁଡ଼ା,୩୦।୧(ଡି.ଏନ୍‌.ଏ): ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। କିଛି ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କରିଛି ମାଓବାଦୀ ସଂଗଠନ। କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ...

କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଛତ୍ରପୁର,୨୬।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଗୋବିନ୍ଦପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କେନାଲରେ ଶୁକ୍ରବାର ଏକ ମୃତଦେହ ଭାସୁଥିବା...

ଆଜି ନବମୀ ସନ୍ଧ୍ୟା ଦର୍ଶନ

ପୁରୀ ଅଫିସ,୧୧।୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼...

Advertisement
Archives

Model This Week